ରୋହିତ ପୂଜାରୀ ହେଲେ ବିଜେଡିର ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରୋହିତ ପୂଜାରୀ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ। ପୂର୍ବରୁ ଏହି ପଦବୀରେ ଥିବା ପ୍ରଣବ ବଳବନ୍ତ ରାୟଙ୍କୁ ବିଦା କରାଯାଇ ରୋହିତଙ୍କୁ ଅବସ୍ଥାପିତ କରାଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ତେବେ ଯାଜପୂର ଜିଲା ଧର୍ମଶାଳା ବିଧାୟକ ପ୍ରଣବଙ୍କୁ ଏହି ପଦବୀରୁ ଏଭଳି କାହିଁକି ବିଦା କରାଗଲା ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।