ଲକ୍‌ଡାଉନ୍‌ ନିୟମକୁ ଫୁ : ହାଟରେ ରହୁନି ସାମାଜିକ ଦୂରତ୍ୱ

ସୋନପୁର,୭।୪(ନି.ପ୍ର.):  ସମଗ୍ର ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସୁବର୍ଣ୍ଣପୁର ଜିଲା ପ୍ରଶାସନ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ ଜାରି ରଖିଛି । କିନ୍ତୁ ମଙ୍ଗଳବାର ଗାନ୍ଧୀ ପଡିଆରେ ବସିଥିବା ସାପ୍ତାହିକ ହାଟରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ମାଛ, ତେଜରାତି, ପରିବା ବ୍ୟବସାୟୀ ଓ ଗ୍ରାହକ। ସାମାଜିକ ଦୂରତାକୁ ଭୁଲି ଅସ୍ଥାୟୀ ଦୋକାନ ଗୁଡିକରେ ଲାଗିଥିଲା ଗହଳି। ମାଛ ଓ ପରିବା ନେବା ପାଇଁ ମୁହଁକୁ ମୁହଁ ଯୋଡି ଛିଡା ହୋଇଥିଲେ ଗ୍ରାହକ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। କେଉଁଠି ଯେପରି ଲୋକଙ୍କ ଗହଳି ନହେବ ସେଥିପାଇଁ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ଥିବା ବେଳେ ଅନେକ ଏହାର ଫାଇଦା ନେଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ବିଭିନ୍ନ ଦୋକାନ ଓ ହାଟ ବଜାରରେ ଭିଡ ଜମାଉଛନ୍ତି। ଜିଲା ସଦର ମହକୁମା ସହିତ ବ୍ଲକ ସଦର ମହକୁମା ଓ ଗ୍ରାମାଞ୍ଚଳରେ ବସୁଥିବା ହାଟରେ ଭିଡ ଜମୁଛି। ପରିବା ହାଟ, ଦୋକାନ ସମ୍ମୁଖରେ ଗ୍ରାହକ ଛିଡା ହେବା ପାଇଁ ଚିହ୍ନ ଦିଆଯାଇଛି। ମାତ୍ର ଅଧିକାଂଶ ଲୋକ ଏସବୁ କଟକଣାକୁ ମାନୁନାହାନ୍ତି। ଗାନ୍ଧୀ ପଡିଆ ସାପ୍ତାହିକ ମାର୍କେଟ୍‌ରେ ପୂର୍ବ ସାଧାରଣ ସମୟ ଭଳି ମଙ୍ଗଳବାର ଭିଡ ଦେଖିବାକୁ ମିଳିଥିଲା। ବ୍ୟବସାୟୀ ନାଁ ଗାହକ କେହି ବି ସାମାଜିକ ଦୂରତ୍ୱକୁ ରକ୍ଷା କରି ନଥିଲେ। ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଗୋଟିଏ ମାଛ, ପରିବା ଦୋକାନ ଆଗରେ ୧୦ରୁ ୧୫ ଜଣ ଗ୍ରାହକ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ହାଟରେ ଲୋକଙ୍କ ଭିଡ ଦେଖି ଲୋକେ ପୋର ପ୍ରଶାସନ ଓ ତହସିଲଦାରଙ୍କୁ ଜଣାଇଥିଲେ। ଖବର ପାଇ ସୋନପୁର ତହସିଲଦାର ଅରବିନ୍ଦ ମେହେରା, ମ୍ୟୁନିସିପାଲିଟି ଇଓ ସୂର୍ଯ୍ୟାଂଶୁ ରୁଟ୍‌ ଓ ଆଇଆଇସି ଲୋକେଶ୍ୱର ସାହୁ ହାଟରେ ପହଞ୍ଚତ୍ ସାମାଜିକ ଦୂରତା ଅବଲମ୍ବନ କରିବାକୁ ବୁଝାଇଥିଲେ। ଜଣେ ମାଛ ବ୍ୟବସାହୀ କହିଛନ୍ତି, ଆମେ ଗ୍ରାହକଙ୍କୁ ଗୋଟିଏ ମିଟର ଦୂରତା ରକ୍ଷା କରିବା ଲାଗି କହୁଛୁ। ମାତ୍ର ସେମାନେ ଶୁଣୁନାହାନ୍ତି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସରକାର ୧୦୦୦ଟଙ୍କା ଲେଖାଏଁ ସହାୟତା ଦେଉଛନ୍ତି। ସହାୟତା ନେବା ପାଇଁ ଲୋକେ ଭିଡ ଜମାଉଛନ୍ତି। ଧାଡିରେ ଦୂରତା ରକ୍ଷା କରି ଛିଡା ହେବାକୁ ଧର୍ଯ୍ୟ ରହୁନି। ଜିଲା ସଦର ମହକୁମାର ଖଦାଳପଡାସ୍ଥିତ ଶାନ୍ତି ପାଠାଗାର ସମ୍ମୁଖରେ ସୋମବାର ଓ ମଙ୍ଗଳବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ପଡାରେ ମୋଟ ୬୪୧ ହିତାଧିକାରୀ ଅଛନ୍ତି। ଶେଷରେ ପୋଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା । ଜିଲା ସଦର ମହକୁମାରେ ଏଭଳି ସ୍ଥିତି ଥିବା ବେଳେ ଗ୍ରାମାଞ୍ଚଳରେ ଏହି ନିୟମ ଅଧିକ ଉଲ୍ଲଂଘନ ହେଉଛି । ମାଛ, ପରିବା ମାର୍କେଟ୍‌ ଓ ସାପ୍ତାହିକ ହାଟ ଉପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜର ଦିଆଯିବା ଦରକାର ବୋଲି ଅନେକ ବୁଦ୍ଧିଜୀବୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri