ଲକ୍‌ଡାଉନ ଅବଧି ଆଉ ମାସେ ବଢ଼ାଯାଉ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ମୁକାବିଲାର ଗୋଟିଏ ବାଟ ହେଉଛି ଲକ୍‌ଡାଉନ୍‌। ତେଣୁ ଏହି ଲକ୍‌ଡାଉନକୁ ଆହୁରି ମାସେ ବଢ଼ାଇବା ଦରକାର। କରୋନା ଚେନ୍‌କୁ ଭାଙ୍ଗିବାକୁ ହେଲେ ଲକ୍‌ଡାଉନ ବଢ଼ାଇବାକୁ ହେବ ବୋଲି ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନେ ଲକ୍‌ଡାଉନ ବଢ଼ାଇବାକୁ ଦାବି କରିଛନ୍ତି। ତେଣୁ ମୁଁ ବି ଏହା ଚାହୁଁଛି। ଏଥିସହ ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କ ପାଇଁ ଏକ ସ୍ପଷ୍ଟ ନୀତି ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆସନ୍ତା ୩୦ ତାରିଖ ଭିତରେ ଏ ସଂକ୍ରାନ୍ତରେ ଗାଇଡ୍‌ ଲାଇନ ପ୍ରସ୍ତୁତ ହେବ। ଶ୍ରମିକମାନେ ଅଟକି ରହିଥିବା ସ୍ଥାନରେ ହିଁ ଟେଷ୍ଟକରି ସାର୍ଟିଫିକେଟ ଦେଇ ସେମାନଙ୍କୁ ରାଜ୍ୟକୁ ଛାଡିଲେ ଭଲ ହେବ ବୋଲି ସେ କହିଛନ୍ତି।
ରାଜ୍ୟରେ ଏବେ କରୋଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନଙ୍କର କୋଲକାତା ଲିଙ୍କ୍‌ ଥିବା ଟ୍ରାଭେଲ ହ୍ରିଷ୍ଟ୍ରିରୁ ଜଣାପଡ଼ୁଛି। ତେଣୁ କୋଲ୍‌କାତାରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଜିଲାପାଳଳମାନଙ୍କୁ କୁହାଯାଇଥିବା ସେ କହିଛନ୍ତି।