ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ ପରିବର୍ତ୍ତନ: କୃଷିକାର୍ଯ୍ୟ ପାଇଁ କୋହଳ, ଭୁବନେଶ୍ୱର ପାଇଁ ପରବର୍ତ୍ତି ସମୟରେ ଆସିବ ସ୍ବତନ୍ତ୍ର ନିୟମ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆସନ୍ତା ୧୫ରୁ ଏପ୍ରିଲ ୩୦ ତାରିଖ ଯାଏ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ପୂର୍ବ ଭଳି ଯାନବାହାନ, ଦୋକାନବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଉପରେ କଟକଣା ବଳବତ୍ତର ରହିବ। ତେବେ ଏହି ସମୟରେ ଚାଷ କାର୍ଯ୍ୟ ପାଇଁ ଲକ୍‌ଡାଉନ୍‌ ନିୟମରେ ସାମନ୍ୟ ପରିବର୍ତ୍ତନ କରାଯାଇଛି। କୃଷି କାର୍ଯ୍ୟ ସହିତ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ଓ ବିଜୁ ପକ୍କା ଘର ଯୋଜନାରେ ପକ୍କା ଘର ନିର୍ମାଣ ଜାରି ରହିବ। ଏଥିସହିତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀ କାର୍ଯ୍ୟ ମଧ୍ୟ ହୋଇପାରିବ। ଖାଦ୍ୟ ସାମଗ୍ରୀ ହୋମ୍‌ ଡେଲିଭରି ହେବ। ଢାବା ଖୋଲା ରହିଲେ ମଧ୍ୟ ସେଠାରେ ବସି ଖାଇବା ପାଇଁ ଅନୁମତି ଦିଆଯିବ ନାହିଁ। ବନୀକରଣ ପାଇଁ ନର୍ସରୀ, ବନ୍ୟ ଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା, କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି ଆଦି କାର୍ଯ୍ୟ ଚାଲୁ ରହିବ। କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କଡ଼ାକଡ଼ି ପାଳନ ହେବ। ସୋମବାର ପୂର୍ବାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।
ଧାନ ବୁଣା, ଚାଷ, ତଳିରୁଆ, କଟା ଆଦି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦିଆଯାଇଛି। ଖରିଫ ଋଣ ପାଇଁ ସବୁ ବ୍ୟାଙ୍କ ଓ ଅଫିସ ଖୋଲା ରହିବ। ଗୋଶାଳା, ବୁଲା କୁକୁରଙ୍କୁ ଖାଇବା, କୃଷି ସରଞ୍ଜାମ ବିକ୍ରୟ ଦୋକାନ, ସାର, ଔଷଧ ଆଦି ଦୋକାନ ଖୋଲା ରହିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଶ୍ରମିକମାନେ ନିୟୋଜିତ ହେବେ। ତେବେ ଭୁବନେଶ୍ୱର ସହରକୁ ଲକ୍‌ଡାଉନ୍‌ରୁ କୋହଳ କରାଯାଇ ନାହିଁ। ଏଠାରେ ଚାଷ କାର୍ଯ୍ୟ ହେଉ ନ ଥିବାରୁ ପୂର୍ବ କଟକଣାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ତେବେ ଭୁବନେଶ୍ୱରରେ ଲକ୍‌ଡାଉନ୍‌ କୋହଳ ପାଇଁ ପରବର୍ତ୍ତି ସମୟରେ ସ୍ବତନ୍ତ୍ର ନିୟମ ଆସିବ। ରବି ଧାନ ସଂଗ୍ରହ ପାଇଁ ୧୭ରୁ ୧୮ଟି ଜିଲାରେ ଧାନ ମଣ୍ଡି ଖୋଲା ରହିବ। ଚାଷୀମାନେ ଧାନ ବିକ୍ରୟ କରିପାରିବେ। ମଣ୍ଡିକୁ ଧାନ ନେବା ପାଇଁ ଟ୍ରାକ୍ଟର ମଧ୍ୟ ଚାଲିବ। ଗ୍ରାମାଞ୍ଚଳରେ ପାନୀୟ ଜଳ ଓ ନଳକୂପ ମରାମତି କାର୍ଯ୍ୟ ଚାଲୁ ହେବ ବୋଲି ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ, ଜିଲାପାଳଙ୍କ ଅଫିସ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri