Posted inଫୁରସତ

ରେକର୍ଡ କଲା ହୀରାର ପଦ୍ମଫୁଲ ପରି ମୁଦି

ସୁରଟର ଦୁଇ ଗହଣା ନିର୍ମାତା ବିଶାଳ ଓ ଖୁସ୍‌ବୁ ଅଗ୍ରଓ୍ବାଲ ଏକ ଖାସ୍‌ ଗହଣା କରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଗହଣାଟି ହେଉଛି ହୀରାର ଏକ ମୁଦି। ୧୮ କ୍ୟାରେଟ୍‌ ରୋଜ୍‌ ଗୋଲ୍ଡରେ ନିର୍ମିତ ଏହି ମୁଦିରେ ୬,୬୯୦ଟି ହୀରା ଖଚ୍ଚିତ ହୋଇଛି। ଆଉ ଏହା ପଦ୍ମ ଫୁଲ ଆକୃତିର ଅଟେ। ଏଥିରେ ୪୮ଟି ହୀରା ଖଚ୍ଚିତ ପାଖୁଡା ରହିଛି। ଏହାର ମୂଲ୍ୟ ୨୮ କୋଟି । ୫୮ ଗ୍ରାମ ବିଶିଷ୍ଟ ଉକ୍ତ ମୁଦିକୁ ତିଆରି କରିବା ପାଇଁ ୬ ମାସ ସମୟ ଲାଗିଥିଲା। ଉକ୍ତ ମୁଦି ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଜଳ ସଂରକ୍ଷଣର ବାର୍ତ୍ତା ଦେବା। ଯେହେତୁ ପଦ୍ମ ହେଉଛି ଜଳରେ ହେଉଥିବା ସବୁଠୁ ସୁନ୍ଦର ଫୁଲ ତେଣୁ ଏହା ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା ଦେବାକୁ ସେମାନେ ଉଚିତ ମଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri