ଲଘୁଚାପ ବର୍ଷା: ଧାନଜମି ଜଳମଗ୍ନ

କୃଷ୍ଣପ୍ରସାଦ,୧୩ା୮(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବର୍ଷା ଅଭାବରୁ ଧାନରୁ ଗଜା ବାହାରିପାରି ନ ଥିଲା। ପରେ ଲୋକମାନେ ପୁଣି ଚାଷକରି ଧାନ ବୁଣିଥିଲେ। ବହୁ କଷ୍ଟ କରି ପମ୍ପ ଦ୍ୱାରା ପାଣି ମଡାଇ ଧାନଗଛ ବଞ୍ଚାଇ ରଖିଥିଲେ। ଏପରି ସମୟରେ ଦୁଇଦିନ ହେଲା ଲଘୁଚାପ ବର୍ଷା ଲାଗିରହିଥିବାରୁ ଧାନଜମି ଜଳମଗ୍ନ ହୋଇଯାଇଛି। ଯେଉଁଆଡେ ଦେଖିଲେ କେବଳ ପାଣି । ଧାନ ଗଛ ବାହାରକୁ ଦେଖା ଯାଉନାହିଁ। ଗଜାମରୁଡି ପରେ ଏବେ ଧାନଗଛ ପଚି ନଷ୍ଟ ହେବା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜଳ ନିଷ୍କାସନ ପାଇଁ ଚିଲିକାର ରିଂବନ୍ଧରେ ଶଙ୍ଖ ଥିବାବେଳେ କିଛି ମାଛଚାଷୀ ସେହି ରାସ୍ତାକୁ ପଥର, କାଚ, ଗଛ ପକାଇ ଅବରୋଧ କରିଛନ୍ତି। ଯାହାଦ୍ୱାରା ଧାନ ଜମିରୁ ପାଣି ନିଷ୍କାସନ ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ବିଭାଗୀୟ କର୍ମଚାରୀମାନଙ୍କ ଦେଖା ମିଳୁନାହିଁ । ଫୋନରେ ଯୋଗାଯୋଗ କରାଯାଉଥିଲେ ମଧ୍ୟ ସମ୍ଭବ ହେଉନାହିଁ। ଶେଷରେ ଅନ୍ୟ ଉପାୟ ନ ପାଇ ଗିଲିନାସୀ ଗ୍ରାମବାସୀ ବିଡିଓ, ତହସିଲଦାରଙ୍କୁ ଅଭିଯୋଗ କରିବା ସହ ସେମାନଙ୍କ ଉପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ରାସ୍ତା କାଟି ଦେଇଥିଲେ। ଅନ୍ୟପକ୍ଷରେ ଲଘୁଚାପ ବର୍ଷା ଯୋଗୁ ସମୁଦ୍ର ଓ ଚିଲିକାକୁ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ନ ଯାଇ ହାତବାନ୍ଧି ବସିଛନ୍ତି। ସମୁଦ୍ରକୁ ବୋଟ ଚାଲିଯିବା ଭୟରେ ବାଲିଉପରକୁ ଟାଣି ଆଣି ସୁରକ୍ଷିତ ରଖିଛନ୍ତି। ୫ଦିନ ଧରି ସମୁଦ୍ରର ଢେଉ ବଢୁଥିବାବେଳେ କୂଳ ଲଙ୍ଘିବା ଆରମ୍ଭ କରିଛି । ନବା, ସିଆଣ୍ଡି, ରାମଲଙ୍କା, ପ୍ରୟାଗୀ ନିକଟରେ କୂଳ ଲଙ୍ଘି ବାଲିସ୍ତୂପରେ ଥିବା ଘରଗୁଡିକୁ ଭାଙ୍ଗି ଖସାଇବାରେ ଲାଗିଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ସମଗ୍ର କୃଷ୍ଣପ୍ରସାଦ ବଙ୍ଗୋପସାଗରରେ ଲୀନ ହେବା ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri