Posted inଖେଳ

ରୋହିତ-ଅଗ୍ରଓ୍ବାଲଙ୍କ ରେକର୍ଡ

ବିଶାଖାପାଟଣା,୩।୧୦(ପିଟି): ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଗୁରୁବାର ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ଭାରତୀୟ ଓପନିଂ ଯୋଡ଼ି ଭାବେ ୩୦୦ ରନ୍‌ର ଭାଗୀଦାରି କରିଛନ୍ତି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ରୋହିତ ଓ ମୟଙ୍କ ଓପନିଂ ଯୋଡ଼ି ୩୧୭ ରନ୍‌ କରିଥିଲା। ପ୍ରଥମ ଥର ଟେଷ୍ଟରେ ଓପନିଂ କରିଥିବା ରୋହିତ ୧୭୬ ଓ ଅଗ୍ରଓ୍ବାଲ ୨୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ରୋହିତ-ମୟଙ୍କଙ୍କ ବ୍ୟତୀତ ୩୦୦ ରନ୍‌ କରିଥିବା ଭାରତୀୟ ଓପନିଂ ଯୋଡ଼ି ମଧ୍ୟରେ ଭିନୁ ମଙ୍କଡ ଓ ପଙ୍କଜ ରୟ (୧୯୫୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୧୩) ଏବଂ ରାହୁଲ ଡ୍ରାଭିଡ୍‌ ଓ ବୀରେନ୍ଦ୍ର ସେହ୍ବାଗ (୨୦୦୬ରେ ପାକିସ୍ତାନ ବିପକ୍ଷରେ ୪୧୦)ଙ୍କ ଯୋଡ଼ି ରହିଛନ୍ତି। ୨୮ ବର୍ଷୀୟ ଅଗ୍ରଓ୍ବାଲ କ୍ୟାରିୟରର ୮ମ ଇନିଂସରେ ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ଶତକ ଲଗାଇବାରେ ମୟଙ୍କ ଦେଶର ୮୬ତମ ବ୍ୟାଟ୍ସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରେ କରୋନା ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର,୧୩।୭: ଆନ୍ଧ୍ରପ୍ରଦେଶରେ COVID-19ରେ ଆକ୍ରାନ୍ତ ହୋଇ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏପରକି ଆନ୍ଧ୍ର ସୀମାନ୍ତ ଜିଲାର CDMOମାନଙ୍କୁ…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି ବନାଞ୍ଚଳକୁ ବଡ଼ ସଫଳତା, ମିଳିତ ଚଢ଼ାଉରେ ଶାଳ ଗଣ୍ଡି ଜବତ, ୪ ଗିରଫ, ଟ୍ରକ, ବୋଲେରୋ, ଜେସିବି ସହ ୨ ବାଇକ ଜବତ

ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri