Categories: ଖେଳ

ଲକ୍ଷ୍ୟ ସେନ୍‌ଙ୍କୁ ଟାଇଟଲ

ସାର୍‌ବ୍ରକେନ (ଜର୍ମାନୀ), ୪ା୧୧(ପି.ଟି.)-ଭାରତର ଲକ୍ଷ୍ୟ ସେନ୍‌ କ୍ରମାଗତ ଦ୍ୱିତୀୟ ଥର ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ସାର୍‌ଲର୍‌ଲକ୍ସ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ରୋମାଞ୍ଚକ ଫାଇନାଲରେ ସେ ଚାଇନାର ଓ୍ବେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କୁ୧୭-୨୧, ୨୧-୧୮, ୨୧-୧୬ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ଜିତିବା ଲାଗି ତାଙ୍କୁ ୫୯ ମିନିଟ୍‌ ସମୟ ଲାଗି ଥିଲା। ସିଜନରେ ଏହା ହେଉଛି ତାଙ୍କର କ୍ରମାଗତ ତୃତୀୟ ସିଙ୍ଗଲ୍ସ ଟାଇଟଲ। ଏହାପୂର୍ବରୁ ସେ ବେଲିଜିଆନ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜ ଏବଂ ଡଚ୍‌ ଓପନ ସୁପର ଟୁର୍‌ ୧୦୦ ଟାଇଟଲ ଜିତିଥିବାବେଳେ ପଲିଶ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ବିଶ୍ୱର ୫୧ ନମ୍ବର ମାନ୍ୟତାପ୍ରାପ୍ତ ସେନ୍‌ ଏସିଆନ ଜୁନିୟର ଚାମ୍ପିୟନଶିପ୍‌ ଜିତିଛନ୍ତି। ଗତବର୍ଷ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ଜିତିଥିବା ଏହି ଉଦୀୟମାନ ଖେଳାଳି ସିନିୟର ସର୍କିଟରେ ତାଙ୍କ ପ୍ରଭାବ ପ୍ରଦର୍ଶନ ଜାରି ରଖିଛନ୍ତି।

Share