ରୋଜଗାର ମାଗିଲେ ଯାଯାବର

(ଅଜିତ ଧଳ) ଛେଣ୍ଡିପଦା,୧୨ା୪ – ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ନେବାକୁ ବହୁ ଥିଲାବାଲାଙ୍କ ହାତ ଲମ୍ବି ଆସୁଥିବା ବେଳେ ଖାଦ୍ୟ ସାମଗ୍ରୀ ଧରି ଘରଦୁଆରେ ପହଞ୍ଚିଥିବା ପ୍ରଶାସନକୁ ଫେରାଇ ଦେଇଛନ୍ତି ୧୩ ଯାଯାବର ପରିବାର। ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ସେମାନେ ପୂର୍ବ ପ୍ରସ୍ତୁତି କରିଥିବାରୁ ସରକାର ସେମାନଙ୍କ ପାଇଁ ଅର୍ଥ ଖର୍ଚ୍ଚ ନ କରି ତାହାକୁ କରୋନା ମୁକାବିଲାରେ ବ୍ୟୟ କରିବାକୁ ପରାମର୍ଶ ଦେଇ ମହାନତା ଦେଖାଇଛନ୍ତି ସମ୍ପୃକ୍ତ ଯାଯାବରମାନେ। ତେବେ ଯେତେଶୀଘ୍ର ସମ୍ଭବ ସରକାର ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ସୁଯୋଗ ସୃଷ୍ଟିକରି ରୋଜଗାର ଦେବାକୁ ୧୩ ଯାଯାବର ପରିବାର ଦାବି କରିଛନ୍ତି।
ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତ ଧୋବାମଳିହାଠାରେ ଦୀର୍ଘ ୬ ବର୍ଷ ହେଲା ରହୁଥିବା ଏହି ଯାଯାବରମାନଙ୍କ ପ୍ରକୃତ ଘର ଛତିଶଗଡର ରାୟଗଡ ଜିଲାରେ। ଛେଣ୍ଡିପଦାର ବିଭିନ୍ନ ଜଙ୍ଗଲରୁ ଖଜୁରି ପିଞ୍ଛ ସଂଗ୍ରହ ସହ ସେଥିରେ ଝାଡୁ, ପଟିଆ ଆଦି ତିଆରି କରି ବିକ୍ରି କରିବା ହେଉଛି ସେମାନଙ୍କ କାମ। କିନ୍ତୁ ଲକ୍‌ଡାଉନ ଯୋଗୁ ସେହି ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଘରେ ରହିଥିବା ହାତ ତିଆରି ସାମଗ୍ରୀ ବିକ୍ରି ହୋଇପାରୁ ନ ଥିବାରୁ ରୋଜଗାର ମଧ୍ୟ ନାହିଁ। ତେବେ ୧୪ ତାରିଖ ଯାଏ ଘରେ ରାଶନ ସାମଗ୍ରୀ ରଖିଥିବାରୁ ଲକ୍‌ଡାଉନ୍‌ ବୃଦ୍ଧି ଖବର ସେମାନଙ୍କୁ ଚିନ୍ତାରେ ପକାଇଛି। ଶନିବାର ଛେଣ୍ଡିପଦା ବିଡିଓ ସୁନୀଲ କେରକଟା, ରାଇଝରଣ ସରପଞ୍ଚ ସୁଜୋତ୍ସ୍ନା ଦେହୁରୀ ସେମାନଙ୍କ ନିକଟରେ ପହଞ୍ଚିଥିଲେ। କରୋନା ସମ୍ପର୍କରେ ସଚେତନ କରାଇବା ସହ ସମ୍ପୃକ୍ତ ୧୩ ପରିବାରର ମୋଟ୍‌ ୪୮ ଜଣ ସଦସ୍ୟଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ। ହେଲେ ସମ୍ପୃକ୍ତ ଯାଯାବର ପରିବାରମାନେ ଖାଦ୍ୟ ନେବାକୁ ମନା କରିଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତି ନେଇ ସେମାନେ ଅବଗତ ଓ ପ୍ରସ୍ତୁତ ଅଛନ୍ତି। ତେଣୁ ୧୪ ତାରିଖ ପର୍ଯ୍ୟନ୍ତ ଚଳିବାକୁ ଘରେ ଡାଲି, ଚାଉଳ, ଆଳୁ ମହଜୁଦ ରଖିଛନ୍ତି। ତେଣୁ ସରକାର ସେମାନଙ୍କ ଖାଇବା ଚିନ୍ତା ନ କରି ସେହି ଅର୍ଥ କରୋନା ରୋକିବା ଦିଗରେ ଖର୍ଚ୍ଚ କରିବାକୁ ଯାଯାବରମାନେ ପରାମର୍ଶ ଦେଇଥିଲେ। ଏଥିସହ ସେମାନେ ପ୍ରସ୍ତୁତ କରିଥିବା ଝାଡ଼ୁ, ପଟିଆ ଆଦି କିପରି ବିକ୍ରି କରିପାରିବେ ତାହାର ବ୍ୟବସ୍ଥା ସରକାର କଲେ ଲକ୍‌ଡାଉନ୍‌ର ବାକି ଦିନଗୁଡ଼ିକରେ ଚଳିବାରେ ଅସୁବିଧା ହେବନାହିଁ ବୋଲି ଯାଯାବରମାନେ କହିଥିଲେ। ଏ ସମ୍ପର୍କରେ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଲକ୍‌ଡାଉନ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେଣୁ ଯାଯାବର ପରିବାର ତିଆରି କରିଥିବା ସାମଗ୍ରୀ କିଣିବା ସମ୍ଭବ ନୁହେଁ। ବାହାର ରାଜ୍ୟରୁ ଆସିଥିବା ଲୋକମାନଙ୍କୁ ଯେପରି ଖାଦ୍ୟ ଦିଆଯାଉଛି ସେମାନଙ୍କୁ ମଧ୍ୟ ସେହିପରି ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri