ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଷ୍ଟକ୍‌: ବିକ୍ରି ହେଉଛି ଏକ୍ସପାଏରି ଖାଦ୍ୟ ପ୍ୟାକେଟ୍‌

କଟକ ଅଫିସ,୭।୬: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଥିରେ ବ୍ୟବସାୟ କ୍ଷେତ୍ର ଭୀଷଣ କ୍ଷତି ସହୁଛି। ଛୋଟ ବଡ଼ ଦୋକାନରେ ସାମଗ୍ରୀ ଷ୍ଟକ୍‌ ବଢ଼ିଯାଇଛି। କ୍ଷତିରୁ ବର୍ତ୍ତିବା ପାଇଁ ଏବେ ବ୍ୟବସାୟୀମାନେ ପୁରୁଣା ଷ୍ଟକ୍‌କୁ ଖାଲି କରିବାରେ ଲାଗିଛନ୍ତି। ଏହି କାରଣରୁ ଏକ୍ସପାଏରୀ ଯାଇଥିବା ଖାଦ୍ୟ ପ୍ୟାକେଟ୍‌ ବଜାରରେ ବିପୁଳ ପରିମାଣରେ ବିକ୍ରି ହେଉଛି। କଟକ ମହାନଗର ନିଗମ (ସିଏମ୍‌ସି) ଏହାକୁ ଯାଞ୍ଚ କରିବା ବଦଳରେ ନିରବ ରହି ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହୋଇଛି।
ଥରେ ଏକ୍ସପାଇରୀ ଡେଟ୍‌ ସରିଗଲେ ଖାଦ୍ୟ ସାମଗ୍ରୀ ଆଉ ବିକିହେବ ନାହିଁ। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ରେ ଏନେଇ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଦୁଇ ମାସର ଲକ୍‌ଡାଉନ୍‌ ପରେ କଟକଣା ସାମାନ୍ୟ କୋହଳ ହେବା ଯୋଗୁ ଦୋକାନ ଯେତେବେଳେ ଖୋଲିଲା, ସମସ୍ତଙ୍କ ପାଖରେ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଗଚ୍ଛିତ ରହିଥିଲା। ଲକ୍‌ଡାଉନ୍‌ ଅବଧି ଭିତରେ ଖାଦ୍ୟ ସାମଗ୍ରୀର ବୈଧ ତାରିଖ ମଧ୍ୟ ଶେଷ ହୋଇସାରିଥିଲା। ଏବେ ସମସ୍ୟା ହେଲା, ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଏକ୍ସପାଇରୀ ହୋଇଥିବା ଏହି ଖାଦ୍ୟ ସାମଗ୍ରୀଗୁଡ଼ିକୁ ଫେରାଇ ନେବାକୁ ରାଜି ନୁହନ୍ତି। ସେମାନଙ୍କୁ ମଧ୍ୟ କ୍ଷତି ଚିନ୍ତା ଘାରିଛି। ଅପରପକ୍ଷେ ଲକ୍‌ଡାଉନ୍‌ ଯୋଗୁ ଫ୍ୟାକ୍ଟି ବନ୍ଦ ଥିବା ଯୋଗୁ ନୂତନ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହୋଇପାରୁ ନାହିଁ। ପ୍ରସ୍ତୁତକାରୀ ଓ ଡିଷ୍ଟ୍ରିବ୍ୟୁଟର ମନା କରିଦେବା ପରେ ଏବେ କେତେକ ଅସାଧୁ ବ୍ୟବସାୟୀ ପୁରୁଣା ଓ ଏକ୍ସପାଇରୀ ସରିଥିବା ସାମଗ୍ରୀ ବିକିବାରେ ଲାଗିଛନ୍ତି। ଏଥିରେ ବିସ୍କୁଟ୍‌, କେକ୍‌, ମୃଦୁପାନୀୟ, ଜୁସ୍‌ ପ୍ୟାକେଟ୍‌, ନୁଡଲ୍ସ, ସ୍ନାକ୍ସ ଭଳି ଖାଦ୍ୟ ସାମଗ୍ରୀ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?