Categories: ଖେଳ

ରୁଷିଆ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ ପ୍ରୋଗ୍ରାମ ‘ମନ କି ବାତ୍‌’ରେ ରବିବାର ରୁଷିଆ ଟେନିସ ଖେଳାଳି ଡାନିଏଲ ମେଡ୍‌ଭେଡେଭଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଶେଷ ହୋଇଥିବା ୟୁଏସ୍‌ ଓପନ ଫାଇନାଲରେ ସ୍ପାନିଶ କିମ୍ବଦନ୍ତୀ ରାଫାଲ ନାଡାଲ ରୁଷିଆର ମେଡ୍‌ଭେଡେଭଙ୍କୁ ହରାଇ କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିଲେ। ପରାଜୟ ପରେ ମେଡ୍‌ଭେଡେଭ ନାଡାଲଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଶଂସା କରିଥିଲେ। କ୍ରୀଡ଼ାରେ ହାର ଓ ଜିତ୍‌ ଠାରୁ ଖେଳୁଆଡ଼ ମନୋଭାବ ବଡ଼। ତାଙ୍କର ସଚ୍ଚୋଟ ଖେଳୁଆଡ଼ ମନୋଭାବ, ସରଳତା ଓ ଅଭିଜ୍ଞତା ବଳରେ ସେ ସଭିଙ୍କ ହୃଦୟ ଜିତିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ତ ନାଗରିକଙ୍କୁ ମେଡ୍‌ଭେଡେଭଙ୍କ ସ୍ପିଚ୍‌ ଶୁଣିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Share