ଲକ୍‌ଡାଉନ୍‌ରେ ଫି’କୁ ନେଇ ଘରୋଇ ସ୍କୁଲ ଉପରେ ସରକାରଙ୍କ ଛାଟ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀରେ ଲକ୍‌ଡାଉନ୍‌ ସମୟରେ ଅଭିଭାବକଙ୍କଠାରୁ ମିଳୁଥିବା ଅଭିଯୋଗକୁ ଧ୍ୟାନରେ ରଖି ଉପମୂଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ସ୍କୁଲମାନଙ୍କ ପାଇଁ ଏକ କଡ଼ା ନିୟମ ତିଆରି କରିଛନ୍ତି। ଶୁକ୍ରବାର ଏନେଇ ସିସୋଡିଆ ଟୁଇଟ କରିଛନ୍ତି। ରାଜ୍ୟର ସମସ୍ତ ଘରୋଇ ସ୍କୁଲଗୁଡ଼ିକ ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ଶିକ୍ଷାଦାନ, ଅଣଶିକ୍ଷାଦାନ ଓ ଚୁକ୍ତିନାମା ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ଠିକ୍‌ ସମୟରେ ବେତନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ବିନା ଅନୁମତିରେ ଦିଲ୍ଲୀର କୌଣସି ଘରୋଇ ସ୍କୁଲ ଫି’ ବୃଦ୍ଧି କରିପାରିବେ ନାହିଁ। ଏତଦ୍‌ ବ୍ୟତୀତ କୌଣସି ସ୍କୁଲ ଏକାସାଙ୍ଗରେ ୩ମାସର ଫି’ ଆଦାୟ କରିପାରିବେ ନାହିଁ। ଗୋଟିଏ ମାସର ଟ୍ୟୁସନ୍‌ ଫି’କୁ ଛାଡିଦେଲେ ଅନ୍ୟ କୌଣସି ଫି’ ନେଇପାରିବେ ନାହିଁ ବୋଲି କେଜରିଓ୍ବାଲ କହିଛନ୍ତି। ଯଦି ଫି’ ଦେଇ ନ ଥିବା ପିଲାଙ୍କୁ କୌଣସି ସ୍କୁଲ ଅନ୍‌ଲାଇନ୍‌ ଶିକ୍ଷାଦାନରୁ ବଞ୍ଚିତ କରେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନ୍ୟ ଏକ ଟୁଇଟରେ ସିସୋଡିଆ ଉଲ୍ଲଖ କରିଛନ୍ତି। ସୂଚନା ମୁତାବକ ପୂର୍ବରୁ ଘରୋଇ ସ୍କୁଲଗୁଡ଼ିକ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା। କେତେକ ସ୍କୁଲ ମନଇଛା ସ୍କୁଲ ଫି’ ବୃଦ୍ଧି କରୁଥିବା ବେଳେ ସ୍କୁଲ ବନ୍ଦ ହେବା ପରେ ବି ପରିବହନ ଫି’ ଶୁଳ୍କ ଆଦାୟ କରାଯାଉଛି ବୋଲି ଅଭିଭାବକମାନେ ବୋଲି ଅଭିଯୋଗ କରିଥିଲେ। ତେବେ କରୋନା ଓ ଅଭିଭାବକଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସିସୋଡିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରମଣି ସ୍କୁଲ ଚୋରି ଘଟଣା; ୱାଚମ୍ୟାନକୁ ଉଠାଇନେଲା ଧାମନଗର ପୋଲିସ

ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି…

ବିକ୍ରି ହୋଇଥିଲେ ୧.୧୦ କୋଟିରେ, ଏବେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ କୋଟି କୋଟି ଟଙ୍କା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧।୬: IPL ୨୦୨୬ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସିଜନ ଥିଲା। ସେ ଅନେକ ପୁରସ୍କାର ଜିତିଥିଲେ, ଯେଉଁଥିରେ ଅରେଞ୍ଜ କ୍ୟାପ ମଧ୍ୟ ଥିଲା, ଯାହା…

ପାଦ ଛୁଇଁ ନୁହେଁ, କୋହଲିଙ୍କୁ ଦେଖି ଏମିତି କାମ କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୬:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2026 ଫାଇନାଲ ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କୁ ଭେଟିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷରେ RCBର ଫାଇନାଲ ମ୍ୟାଚ ଦେଖିବା…

ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍‌ ହେବେ ହଇରାଣ

ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍‌: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ

ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…

ପୂର୍ବତନ ଏମପି ବାଳଗୋପାଳ ମିଶ୍ରଙ୍କୁ ଅସମ୍ମାନ ପ୍ରସଙ୍ଗ; କୋଶଲବାଦୀ ସଙ୍ଗଠନ ପକ୍ଷରୁ ଅଭିନଵ ପ୍ରତିବାଦ, ଚୌକି ଧରି…

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପୂର୍ବତନ ଏମ୍‌ପି ତଥା ବର୍ଷିୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ…

ଥାନାରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗ; ଦେହରେ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ଫିଙ୍ଗିଦେଲେ, ଚାଲିଗଲା ଜୀବନ

କବିସୂର୍ଯ୍ୟନଗର,୧।୬(କୃପାସିନ୍ଧୁ ସ୍ବାଇଁ): କବିସୂର୍ଯ୍ୟନଗର ପୋଲିସ ନାଁରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଥାନା ଭିତରେ ଯୁବକଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri