ରୋଗ୍‌ରେ ଶଢ଼ୁଛନ୍‌ ବନମାଳୀ:ସରକାରୀ ସୁବିଧାରୁ ବଁଚିତ୍‌ ଅସାହା ପରିବାର

ଭବାନୀପାଟଣା,୧୭।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧୀନ ମଣ୍ଡଳ ଗଁାର ବନମାଳୀ ପାଲ। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ କୁଟୁମ ପୁଷବାର ଲାଗି ବାହାର ରାଏଜ୍‌କେ ଦାଦନ୍‌ ଖଟି ଯାଉଥିଲେ। ହେଲେ ସେଠାନେ ଦିହିପା ଖରାପ ହେଲାରୁ ଗଁାକେ ପଲେଇ ଆଏଲେ। ଏହେଦେ ତାକର ଦୁଖ୍‌ କହେଲେ ନାଇଁସାରେ।
ସୂଚନା ହିସାବେ ବନମାଳୀ ପାଲକଁର ପରିବାର କହେଲେ ମାଏକିନା ଟୁନୀ ପାଲ, ଝି’ ପୁଷ୍ପା ଆର ଭିନ୍ନକ୍ଷମ ପୁଓ ଟିକେ। ପରବାରଟା ନିହାତି ଗରିବ୍‌। ବନମାଳୀ ଦାଦନ୍‌ ଖଟି କୁଟୁମ ପୁଷୁଥିଲେ। ହେଲେ ବାହାର ରାଏଜେ କାମ୍‌ କଲାବେଲେ ତାକର ଦିହିପା ଖରାପ ହେଇଥିଲା। ଡାକ୍‌ତର ଦେଖାଲେ ହେଲେ କିଛି ଲାଭ ନାଇଁହେଲା। ଶେଷେ ନିଜର ଗଁା ମଣ୍ଡଳକେ ଫିରି ଆଏଲେ। ଭିନେ ଭିନେ ଜାଗାରେ ଚିକିସତ୍ା କରାଲେ, ରୋଗ୍‌ ଜନା ନାଇଁ ପଡ଼ଲା। ପଛେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯାଇ ଦେଖାଲେ। ସେଠାନେ ଚିକିସତ୍ା ଅଧ୍‌କାରୀ ଶିବାଶିଷ ସ୍ବାଇଁ ବନମାଳୀକେ ଯକ୍ଷ୍ମା ରୋଗ୍‌ ହେଇଥିବାର ଠଉରେଇ ଥିଲେ। ଗଲା ୧୨ ତାରିଖରୁ ତାକର ଚିକିସତ୍ା ଆରମ କରାଯାଇଛେ। ଇଆଡ଼େ ଚିକିସତ୍ା ଲାଗି ଆଗରୁ ବନମାଳୀ ଯେନ୍‌ ଟିକେରଁଚେ ସଁଚିଥିଲେ ସବୁ ସାରିଦେଇଛନ୍‌। ବନମାଳୀ ଘରର ଗୁଟେବଲି କମାନିଅଁା ଲୋକ୍‌। ସେ ରୋଗ୍‌ରେ ଖଟେ ପଡ଼ିରହେଲା ବେଲେ ଏହେଦେ ଘରର ଅବସ୍‌ତା ଦୁହୁଲି ଯାଇଛେ। ପରିବାଟା ବିପିଏଲ ଅନ୍ତ୍ୟୋଦୟ କାର୍ଡରେ ଚାଉଲ ପାଉଛନ୍‌, ହେଲେ ସେଟା ୪ ପରାନୀ କୁଟୁମକେ ନିହଁଟ ପଡ଼ୁଛେ। କୁଟୁମଟା ରହୁଥିବାର କୁଡ଼ିଆ ଘର ବି ବରଷାରେ ଭୁଷଲି ଯାଇଛେ। ଏହେଦେ ଇ ଦୁଖି ପରିବାର ନିଜର ଝନେ ଲଗେଲେସର ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ଝି’ ପୁଷ୍ପାର ବିହାଘର ଚଲତି ମାସର ୬ ତାରିଖ ଥିଲା। ହେଲେ ଘରର ପରିସ୍ଥିତି ଲାଗି ବିହାଘର ଘୁଚେଇ ଦିଆଯାଇଛେ। ଇଆଡ଼େ ପୁଓ ଭିନ୍ନକ୍ଷମ, ସେ ବି କେହେନ୍‌ସି ପରକାର ସରକାରୀ ସୁବିଧା ସୁଯୋଗ ନାଇଁ ପାଏବାର। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ତାକର ଥଇଥାନ ଆର ସରକାରୀ ସୁବିଧା ସୁଯୋଗ ଯୁଗେଇ ବେବାର ଦିଗେ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri