ଲକ୍‌ଡାଉନ୍‌ ନିୟମକୁ ଫୁ : ହାଟରେ ରହୁନି ସାମାଜିକ ଦୂରତ୍ୱ

ସୋନପୁର,୭।୪(ନି.ପ୍ର.):  ସମଗ୍ର ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସୁବର୍ଣ୍ଣପୁର ଜିଲା ପ୍ରଶାସନ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ ଜାରି ରଖିଛି । କିନ୍ତୁ ମଙ୍ଗଳବାର ଗାନ୍ଧୀ ପଡିଆରେ ବସିଥିବା ସାପ୍ତାହିକ ହାଟରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ମାଛ, ତେଜରାତି, ପରିବା ବ୍ୟବସାୟୀ ଓ ଗ୍ରାହକ। ସାମାଜିକ ଦୂରତାକୁ ଭୁଲି ଅସ୍ଥାୟୀ ଦୋକାନ ଗୁଡିକରେ ଲାଗିଥିଲା ଗହଳି। ମାଛ ଓ ପରିବା ନେବା ପାଇଁ ମୁହଁକୁ ମୁହଁ ଯୋଡି ଛିଡା ହୋଇଥିଲେ ଗ୍ରାହକ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। କେଉଁଠି ଯେପରି ଲୋକଙ୍କ ଗହଳି ନହେବ ସେଥିପାଇଁ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ଥିବା ବେଳେ ଅନେକ ଏହାର ଫାଇଦା ନେଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ବିଭିନ୍ନ ଦୋକାନ ଓ ହାଟ ବଜାରରେ ଭିଡ ଜମାଉଛନ୍ତି। ଜିଲା ସଦର ମହକୁମା ସହିତ ବ୍ଲକ ସଦର ମହକୁମା ଓ ଗ୍ରାମାଞ୍ଚଳରେ ବସୁଥିବା ହାଟରେ ଭିଡ ଜମୁଛି। ପରିବା ହାଟ, ଦୋକାନ ସମ୍ମୁଖରେ ଗ୍ରାହକ ଛିଡା ହେବା ପାଇଁ ଚିହ୍ନ ଦିଆଯାଇଛି। ମାତ୍ର ଅଧିକାଂଶ ଲୋକ ଏସବୁ କଟକଣାକୁ ମାନୁନାହାନ୍ତି। ଗାନ୍ଧୀ ପଡିଆ ସାପ୍ତାହିକ ମାର୍କେଟ୍‌ରେ ପୂର୍ବ ସାଧାରଣ ସମୟ ଭଳି ମଙ୍ଗଳବାର ଭିଡ ଦେଖିବାକୁ ମିଳିଥିଲା। ବ୍ୟବସାୟୀ ନାଁ ଗାହକ କେହି ବି ସାମାଜିକ ଦୂରତ୍ୱକୁ ରକ୍ଷା କରି ନଥିଲେ। ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଗୋଟିଏ ମାଛ, ପରିବା ଦୋକାନ ଆଗରେ ୧୦ରୁ ୧୫ ଜଣ ଗ୍ରାହକ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ହାଟରେ ଲୋକଙ୍କ ଭିଡ ଦେଖି ଲୋକେ ପୋର ପ୍ରଶାସନ ଓ ତହସିଲଦାରଙ୍କୁ ଜଣାଇଥିଲେ। ଖବର ପାଇ ସୋନପୁର ତହସିଲଦାର ଅରବିନ୍ଦ ମେହେରା, ମ୍ୟୁନିସିପାଲିଟି ଇଓ ସୂର୍ଯ୍ୟାଂଶୁ ରୁଟ୍‌ ଓ ଆଇଆଇସି ଲୋକେଶ୍ୱର ସାହୁ ହାଟରେ ପହଞ୍ଚତ୍ ସାମାଜିକ ଦୂରତା ଅବଲମ୍ବନ କରିବାକୁ ବୁଝାଇଥିଲେ। ଜଣେ ମାଛ ବ୍ୟବସାହୀ କହିଛନ୍ତି, ଆମେ ଗ୍ରାହକଙ୍କୁ ଗୋଟିଏ ମିଟର ଦୂରତା ରକ୍ଷା କରିବା ଲାଗି କହୁଛୁ। ମାତ୍ର ସେମାନେ ଶୁଣୁନାହାନ୍ତି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସରକାର ୧୦୦୦ଟଙ୍କା ଲେଖାଏଁ ସହାୟତା ଦେଉଛନ୍ତି। ସହାୟତା ନେବା ପାଇଁ ଲୋକେ ଭିଡ ଜମାଉଛନ୍ତି। ଧାଡିରେ ଦୂରତା ରକ୍ଷା କରି ଛିଡା ହେବାକୁ ଧର୍ଯ୍ୟ ରହୁନି। ଜିଲା ସଦର ମହକୁମାର ଖଦାଳପଡାସ୍ଥିତ ଶାନ୍ତି ପାଠାଗାର ସମ୍ମୁଖରେ ସୋମବାର ଓ ମଙ୍ଗଳବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ପଡାରେ ମୋଟ ୬୪୧ ହିତାଧିକାରୀ ଅଛନ୍ତି। ଶେଷରେ ପୋଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା । ଜିଲା ସଦର ମହକୁମାରେ ଏଭଳି ସ୍ଥିତି ଥିବା ବେଳେ ଗ୍ରାମାଞ୍ଚଳରେ ଏହି ନିୟମ ଅଧିକ ଉଲ୍ଲଂଘନ ହେଉଛି । ମାଛ, ପରିବା ମାର୍କେଟ୍‌ ଓ ସାପ୍ତାହିକ ହାଟ ଉପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜର ଦିଆଯିବା ଦରକାର ବୋଲି ଅନେକ ବୁଦ୍ଧିଜୀବୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?