ରେଞ୍ଜସ୍ତରୀୟ ବନସୁରକ୍ଷା ସମିତି କମିଟି ବୈଠକ

କେସିଙ୍ଗା,୧।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଞ୍ଜ କାର୍ଯ୍ୟାଳୟ ପରିସରରେ ରେଞ୍ଜସ୍ତରୀୟ ବନ ସୁରକ୍ଷା ସମିତି କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ଦୀନବନ୍ଧୁ ମେହେରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଏହି ରେଞ୍ଜସ୍ତରୀୟ ବନସୁରକ୍ଷା ସମିତି ଅଧୀନରେ ଥିବା କେସିଙ୍ଗା, ନର୍ଲା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଜଣ ସଭାପତିମାନେ ଯୋଗଦେଇଥିଲେ। ଏହି ତିନୋଟି ବ୍ଲକର ବିଭିନ୍ନ ଗ୍ରାମ ସଭାପତିମାନଙ୍କୁ ନେଇ ବନ ସୁରକ୍ଷା ସମିତି କମିଟି ଗଠନ କରାଯାଇଥିଲ। ଏଥିରେ ସର୍ବସମ୍ମତିକ୍ରମେ ଚେୟାରମ୍ୟାନ ଭାବେ ରେଞ୍ଜର ଦୀନବନ୍ଧୁ ମେହେର, ସମ୍ପାଦକ ଭାବେ ହେଡକ୍ବାର୍ଟର ଫରେଷ୍ଟର ଦେବବ୍ରତ ମିଶ୍ର, ଏହି ରେଞ୍ଜର ଫରେଷ୍ଟର, ଫରେଷ୍ଟଗାର୍ଡ ଓ ପ୍ରତ୍ୟେକ ବନ ସୁରକ୍ଷା ସମିତି ସଭାପତିମାନେ ମେମ୍ବର ଭାବେ ମନୋନୀତ ହୋଇଛନ୍ତି । ଏହି ରେଞ୍ଜ ଅଧୀନରେ ଥିବା ପ୍ରତ୍ୟେକ ଜଙ୍ଗଲକୁ ସମସ୍ତଙ୍କ ମିଳିତ ଉଦ୍ୟମକ୍ରମେ ରକ୍ଷଣାବେକ୍ଷଣ କରି ସୁରକ୍ଷା ଓ ସୁଦୃଢ଼ କରିବା ପାଇଁ ଏହି କମିଟି ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଜଙ୍ଗଲ ସୁରକ୍ଷା ସମେତ ଚାରା ରୋପଣ, ବୃକ୍ଷର ଯତ୍ନ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଏଥିରେ ପାଟନର୍‌ ଏନଜିଓ ମଧ୍ୟ ମେମ୍ବର ଭାବେ ମନୋନୀତ କରାଯାଇଛି ।