ଲଗାଣ ବର୍ଷାରେ ଚଣ୍ଡିଖୋଲ ଛକ ବେହାଲ: ପରିବା ମାର୍କେଟରେ ଆଣ୍ଠୁଏ ପାଣି

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.): ଗତ ଦୁଇଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଚଣ୍ଡିଖୋଲ ଛକର ଅବସ୍ଥା ବେହାଲ ହୋଇଛି। ରାସ୍ତା ଉପରେ ପାଣି ଲହଡ଼ି ମାରୁଥିଲା ବେଳେ ପରିବା ମାର୍କେଟରେ ଆଣ୍ଠୁଏ ଲେଖା ପାଣି ଜମି ରହିଛି। ଫଳରେ ପରିବା ବ୍ୟବସାୟ ଏକ ରକମର ଠପ ହୋଇଯାଇଛି। ଯାହାକୁ ନେଇ ବୁଧବାର ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୂଚନା ଥାଉକି ଚଣ୍ଡିଖୋଲ ଛକର ଦୁଇପଟରେ ଦୁଇଟି ବଡ଼ ବଡ଼ ପାଣି ଖାଲ ରହିଛି। ୧ନମ୍ବର ଲୁଫ୍‌ ଦ୍ୱାରା ଅବରୋଧ ହୋଇଥିବା ପୂର୍ବପଟ ପାଣିଖାଲ ଅତ୍ୟନ୍ତ ବଡ଼। ବଜାରର ସମସ୍ତ ପାଣି ଏହି ପାଣି ଖାଲରେ ଭର୍ତ୍ତି ହୋଇଥାଏ। ମାତ୍ର ଏଠାରୁ ବାହାରକୁ ଯିବାର ସୁବିଧା ନାହଁ। ଫଳରେ ବର୍ଷାପାଣି ଜମି ରହି ପିଚୁ ରାସ୍ତା, ପୂର୍ବପଟ ବସ୍‌ଷ୍ଟାଣ୍ଡ ଓ ପରିବା ମାର୍କେଟ ଉପରେ ପାଣି ଳହଡ଼ି ମାରୁଛି। ପଶ୍ଚିମପଟ ପାଣି ଖାଲରୁ ପାଣି ନିଷ୍କାସିତ ହୋଇ ଆସୁଥିଲେ ମଧ୍ୟ ତାହା ତଳ ଆଡ଼କୁ ମଧ୍ୟ ରାସ୍ତା ଅବରୋଧ ଯୋଗୁ ନିଷ୍କାସିତ ହୋଇପାରୁ ନାହଁ। ଏହା ବହୁତ ଉଚ୍ଚ ସ୍ଥାନରେ ଅବସ୍ଥିତ ଥିବାବେଳେ ଡ୍ରେନେଜ ସୁବିଧା ନ ଥିବାରୁ ପାଣି ନିଷ୍କାସନ ହୋଇପାରୁ ନାହିଁ। ଏହାର ୧୦୦ ମିଟର ଦୂରରେ ଏକ ପାଟ ନାଳି ଯାଇଥିଲେ ସୁଦ୍ଧା ଜଳ ନିଷ୍କାସନ ନେଇ କାୈଣସି ସୁବିଧା କରାଯାଇ ନାହିଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ପ୍ରସ୍ତାବିତ ପୂର୍ବପଟ ପାଣିଖାଲରୁ ପାଣି ନିଷ୍କାସନ ପାଇଁ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କଲେ ଏହି ସମସ୍ୟା ସ୍ଥାୟୀ ଭାବେ ସମାଧାନ ହୋଇପାରିବ ବୋଲି ସ୍ଥାୟୀ ବଣିକ ସଂଘ ଓ ଅସ୍ଥାୟୀ ବଣିକ ସଂଘ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri