ରୁଟ୍‌ ବଦଳାଇ ପଶିଲା ପ୍ରବାସୀ ବସ୍‌, ଟିକ୍ରାପଡାରେ ଭୟର ବାତାବରଣ

ବଲାଙ୍ଗୀର ଅଫିସ, ୧୫ା୫- ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଗୁରୁବାର ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚଥିଲା। ସେଠାରୁ ବସ୍‌ ଯୋଗେ ବଲାଙ୍ଗୀର ଓ ଅନ୍ୟ ଜିଲା ଗୁଡିକୁ ପ୍ରବାସୀଙ୍କୁ ନିଅଯିବା ବ୍ୟବସ୍ଥା କରାଯାଇଥିଲା। ପ୍ରବାସୀଙ୍କୁ ନେଇକରି ଯିବାକୁ ଥିବା ବସ୍‌ ଓ ଯାନବାହନର ସୁଗମ ଯାତ୍ରା ପାଇଁ ବଲାଙ୍ଗୀର ସହରର ବିଭିନ୍ନ ରାସ୍ତା ଓ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା। ସନ୍ଧ୍ୟାରେ ଗୁଣ୍ଟୁରରୁ ଆସିଥିବା ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍‌ କର୍ଫ୍ୟୁ ଲଗାଯାଇଥିବା ରାସ୍ତାରେ ନ ଯାଇ ରେଲୱେ ଷ୍ଟେଶନ୍‌ରୁ ଟିକ୍ରାପଡା ରାସ୍ତାରେ ବିକ୍ରମ ଛକ ଓ ସେଠାରୁ ଡେଲିମାର୍କେଟ ପଟକୁ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି କାରଣରୁ ସେଠାରେ ଭୟ ଓ ଆତଙ୍କ ବାତାବରଣ ସୃଷ୍ଟି ହୋଇଥିବା ଜଣାଇଛନ୍ତି ା ଏହି ବସ୍‌କୁ ଏକ ପୋଲିସ ଗାଡି ଏସକର୍ଟ କରୁଥିଲା ଓ ସାଇରନ୍‌ ବଜାଯାଇଥିବା ଲୋକେ କହିଛନ୍ତି। ଲୋକଙ୍କ କହିବା ମୁତାବକ ଏହି ରାସ୍ତାରେ କର୍ଫ୍ୟୁ ଲଗାଯାଇ ନ ଥିବାରୁ ସନ୍ଧ୍ୟାବେଳେ ଲୋକମାନେ ଚଲାବୁଲା କରୁଥିଲେ। ତେବେ ହଠାତ୍‌ ପୋଲିସ ଗାଡି ସାଇରନ୍‌ ବଜାଇ ପ୍ରବାସୀଙ୍କ ବସ୍‌କୁ ନେଉଥିବା ଦେଖି ଲୋକେ ଇତସ୍ତତଃ ଦୌଡା ଦୌଡି କରିଥିଲେ। ଏହି ବସ୍‌ ଯିବା ପରେ ଟିକ୍ରପଡା ଅଞ୍ଚଳ ଶୁନ୍‌ଶାନ୍‌ ହୋଇଯାଇଛି। ଲୋକଙ୍କୁ ଆଗୁଆ ସୂଚନା ନଦେଇ ଏହି ରାସ୍ତାରେ ପ୍ରବାସୀଙ୍କ ବସ୍‌ ନିଆଯାଇଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ପଚରାଯିବାରୁ ଏନେଇ ସେ ପଚରାଉଚରା କରିବେ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri