Posted inଖେଳ

ରେନଲ୍ଟ ଛାଡ଼ିଲେ ରିକାର୍ଡୋ

ଲଣ୍ଡନ, ୧୫।୫:କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ୨୦୨୦ ଫର୍ମୁଲାୱାନ ମୋଟରରେସିଂ ସିଜନ ଗୁରୁତର ପ୍ରଭାବିତ ହୋଇଥିବାବେଳେ ୨୦୨୧ ସିଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୦ରେ ରେନଲ୍ଟ ଟିମ୍‌ ପକ୍ଷରୁ ରେସ୍‌ କରିଥିବା ଡାନିଏଲ ରିକାର୍ଡୋ ଆଗାମୀ ସିଜନରେ ମ୍ୟାକଲରେନ ଡ୍ରାଇଭ୍‌ କରିବେ। ସେଠାରେ ସେ ସ୍ପେନର କାର୍ଲୋସ ସିଞ୍ଜ୍‌ଙ୍କ ସ୍ଥାନ ନେବେ। ଅଷ୍ଟ୍ରେଲିଆର ରିକାର୍ଡୋଙ୍କ ଟିମ୍‌ ପରିବର୍ତ୍ତନ ସମ୍ପର୍କରେ ଗୁରୁବାର ମ୍ୟାକଲରେନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସିଞ୍ଜ୍‌ ୨୦୨୧ ସିଜନରେ ଫେରାରି ପକ୍ଷରୁ ପ୍ରତିନିଧିତ୍ୱ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଆଗାମୀ ସିଜନରେ ମ୍ୟାକଲରେନରେ ୩୦ ବର୍ଷୀୟ ରିକାର୍ଡୋଙ୍କ ପାର୍ଟନର ହେବେ ବ୍ରିଟିଶ୍‌ ଡ୍ରାଇଭର ଲାନ୍‌ଡୋ ନୋରିସ। ରିକାର୍ଡୋ ରେଡ୍‌ବୁଲ୍‌ ପକ୍ଷରୁ ୭ଟି ରେସ୍‌ ଜିତିବାର ରେକର୍ଡ ବହନ କରୁଛନ୍ତି।
ସିଞ୍ଜ୍‌ଙ୍କ ଯୋଗଦାନ ସମ୍ପର୍କରେ ଫେରାରି ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲେ ହେଁ ସେବାଷ୍ଟିଆନ ଭେଟେଲଙ୍କ ସହିତ ଦୀର୍ଘ ୬ ବର୍ଷର ସମ୍ପର୍କ ଛିନ୍ନ ହୋଇଥିବା ପ୍ରକାଶ କରାଯାଇଛି। ଭେଟେଲଙ୍କ ସ୍ଥାନ ସିଞ୍ଜ୍‌ ନେବେ ବୋଲି ଆଲୋଚନା ହେଉଛି। ରିକାର୍ଡୋଙ୍କ ସହିତ ଦୀର୍ଘ ମିଆଦି ଭିତ୍ତିରେ ଚୁକ୍ତି ସ୍ବାକ୍ଷର ହୋଇଥିବା ମ୍ୟାକଲରେନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ”ଡାନିଏଲଙ୍କ ସହିତ ଚୁକ୍ତି କରି ଆମେ ଦୀର୍ଘକାଳୀନ ଯୋଜନାରେ ଆଗକୁ ବଢ଼ିଛୁ। ଲାନ୍‌ଡୋ ଏବଂ ରିକାର୍ଡୋଙ୍କ ଉପସ୍ଥିତିରେ ଦଳ ମଜଭୁତ ହୋଇଛି“ ବୋଲି ମ୍ୟାକ୍‌ଲରେନ ରେସିଂ ସିଇଓ ଜ୍ୟାକ୍‌ ବ୍ରାଉନ୍‌ ପ୍ରକାଶ କରିଛନ୍ତି। ସିଞ୍ଜ୍‌ ପ୍ରକୃତରେ ଜଣେ ଟିମ୍‌ ପ୍ଲେୟର। ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ବ୍ରାଉନ। ଅନ୍ୟପକ୍ଷରେ ରିକାର୍ଡୋଙ୍କ ସହ ଚୁକ୍ତି ନବୀକରଣ ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ଏହା ସଫଳ ହୋଇପାରି ନ ଥିଲା ବୋଲି ରେନଲ୍ଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri