ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ: ମିଳୁନାହିଁ ସର୍ବନିମ୍ନ ସହାୟକ ମୂଲ୍ୟ

ବଲାଙ୍ଗୀର ଅଫିସ, ୨୪ା୪ – ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଏକ ମୁଖ୍ୟ ଉପଜୀବ୍ୟ ଭାବେ ରହିଆସିଛି ା ଏହା ସେମାନଙ୍କ ସାମାଜିକ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ା ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଲକ୍ଷାଧିକ ପରିବାର ସେମାନଙ୍କ ଗୁଜୁରାଣ ଓ ଦୈନନ୍ଦିନ ଖର୍ଚ୍ଚ ତୁଲାଇଥାନ୍ତି ା ତେବେ ଅଧିକାଂଶ ବନବାସୀଙ୍କୁ ଏସବୁ ଦ୍ରବ୍ୟର ଉଚିତ୍‌ ମୂଲ୍ୟ କିମ୍ବା ସର୍ବନିମ୍ନ ସହାୟକ ମୂଲ୍ୟ ମିଳେନାହିଁ। ଅତିକମ୍‌ ମୂଲ୍ୟରେ ବ୍ୟବସାୟୀମାନେ ସେମାନଙ୍କଠାରୁ ଲଘୁ ବନଜାତ ସଂଗ୍ରହ କରିନେଇ ମାଲାମାଲ ହୋଇଥାନ୍ତି ା ଏନେଇ ସରକାରଙ୍କ ବିଚିତ୍ର ଓ ତ୍ରୁଟିପୂର୍ଣ୍ଣ ନୀତି ହିଁ ଦାୟୀ ବୋଲି ଚର୍ଚ୍ଚା ହୋଇଆସିଛି ା
ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୦ ତାରିଖରେ ରାଜ୍ୟର ୧୩ଟି ଜିଲାର ଜିଲାପାଳଙ୍କୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଦ୍ରବ୍ୟ ଶୃଙ୍ଖଳର ବର୍ଦ୍ଧିତ ମୂଲ୍ୟାଙ୍କନ ବ୍ୟବସ୍ଥା କରିବା ସକାଶେ ଚିଠି କରାଯାଇଛି ା ଉକ୍ତ ଚିଠିରେ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ନୂଆପଡା, ଗଜପତି ଓ ଦେବଗଡ ଏଭଳି ୧୩ଟି ଜିଲାର ନାମ ରହିଛି ା କରୋନା ସଂକ୍ରମଣ ସମୟରେ ଏହା ଉପରେ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା କରୋନାର ମଧ୍ୟ ଉଚିତ୍‌ ମୁକାବିଲା ହୋଇପାରିବ ବୋଲି ଉଲ୍ଲେଖ କରାଯାଇଛି। ତେବେ ଏହି ଚିଠିରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ ସମେତ ଅନ୍ୟ ୧୭ଟି ଜିଲାର ନାମ ନାହିଁ ା ଉପରୋକ୍ତ ଜିଲାର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକାରୀମାନେ କିଭଳି ସେମାନଙ୍କ ସଂଗୃହୀତ ଦ୍ରବ୍ୟ ବିକ୍ରି କରିବେ ଓ ଉଚିତ୍‌ ମୂଲ୍ୟ ପାଇବେ ତାହା ସ୍ପଷ୍ଟ ହୋଇନାହିଁ ା ଏହାକୁ ସରକାରଙ୍କ ପାତରଅନ୍ତର ନୀତି ବୋଲି ବଲାଙ୍ଗୀର ଜିଲା ଜଙ୍ଗଲ ସୁରକ୍ଷା ପରିଚାଳନା ଫୋରମ୍‌ ପକ୍ଷରୁ କୁହାଯାଇଛି ା
ବଲାଙ୍ଗୀର ଜିଲାରେ ଏବେ ମହୁଲ ଫୁଲ, ମହୁଲ ମଞ୍ଜି, ତେନ୍ତୁଳି, ଶାଳପତ୍ର, ନିମ୍ବ ମଞ୍ଜି, ଅଁଳା, ବାହାଡା ଓ ଅନ୍ୟ ବନଜାତ ଦ୍ରବ୍ୟ ବହୁଳ ପରିମାଣରେ ମିଳିଥାଏ ା ପ୍ରାୟ ଦୁଇବର୍ଷ ତଳେ ଓଡ଼ିଶା ବନ ଉନ୍ନୟନ ନିଗମ ଏବଂ ଆଦିବାସୀ ଉନ୍ନୟନ ସମବାୟ ନିଗମ ତରଫରୁ ଶାଖା ଖୋଲି ଜିଲାରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଉଥିଲା ା ଜିଲାସ୍ତରରେ ମଧ୍ୟ କମିଟି ଗଠନ କରାଯାଇଥିଲା ା ଏବେ ଆଉ ଏହି କମିଟି ସକ୍ରିୟ ହୋଇନାହିଁ ା ଫଳରେ ବଲାଙ୍ଗୀର ଜିଲାର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ଉଚିତ୍‌ ମୂଲ୍ୟ ପାଇବାରୁ ବଞ୍ଚତ୍ତ ହେବା ସହ ଏହାର ଉଚିତ୍‌ ବିକ୍ରୟ କରିପାରୁ ନ ଥିବା ଫୋରମ୍‌ ଆବାହକ କୁଳମଣି ସାହୁ ସୂଚନା ଦେଇଛନ୍ତି ା ଲକ୍‌ଡାଉନ୍‌ ଥିବା ଯୋଗୁ ଲୋକେ ଘରୁ ବାହାରି ନ ପାରି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିପାରୁ ନାହାନ୍ତି ା ସରକାର ବଲାଙ୍ଗୀର ସମେତ ରାଜ୍ୟର ଯେଉଁ ଜିଲାରେ ମଧ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ହେଉଛି ସେସବୁ ଜିଲାରେ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା ସହ ସେମାନଙ୍କ ସଂଗୃହୀତ ଦ୍ରବ୍ୟ କିଣିବାର ସୁବ୍ୟବସ୍ଥା କରିବାକୁ ଦାବି ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri