Categories: ଖେଳ

ରିୟଲ ମାଡ୍ରିଡ୍‌ ସହ ରହିବେ କ୍ରୁଜ୍‌

ମାଡ୍ରିଡ୍‌,୨୦।୫(ଏଏଫ୍‌ପି)- ଜର୍ମାନୀ ଅନ୍ତର୍ଜାତୀୟ ଫୁଟ୍‌ବଲ ଷ୍ଟାର ଟୋନି କ୍ରୁଜ୍‌ ରିୟଲ ମାଡ୍ରିଡ୍‌ କ୍ଲବ ସହ ହୋଇଥିବା ଚୁକ୍ତିର ସମୟସୀମାରେ ବୃଦ୍ଧି କରିଛନ୍ତି। ଫଳରେ ସେ ୨୦୨୩ ପର୍ଯ୍ୟନ୍ତ ସ୍ପାନିଶ କ୍ଲବ ପାଇଁ ଖେଳିବା ନେଇ ସ୍ପଷ୍ଟ ହୋଇଛି। ୨୯ ବର୍ଷୀୟ ମିଡ୍‌ଫିଲ୍ଡର ସ୍ପେନ୍‌ରେ ଗତ ୫ ବର୍ଷରେ ୧୨ ଟାଇଟଲ ଜିତିସାରିଛନ୍ତି। ଏଥିରେ ୨୦୧୬, ୨୦୧୭ ଓ ୨୦୧୮ ଚାମ୍ପିୟନ୍ସ ଟ୍ରଫି ରହିଛି। ରିୟଲ ମାଡ୍ରିଡ୍‌ ଦଳ ପକ୍ଷରୁ ୨୩୩ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ସେ ୧୩ ଗୋଲ କରିଛନ୍ତି। ଏଥିପୂର୍ବରୁ ସେ ମ୍ୟୁନିକ୍‌ ପାଇଁ ଖେଳୁଥିଲେ। ୨୦୧୪ରେ ଜର୍ମାନୀକୁ ବିଶ୍ୱକପ୍‌ ଜିତାଇବା ପରେ ସେ ମାଡ୍ରିଡ୍‌ ସହ ଚୁକ୍ତି କରିଥିଲେ। ଏହି ଦଳ ଚଳିତ ଲା ଲିଗା ସିଜନର ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଥିଲେ। ଚାମ୍ପିୟନ ବାର୍ସିଲୋନାଠାରୁ ୧୯ ପଏଣ୍ଟ ପଛରେ ରହିଥିଲା ମାଡ୍ରିଡ୍‌।

Share