ଲକ୍‌ଡାଉନ୍‌ ପ୍ରଭାବ: କ୍ଷତି ସହୁଛନ୍ତି ପରିବା ଚାଷୀ

କଟକ ଅଫିସ୍‌,୧୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଜନଜୀବନ ଉପରେ ଗଭୀର ଭାବେ ପଡ଼ିିଛି। ବିଶେଷ ଭାବେ ପରିବା ଚାଷୀମାନେ ଏବେ ପ୍ରବଳ କ୍ଷତି ସହୁଛନ୍ତି। ଅମଳ ସମୟରେ ବିକ୍ରିକୁ ନେଇ ସେମାନେ ଚିନ୍ତାରେ ଅଛନ୍ତି।
ବିଶ୍ୱବାସୀଙ୍କ ଜୀବନଯାତ୍ରାକୁ କରୋନା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଛି। ଏହି ଦୁଃଖଦାୟକ ପରିସ୍ଥିତିରୁ ପରିବା ଚାଷୀ ବାଦ୍‌ ପଡ଼ି ନାହାନ୍ତି। ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁ ଓ ତାପରେ ଲକ୍‌ଡାଉନ ଘୋଷଣା ହେବା ଫଳରେ ପରିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେମାନେ ଘରୋଇ ହାତ ଉଧାରି ଓ ବେପାରୀମାନଙ୍କଠାରୁ ଋଣ ଆଣି ପରିବା ଚାଷରେ ବିନିଯୋଗ କରିଥିଲେ। ଫେବୃୟାରୀ ଓ ମାର୍ଚ୍ଚରେ ଅଦିନିଆ କୁଆପଥର ବର୍ଷା ଯୋଗୁ ଫସଲ ନଷ୍ଟ ହୋଇ ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ବର୍ତ୍ତମାନ ପରିବା ଅମଳ ସମୟ, ବିକ୍ରିବଟା ନ ଥିବାରୁ ଚାଷୀମାନଙ୍କୁ ନିରାଶ କରିଛି।

ସୂଚନାଯୋଗ୍ୟ, କଟକ ଜିଲାରେ ପ୍ରଚୁର ପରିମାଣରେ ପରିବା ଚାଷ ହୋଇଥାଏ। ଓଡ଼ିଶାକୁ ପରିବା ଯୋଗାଇବାରେ କଟକ ଅଗ୍ରଣୀ ଜିଲା ଭାବେ ପରିଚିିତ। ବର୍ତ୍ତମାନ ବାଇଗଣ, ବିନ୍‌, ଝୁଡ଼ଙ୍ଗ, କଖାରୁ, ଭେଣ୍ଡି, ଜହ୍ନି, କଲରା, ପୋଟଳ, ବିଲାତି ଓ କାକୁଡ଼ି ଆଦି ପ୍ରଚୁର ପରିମାଣରେ ଅମଳ ହେଉଛି। ଲକ୍‌ଡ଼ାଉନ୍‌ ଘୋଷଣା ହେବାପରେ ବେପାରୀମାନେ ନିଜ ଅଞ୍ଚଳରୁ ବଜାରକୁ ଅଧିକ ପରିମାଣର ପରିବା ଆଣିବା ଉପରେ କଟକଣା ଜାରି ହୋଇଛି। ଦୋକାନ ବଜାର ଓ ଆଞ୍ଚଳିକ ହାଟଗୁଡ଼ିକୁ ମଧ୍ୟ ବନ୍ଦକରି ଦିଆଯାଇଛି। ଅନ୍ୟପଟେ ପୋଲିସ ଜୁଲମ ଭୟରେ ଚାଷୀମାନେ ବଜାରକୁ ବେପାର କରିବାକୁ ଯାଇପାରୁ ନାହାନ୍ତି। ଫଳରେ ସେମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିବା ଚାଷୀଙ୍କ ହାତ ଉଧାରି ବେପାରୀ ଓ ସାର ଦୋକାନୀର ଟଙ୍କା ପରିଶୋଧ କରିବାର ଆଶା ମଉଳିଯାଇଛି। ପୂର୍ବ ଘୋଷିତ ୨୧ ଦିନର ଲକ୍‌ଡ଼ାଉନ୍‌କୁ ପୁନର୍ବାର ୧୬ ଦିନ ବୃଦ୍ଧି ହେବା ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଲକ୍‌ଡ଼ାଉନ୍‌ ସରିବା ବେଳକୁ ପରିବା ଅମଳ ହେବାର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟ ସରିଯାଇଥିବ। ଏ ପରିସ୍ଥିତିରେ ଚାଷୀମାନେ ମାନସିକ ଭାରସାମ୍ୟ ହରାଇ ଆମତ୍ହତ୍ୟା ରାସ୍ତାକୁ ଆବୋରି ନେଇପାରନ୍ତି ବୋଲି ଏସ୍‌ୟୁସିଆଇ(ସି) କଟକ ଜିଲା ସମ୍ପାଦକ ବିଶ୍ୱାବସୁ ଦାସ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି। ସରକାର ସମସ୍ତ ଚାଷୀ ପରିବାକୁ ଚିହ୍ନଟକରି ପ୍ରତ୍ୟେକଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ସେ ସରକାରଙ୍କ ପାଖରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri