Posted inଫୁରସତ

ରେଡିଓ ମେଳା

ବିଭିନ୍ନ ପ୍ରକାର ନୂଆ ଓ ପୁରୁଣା ରେଡିଓକୁ ଗୋଟିଏ ମଞ୍ଚରେ ଦେଖିଲେ ଦର୍ଶକଙ୍କ ମନରେ ଅତୀତର ସ୍ମୃତି ମନେପଡ଼ିଯାଏ। ତେବେ ପୁରୁଣାଦିନର ରେଡିଓ ହଜିବାକୁ ବସିଥିବାବେଳେ ଓଡ଼ିଶାରେ ନିଆରାଭାବେ ଆୟୋଜିତ ହୋଇଥାଏ ଅନ୍ତର୍ଜାତୀୟ
ରେଡିଓ ମେଳା…

ରେଡିଓ ମେଳାର ଆୟୋଜକ- ଭୁବନେଶ୍ୱର ଠାରେ ଆଉଟରିଚ୍‌ ତରଫରୁ ବିଶ୍ୱ ରେଡିଓ ଦିବସ ଅବସରରେ ୬ଷ୍ଠବର୍ଷ ଅନ୍ତର୍ଜାତୀୟ ରେଡିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି କୁହନ୍ତି, ମୋ ଘର ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ଶ୍ରୀରାମପୁର ଗାଁରେ । ପିଲାଟି ଦିନରୁ ପାଠପଢ଼ା ସହିତ ରେଡିଓ ଶୁଣିବାକୁ ଖୁବ୍‌ ଅଝଟ ହେଉଥିଲି। ରେଡିଓରୁ ଗପ, ନାଟକ, ଖବର ଆଦି ଶୁଣିବା ମୋର ପସନ୍ଦ ଥିଲା। ୧୯୯୯ ମହାବାତ୍ୟା ପରେ ଘରକୁ ବାପା ଆଣିଥିବା ରେଡିଓଟିକୁ ନିଜର ବନ୍ଧୁବୋଲି ମନେକରୁଥିଲି। ଏମିତିରେ ୨୦୦୫ ମସିହାରେ ଭୁବନେଶ୍ୱର ଆସି ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠପଢିଲି । ପରେ ୨୦୦୭ରେ ରେଡିଓ ଜକି ଭାବେ ଏକ ଘରୋଇ ରେଡିଓ ଷ୍ଟେଶନରେ କାର୍ଯ୍ୟକଲି । ସମୟକ୍ରମେ ଆକାଶବାଣୀ, ଏଫଏମ ରେଡିଓ, କମ୍ୟୁନିଟି ରେଡିଓ, ବିବିସି ଆଦି ବେତାରକେନ୍ଦ୍ରରେ କାର୍ଯ୍ୟ କରିବାର ଅନୁଭୂତି ରହିଛି। ୨୦୧୪ମସିହା ବିଶ୍ୱ ରେଡିଓ ଦିବସ ଅବସରରେ ପ୍ରାୟ ୨ଶହ ଜଣ ରେଡିଓପ୍ରେମୀ ଶ୍ରୋତା, ଉପସ୍ଥାପକ ଓ କଳାକାରମାନେ ଏକାଠି ହୋଇଥିଲୁ। ଏଇ ଠାରୁ ହିଁ ପରିକଳ୍ପନା କରିଥିଲି ରେଡିଓ ମେଳାଟିଏ କରିବା ପାଇଁ । ପରେ ୨୦୧୫ରେ ହାତଗଣତି କେତୋଟି ରେଡିଓ ଷ୍ଟେଶନର ପରିଚାଳକ, ଆର.ଜେ, ଉପସ୍ଥାପକଙ୍କୁ ନେଇ ଏକ ରେଡିଓ ମେଳା ଆରମ୍ଭ କରିଥିଲୁ। ସେବେ ଠାରୁ ପ୍ରତିବର୍ଷ ଏହି ମେଳାର କଳେବର ବୃଦ୍ଧି ପାଉଛି। ଏଥିରେ ଦେଶବିଦେଶର ବିଭିନ୍ନ ରେଡିଓ ସଂସ୍ଥାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ରେଡିଓର ଲୋକପ୍ରିୟତା, ଏହାର ଭବିଷ୍ୟତ ଓ ଜନସେବା ସମ୍ପର୍କରେ ଜନସଚେତନତାର ବାର୍ତ୍ତା ଦେଇଥାନ୍ତି।

ଦେଶ ବିଦେଶର ରେଡିଓ ଠିକଣା ମିଳେ-ଏହି ମେଳାରେ ସୁଦୂର ଜାପାନ, ଆମେରିକା ଓ ବାଂଲାଦେଶ ଆଦି ଦେଶବିଦେଶର ରେଡିଓ ଷ୍ଟେଶନ ଯୋଗଦେଇଥାନ୍ତି। ବିଭିନ୍ନ ଭାରତୀୟ ରେଡିଓ ଚ୍ୟାନେଲ ମଧ୍ୟ ଏଠାରେ ନିଜର ଷ୍ଟଲ ଖୋଲିଥାନ୍ତି। ବିଶେଷକରି ତ୍ରିପୁରା, ଆସାମ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦଶ ଓ ଦିଲ୍ଲୀ ଆଦି ସ୍ଥାନର ରେଡିଓପ୍ରେମୀଙ୍କୁ ଭେଟିପାରିବେ।

ନୂତନ ରେଡିଓ ଷ୍ଟେଶନ ପାଇଁ ପରାମର୍ଶ- ଏଥର ଅନ୍ତର୍ଜାତୀୟ ରେଡିଓ ମେଳାରେ ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍‌ରେଡିଓ ଅପରେଟର ସାମିଲ ହେବେ ାଏମାନେ ହାମ୍‌ ରେଡିଓ ସମେତ ଏମରଜେନ୍ସି ରେଡିଓ ପ୍ରଦର୍ଶନୀ କରିବେ ା ଆଗ୍ରହୀ ସଂଗଠନମାନଙ୍କୁ କମ୍ୟୁନିଟି ରେଡିଓ ଷ୍ଟେଶନ ପାଇଁ ପରାମର୍ଶଦେବେ ା ତେବେ ଏ ସମ୍ପର୍କିତ ଜ୍ଞାନକୌଶଳ ଓ ପରାମର୍ଶ ଦେଉଥିବା ସଂସ୍ଥା ବେସିଲ୍‌ ରେଡିଓ ଷ୍ଟଲ ଖୋଲିବ ଯାହା ଫଳରେ ଲୋକେ ଏକ ଡେମୋ ରେଡିଓ ଷ୍ଟୁଡିଓ ଦେଖିପାରିବେ ା ଆଗ୍ରହୀ ବ୍ୟକ୍ତି ଓ ସଂସ୍ଥାମାନଙ୍କୁ କମ୍ୟୁନିଟି ରେଡିଓ ଷ୍ଟେଶନ ପାଇଁ ଆବଶ୍ୟକ ସୂଚନା ଓ ପରାମର୍ଶ ଦିଆଯାଇଥାଏ ା

ରେଡିଓ ପ୍ରଦର୍ଶନୀ- ଏହି ରେଡିଓ ମେଳାରେ ବହୁ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ ସହ ହାମ୍‌ରେଡିଓ ଆଦି ସ୍ଥାନ ପାଇଥାଏ। ଏଥିରେ ରେଡିଓ ସଂଗ୍ରାହକମାନେ ଶହଶହ ସଂଖ୍ୟାରେ ରେଡିଓ ପ୍ରଦର୍ଶିତ କରିଥାନ୍ତି ା
ରେଡିଓ ତିଆରି ଓ ବିକ୍ରି- ବଜାରରେ ସାଧାରଣତଃ ବିଭିନ୍ନ ପ୍ରକାରର ରେଡିଓ ମିଳୁ ନ ଥିବା ବେଳେ ଏହି ରେଡିଓ ମେଳାରେ ରେଡିଓ ତିଆରି ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାରର ରେଡିଓ ସେଟ୍‌କୁ ବିକ୍ରି ପାଇଁ ରଖାଯାଇଥାଏ। ଏଠାରୁ ବହୁ ପୁରୁଣା ରେଡିଓକୁ ମଧ୍ୟ ଆପଣ କିଣି ନେଇପାରିବେ ା

ରେଡିଓ ମେଳାରେ ଉତ୍ସାହ ଓ ପ୍ରୋତ୍ସାହନ- ରେଡିଓ ମେଳାରେ ଶିକ୍ଷାର୍ଥୀଙ୍କ ପାଇଁ ଖବର ପଠନ, ଆର.ଜେ, ଫ୍ୟାଶନ ଶୋ, ନୃତ୍ୟ ଓ ସଙ୍ଗୀତ, ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ସହ ସମ୍ବର୍ଦ୍ଧିତ କରାଯାଇଥାଏ। ରେଡିଓରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବତୀ ଯୁବକ ମାନଙ୍କୁ ବି ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତମାସ ୧୩ ଓ ୧୪ ତାରିଖରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଅନ୍ତର୍ଜାତୀୟ ରେଡିଓ ମେଳାରେ ୨୦୧୯ ପାଇଁ ଆର୍‌ଜେ କାର୍ତ୍ତିକଙ୍କୁ ଲୋକପ୍ରିୟ ରେଡିଓ ପ୍ରସାରକ, ପଶ୍ଚିମବଙ୍ଗର ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଶ୍ରୋତା ଓ ଆସାମର ‘ରେଡିଓ ବ୍ରହ୍ମପୁତ୍ରକୁ’ଶ୍ରେଷ୍ଠ କମ୍ୟୁନିଟି ରେଡିିଓ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୁବ୍ରତ କୁମାର ପତି କହିଛନ୍ତି ା

ରେଡିଓର ଜନସୂଚନା ସେବା-ଦିନଥିଲା ସକାଳ ହେଉ କି ସନ୍ଧ୍ୟା ସବୁବେଳେ ସବୁ ସମୟରେ ଗାଁରୁ ସହର ଚାରିଆଡ଼େ ରେଡିଓର ଚାହିଦା ଥିଲା। ଆକାଶବାଣୀର ଅବସରପ୍ରାପ୍ତ ଅନୁଚିନ୍ତା ଉଦ୍‌ଘୋଷକ ଶଙ୍କର୍ଷଣ ମଙ୍ଗରାଜ କୁହନ୍ତି, ରେଡିଓର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ ଶ୍ରୋତା ହିଁ ଶୁଣିବାକୁ ଅପେକ୍ଷାକରିଥାନ୍ତି ା ବିଦ୍ୟୁତ୍‌ ସରବରାହ ବ୍ୟାଘତ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ଆଦି ସମୟରେ ରେଡିଓ ସୂଚନା ଦେଇଚାଲିଥାଏ। ବ୍ୟାଟେରିରୁ ଶକ୍ତି ଗ୍ରହଣ କରିଥିବାରୁ ଅନ୍ଧାରରେ ବି ଲୋକଙ୍କୁ ସୂଚନା ଦେଇଥାଏ। ଆଜିକାଲି ମୋବାଇଲରୁ ବି ବିଭିନ୍ନ ରେଡିଓର କାର୍ଯ୍ୟକ୍ରମ ଶୁଣିବାକୁ ମିଳେ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri