ଲକ୍‌ଡାଉନରେ ରୋଜଗାର ଦେଉଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ଦାରିଙ୍ଗବାଡ଼ି,୮ା୫(ଡି.ଏନ.ଏ)- ଲକ୍‌ଡାଉନ ପରେ କାମଧନ୍ଦା ବନ୍ଦ ଯୋଗୁ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ବେଶି ପ୍ରଭାବିତ ହୋଇଛନ୍ତି। ମାତ୍ର ନିୟମ କୋହଳ କରି ଏବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ଆରମ୍ଭ ହୋଇଛି। ଯାହାକି ଶ୍ରମିକ ଓ ଦିନ ମଜୁରିଆଙ୍କୁ ଆଶ୍ୱସ୍ତ ଆଣିଦେଇଛି। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ପଞ୍ଚାୟତରେ ୧୨,୮୯୭ ଶ୍ରମିକ ଏହି ଯୋଜନାରେ କାମ କରୁଛନ୍ତି। ଏଯାଏ ମୋଟ ୩୩, ୫୩୯ ଶ୍ରମ ଦିବସ ସୃଷ୍ଟି ହେବାସହ ୧ କୋଟି ୮ଲକ୍ଷ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି। ଲକ୍‌ଡାଉନ କୋହଳ ପରେ ଲୋକଙ୍କ ମଧ୍ୟରେ ଏହି ଯୋଜନାରେ କାର୍ଯ୍ୟକରିବା ପାଇଁ ଆଗ୍ରହ ବୃଦ୍ଧି ପାଉଛି। କରୋନା ଭଳି ମହାବିପତ୍ତି ସମୟରେ ଏବେ ଶ୍ରମିକଙ୍କୁ ରୋଜଗାର ଦେଉଛି ଏମ୍‌ଜିଏଡ଼୍‌ଆର୍‌ଇଜିଏସ୍‌। ଗାଁ ଗାଁରେ ଏହି ଯୋଜନାରେ ପୋଖରୀ, କୁଅ, ରାସ୍ତା ସମେତ ଚାଷ ଜମିର ଉନ୍ନତି କରଣ କରାଯାଇଛି। କାର୍ଯ୍ୟସ୍ଥଳରେ ସାମଜିକ ଦୂରତ୍ୱ ସହ ସାବୁନରେ ହାତ ଧୋଇବା ବ୍ୟବସ୍ଥା ହୋଇଛି।
ଦନେକବାଡ଼ି ପଞ୍ଚାୟରେ ମହିଳା ସରପଞ୍ଚ ସୁଜାତା ପଡ୍ରାଙ୍କ ଉଦ୍ୟମରେ ଏବଂ ଏପିଓ ମୁଜିବର ରେହେମାନ ମଲ୍ଲିକଙ୍କ ନେତୃତ୍ୱରେ ଗ୍ରାମରୋଜଗାର ସେବିକା ଝୁଲିଲତା ସାହୁଙ୍କ ତତ୍ୱବାଧାବନରେ ଅଞ୍ଚଳରେ ଏହି କାର୍ଯ୍ୟ ତ୍ୱରାନ୍ନିତ କରାଯାଇଛି। ସପ୍ତାହକୁ ଥରେ ସେମାନଙ୍କ ମଜୁରୀ ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି ଏପିଓ ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri