Posted inଖେଳ

‘ଲାଞ୍ଚ ନ ଦେବାରୁ ଚୟନ ହୋଇ ନ ଥିଲି’

ନୂଆଦିଲ୍ଲୀ, ୨୦।୫- ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ମାତ୍ର ଏକଦା ତାଙ୍କ ବାପା ଲାଞ୍ଚ ଦେବାକୁ ମନାକରି ଦେବାରୁ ତାଙ୍କୁ ଦିଲ୍ଲୀ ଜୁନିୟର ଦଳରେ ଚୟନ କରାଯାଇ ନ ଥିଲା। ମୋ ରାଜ୍ୟ ଦିଲ୍ଲୀରେ ଅନେକ ସମୟରେ ଏପରି କାର୍ଯ୍ୟ ହୁଏ, ଯାହା ନ୍ୟାୟସଙ୍ଗତ ହୋଇ ନ ଥାଏ। ଥରେ ଚୟନ ପ୍ରକ୍ରିୟା ସମୟରେ ଜଣେ ନିୟମ ବହିର୍ଭୂତ କାର୍ଯ୍ୟ କରିଥିଲେ ବୋଲି କୋହଲି କହିଛନ୍ତି। ”ମୋ ନିକଟରେ ପ୍ରତିଭା ଅଛି। ମାତ୍ର ଜୁନିୟର ଦଳରେ ସ୍ଥାନ ନିଶ୍ଚିତ କରିବାକୁ ହେଲେ କିଛି ଅଧିକ(ଲାଞ୍ଚ) ଆବଶ୍ୟକ“ ବୋଲି ମୋ ବାପାଙ୍କୁ ଉକ୍ତ ବ୍ୟକ୍ତି କହିଥିଲେ। ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀଙ୍କ ସହ ୱେବ୍‌ ଚାଟ୍‌ ଅବସରରେ କୋହଲି ଏହା ପ୍ରକାଶ କରିଛନ୍ତି। ମୋ ବାପା ଜଣେ ସଚ୍ଚୋଟ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି। ନିଜ ଜୀବନରେ କଠିନ ପରିଶ୍ରମ କରି ସେ ଜଣେ ସଫଳ ଆଇନଜୀବୀ ହୋଇ ପାରିଥିଲେ। ମୋ ଚୟନ ପାଇଁ ଆଉଟିକେ ଅଧିକ(ଲିଟିଲ ଏକ୍ସଟ୍ରା) କ’ଣ ଆବଶ୍ୟକ ବୋଲି ସେ ଠିକ୍‌ଭାବେ ବୁଝିପାରି ନ ଥିଲେ। ତେଣୁ ସେ ସହଜ ଭାବରେ ଉତ୍ତର ଦେଇଥିଲେ ଯେ, ”ତୁମେ ଯଦି ବିରାଟକୁ ଚୟନ କରିବାକୁ ଚାହୁଁଛ ତେବେ କେବଳ ମେରିଟ ଉପରେ ଧ୍ୟାନ ଦିଅ, ମୁଁ ଆଉକିଛି ଅଧିକ ଦେଇ ପାରିବି ନାହିଁ“। ଫଳରେ ମୁଁ ଚୟନ ହୋଇପାରି ନ ଥିଲି। ମୁଁ ବହୁତ କାନ୍ଦିଥିଲି ଏବଂ ଭାଙ୍ଗିପଡ଼ିଥିଲି ବୋଲି କୋହଲି କହିଛନ୍ତି।
ଏଥିରୁ ଅନେକ କିଛି ବୁଝିପାରିଥିଲେ ବୋଲି କହିଛନ୍ତି କୋହଲି। ”ଏହି ଘଟଣା ପରେ ମୁଁ ବହୁତ କିଛି ଚିନ୍ତା କରିଥିଲି। ସମ୍ପୂର୍ଣ୍ଣ ବିଶ୍ୱ ଏପରି ଚାଲିଛି ବୋଲି ମୋର ଅନୁଭବ ହୋଇଥିଲା। ଆଗକୁ ବଢ଼ିବାକୁ ହେଲେ ଏପରି କିଛି କରିବାକୁ ପଡ଼ିବ ଯାହାକି ଅନ୍ୟକେହି କରିପାରୁ ନ ଥିବେ। ସଫଳ ହେବାକୁ ହେଲେ ମୋତେ ଅଧିକ କିଛି ଦେଖାଇବାକୁ ହେବ ବୋଲି ଅନୁଭବ କରିଥିଲି। ଆଜି ମୁଁ ଯେଉଁଠି ବି ପହଞ୍ଚତ୍ଛି ତାହା କେବଳ କଠିନ ପରିଶ୍ରମ ଏବଂ ପ୍ରଚେଷ୍ଟା ଯୋଗୁ। ମୋ ବାପା ମୋତେ ଠିକ୍‌ ମାର୍ଗରେ ନେଇଥିଲେ। ତାଙ୍କ ବ୍ୟକ୍ତିତ୍ୱ ମୋ ଉପରେ ଗଭୀର ପ୍ରଭାବ ପକାଇଛି“ ବୋଲି କୋହଲି ପ୍ରକାଶ କରିଛନ୍ତି। ୨୦୦୬ରେ ଦିଲ୍ଲୀ ପକ୍ଷରୁ କର୍ନାଟକ ବିପକ୍ଷରେ ରଣଜୀ ଟ୍ରଫି ଖେଳୁଥିବାବେଳେ କୋହଲି ୧୮ ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ। ପରଦିନ ସକାଳେ ଗ୍ରାଉଣ୍ଡକୁ ଫେରି ମୂଲ୍ୟବାନ ଇନିଂସ ଖେଳି ଦିଲ୍ଲୀକୁ ବିପଦରୁ ରକ୍ଷା କରିଥିଲେ। ”ମୁଁ ବାପାଙ୍କ ମୃତ୍ୟୁରେ ମର୍ମାହତ ହୋଇଥିଲେ ହେଁ କ୍ୟାରିୟର ପ୍ରତି ସଚେତନ ଥିଲି। ତେଣୁ ରଣଜୀ ଟ୍ରଫିରେ ଖେଳିବା ଜାରି ରଖିଥିଲି। ଅବସର ପରେ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ବାପା ହକ୍‌ଦାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri