ଲଟେରି ଉପରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୯-୧୨: ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗି ନୀତି ନିର୍ଦ୍ଧାରଣ କରୁଥିବା ଜିଏସ୍‌ଟି ପରିଷଦ ବୈଠକରେ ବୁଧବାର ପ୍ରଥମଥର ଲାଗି ଭୋଟିଂ ହୋଇଥିବା ସାମ୍ନା ଆସିଛି। ଲଟେରି ଉପରେ ଟିକସ ଲାଗୁ ନେଇ ରାଜ୍ୟଗୁଡିକ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇବାରୁ ଏଭଳି ସ୍ଥିତି ଦେଖାଯାଇଥିବା ଜଣାପଡିଛି। ଆସନ୍ତା ମାର୍ଚ୍ଚ ପହିଲାରୁ ସରକାରୀ ଏବଂ ଘରୋଇ ଲଟେରି ଉପରେ ଦ୍ୱୈତ ଜିଏସ୍‌ଟି ପରିବର୍ତ୍ତେ ଏକକ ୨୮% ଜିଏସ୍‌ଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପୂର୍ବର ୩୭ ଜିଏସ୍‌ଟି ପରିଷଦ ବୈଠକରେ ନିଷ୍ପତ୍ତିକୁ ନେଇ କୌଣସି ବିରୋଧ ହୋଇ ନ ଥିବା ଦେଖାଯାଇଥିଲା। ଏମିତିକି ବିଭିନ୍ନ ସାମଗ୍ରୀ ଓ ସେବାରେ ଟିକସର ହାର ନିର୍ଦ୍ଧାରଣ ପ୍ରସଙ୍ଗରେ ମଧ୍ୟ ଏଭଳି ଭୋଟ କେବେ ହୋଇ ନ ଥିଲା। ହେଲେ ୩୮ତମ ଜିଏସ୍‌ଟି ପରିଷଦ ବୈଠକରେ ଭିନ୍ନମତ ପ୍ରକାଶ ପାଇବାରୁ ସଂଖ୍ୟା ଗରିଷ୍ଠତା ଭିତ୍ତିରେ ନିଷ୍ପତ୍ତି ହୋଇଛି। ଲଟେରି ଉପରେ ୨୮% ଜିଏସ୍‌ଟି ଲାଗୁ ନେଇ ୨୧ ରାଜ୍ୟ ଭୋଟ ଦେଇଛନ୍ତି। ଏହି ପ୍ରସଙ୍ଗକୁ ୮ ରାଜ୍ୟ ବିରୋଧ କରିଥିବା ଜଣାପଡିଛି।
ବର୍ତ୍ତମାନ ରାଜ୍ୟ ସ୍ତରରେ ଲଟେରି ଉପରେ ୧୨% ଏବଂ ରାଜ୍ୟ ବାହାରେ ଲଟେରି ବିକ୍ରି ଉପରେ ୨୮% ଟିକସ ଲାଗୁ ହେଉଛି। ଲଟେରି ଶିଳ୍ପ ଏହାକୁ ବିରୋଧ କରି ଆସୁଛି। ଦ୍ୱେତ ବ୍ୟବସ୍ଥା ପରିବର୍ତ୍ତେ ଏକକ ୧୨% ଟିକସ ଲାଗୁ ଏବଂ ପ୍ରାଇଜ ମନି ଉପରେ ଟିକସ ଛାଡ ନେଇ ଶିଳ୍ପ ପକ୍ଷରୁ ଦାବି ହେଉଛି। ଏଭଳି ବିଭିନ୍ନ ପ୍ରସଙ୍ଗ ଲଟେରି ଶିଳ୍ପ ଅଭିବୃଦ୍ଧିରେ ଲାଗି ବାଧା ଉପୁଜାଉଥିବା ଶିଳ୍ପ ପକ୍ଷରୁ କୁହାଯାଇଛି। ରାଜ୍ୟ ଗୁଡିକ ମଧ୍ୟରେ ରହିଥିବା ମତ ପାର୍ଥକ୍ୟ ଦୂରୀକରଣ ଲାଗି ଜିଏସ୍‌ଟି ପରିଷଦ ପକ୍ଷରୁ ପୂର୍ବରୁ ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗାଟିଓ୍ବାରଙ୍କ ଅଧ୍ୟକ୍ଷତାରେ ୮ ସଦସ୍ୟ ବିଶିଷ୍ଟ ଏକ ମନ୍ତ୍ରୀ ଗୋଷ୍ଠି ଗଠନ କରାଯାଇଥିଲା। ପରିଷଦ ଏହାର ଜୁଲାଇ ବୈଠକରେ ଉକ୍ତ ପ୍ରସଙ୍ଗ ଉପରେ ଆଟର୍ନି ଜେନେରାଲଙ୍କଠାରୁ ଆଇନଗତ ପରାମର୍ଶ ଲୋଡିଥିଲା। ଅପର ପକ୍ଷେ ଶିଳ୍ପର ସମସ୍ୟା ସମ୍ପର୍କରେ ପୂର୍ବରୁ ଅଲ ଇଣ୍ଡିଆ ଫେଡେରେଶନ ଅଫ୍‌ ଲଟେରି ଟ୍ରେଡ ଆଣ୍ଡ ଆଲାଏଡ ଇଣ୍ଡଷ୍ଟ୍ରି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଧ୍ୟାନ ଆକର୍ଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri