Posted inଖେଳ

‘ଲାଞ୍ଚ ନ ଦେବାରୁ ଚୟନ ହୋଇ ନ ଥିଲି’

ନୂଆଦିଲ୍ଲୀ, ୨୦।୫- ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ମାତ୍ର ଏକଦା ତାଙ୍କ ବାପା ଲାଞ୍ଚ ଦେବାକୁ ମନାକରି ଦେବାରୁ ତାଙ୍କୁ ଦିଲ୍ଲୀ ଜୁନିୟର ଦଳରେ ଚୟନ କରାଯାଇ ନ ଥିଲା। ମୋ ରାଜ୍ୟ ଦିଲ୍ଲୀରେ ଅନେକ ସମୟରେ ଏପରି କାର୍ଯ୍ୟ ହୁଏ, ଯାହା ନ୍ୟାୟସଙ୍ଗତ ହୋଇ ନ ଥାଏ। ଥରେ ଚୟନ ପ୍ରକ୍ରିୟା ସମୟରେ ଜଣେ ନିୟମ ବହିର୍ଭୂତ କାର୍ଯ୍ୟ କରିଥିଲେ ବୋଲି କୋହଲି କହିଛନ୍ତି। ”ମୋ ନିକଟରେ ପ୍ରତିଭା ଅଛି। ମାତ୍ର ଜୁନିୟର ଦଳରେ ସ୍ଥାନ ନିଶ୍ଚିତ କରିବାକୁ ହେଲେ କିଛି ଅଧିକ(ଲାଞ୍ଚ) ଆବଶ୍ୟକ“ ବୋଲି ମୋ ବାପାଙ୍କୁ ଉକ୍ତ ବ୍ୟକ୍ତି କହିଥିଲେ। ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀଙ୍କ ସହ ୱେବ୍‌ ଚାଟ୍‌ ଅବସରରେ କୋହଲି ଏହା ପ୍ରକାଶ କରିଛନ୍ତି। ମୋ ବାପା ଜଣେ ସଚ୍ଚୋଟ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି। ନିଜ ଜୀବନରେ କଠିନ ପରିଶ୍ରମ କରି ସେ ଜଣେ ସଫଳ ଆଇନଜୀବୀ ହୋଇ ପାରିଥିଲେ। ମୋ ଚୟନ ପାଇଁ ଆଉଟିକେ ଅଧିକ(ଲିଟିଲ ଏକ୍ସଟ୍ରା) କ’ଣ ଆବଶ୍ୟକ ବୋଲି ସେ ଠିକ୍‌ଭାବେ ବୁଝିପାରି ନ ଥିଲେ। ତେଣୁ ସେ ସହଜ ଭାବରେ ଉତ୍ତର ଦେଇଥିଲେ ଯେ, ”ତୁମେ ଯଦି ବିରାଟକୁ ଚୟନ କରିବାକୁ ଚାହୁଁଛ ତେବେ କେବଳ ମେରିଟ ଉପରେ ଧ୍ୟାନ ଦିଅ, ମୁଁ ଆଉକିଛି ଅଧିକ ଦେଇ ପାରିବି ନାହିଁ“। ଫଳରେ ମୁଁ ଚୟନ ହୋଇପାରି ନ ଥିଲି। ମୁଁ ବହୁତ କାନ୍ଦିଥିଲି ଏବଂ ଭାଙ୍ଗିପଡ଼ିଥିଲି ବୋଲି କୋହଲି କହିଛନ୍ତି।
ଏଥିରୁ ଅନେକ କିଛି ବୁଝିପାରିଥିଲେ ବୋଲି କହିଛନ୍ତି କୋହଲି। ”ଏହି ଘଟଣା ପରେ ମୁଁ ବହୁତ କିଛି ଚିନ୍ତା କରିଥିଲି। ସମ୍ପୂର୍ଣ୍ଣ ବିଶ୍ୱ ଏପରି ଚାଲିଛି ବୋଲି ମୋର ଅନୁଭବ ହୋଇଥିଲା। ଆଗକୁ ବଢ଼ିବାକୁ ହେଲେ ଏପରି କିଛି କରିବାକୁ ପଡ଼ିବ ଯାହାକି ଅନ୍ୟକେହି କରିପାରୁ ନ ଥିବେ। ସଫଳ ହେବାକୁ ହେଲେ ମୋତେ ଅଧିକ କିଛି ଦେଖାଇବାକୁ ହେବ ବୋଲି ଅନୁଭବ କରିଥିଲି। ଆଜି ମୁଁ ଯେଉଁଠି ବି ପହଞ୍ଚତ୍ଛି ତାହା କେବଳ କଠିନ ପରିଶ୍ରମ ଏବଂ ପ୍ରଚେଷ୍ଟା ଯୋଗୁ। ମୋ ବାପା ମୋତେ ଠିକ୍‌ ମାର୍ଗରେ ନେଇଥିଲେ। ତାଙ୍କ ବ୍ୟକ୍ତିତ୍ୱ ମୋ ଉପରେ ଗଭୀର ପ୍ରଭାବ ପକାଇଛି“ ବୋଲି କୋହଲି ପ୍ରକାଶ କରିଛନ୍ତି। ୨୦୦୬ରେ ଦିଲ୍ଲୀ ପକ୍ଷରୁ କର୍ନାଟକ ବିପକ୍ଷରେ ରଣଜୀ ଟ୍ରଫି ଖେଳୁଥିବାବେଳେ କୋହଲି ୧୮ ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ। ପରଦିନ ସକାଳେ ଗ୍ରାଉଣ୍ଡକୁ ଫେରି ମୂଲ୍ୟବାନ ଇନିଂସ ଖେଳି ଦିଲ୍ଲୀକୁ ବିପଦରୁ ରକ୍ଷା କରିଥିଲେ। ”ମୁଁ ବାପାଙ୍କ ମୃତ୍ୟୁରେ ମର୍ମାହତ ହୋଇଥିଲେ ହେଁ କ୍ୟାରିୟର ପ୍ରତି ସଚେତନ ଥିଲି। ତେଣୁ ରଣଜୀ ଟ୍ରଫିରେ ଖେଳିବା ଜାରି ରଖିଥିଲି। ଅବସର ପରେ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ବାପା ହକ୍‌ଦାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri