ରିଜର୍ଭ ପ୍ରିମିୟର ଲିଗ୍‌ : ଖୁସି ଫାଇଟର ଚାମ୍ପିୟନ

ସୋନପୁର,୨୩।୬(ନି.ପ୍ର.):ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆରେ ଚାଲିଥିବା ରିଜର୍ଭ ପ୍ରମିୟର ଲିଗ୍‌(ଆରପିଏଲ-୪) ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚ୍‌ ଖୁସି ଫାଇଟର ଓ ମାନ୍‌ଭି ବ୍ଲାଷ୍ଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟି-୧୫ ଓ ଟି-୫ ଫର୍ମାଟ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଖୁସି ଫାଇଟର ବିଜୟୀ ହୋଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ମାନ୍‌ଭି ବ୍ଲାଷ୍ଟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୧୦ ଓଭରରେ ଦଳ ସମସ୍ତ ଉଇକେଟ୍‌ ହରାଇ ୬୨ ରନ କରିଥିଲା । ଅନିଲ ମଲ୍ଳିକ ୨୦ ରନ ସଂଗ୍ରହ କରିଥିଲେ । ଖୁସି ଫାଇଟରର ଜ୍ୟୋତି ମିଶ୍ର ୩ଟି ଓ ନିବାସ କୁଅଁର ୨ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଖୁସି ଫାଇଟର ୩ ଉଇକେଟ୍‌ ହରାଇ ୬୫ ରନ ସଂଗ୍ରହ କରିଥିଲା । ବିଷ୍ଣୁ ନାଏକ ୨୬ ରନ ସଂଗ୍ରହ କରିଥିଲେ। ମାନ୍‌ଭି ବ୍ଲାଷ୍ଟରର ଅଭି ନାୟକ, ବିଶାଲ ତରିଆ ଓ ଉତ୍ତମ ମେହେର ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଅ୍ଜାର କରିଥିଲେ । ଟି-୫ ମ୍ୟାଚ୍‌ରେ ମାନ୍‌ଭି ବ୍ଲାଷ୍ଟର ୬ ଉଇକେଟ୍‌ ହରାଇ ୨୯ ରନ ସଂଗ୍ରହ କରିଥିଲା। ଖୁସି ଫାଇଟର ୪.୪ ଓଭରରେ ୪ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିଥିଲା । ବିଷ୍ଣୁ ନାଏକଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଓ ମ୍ୟାନ୍‌ ଅଫ ଦି ଟୁର୍ନାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ସନତ ପାତ୍ର ବେଷ୍ଟ ବ୍ୟାଟ୍ସମ୍ୟାନ ଓ ନିବାସ କହଁର ଟୁର୍ନାମେଣ୍ଟର ବେଷ୍ଟ ବୋଲର ଭାବେ ପୁରସ୍କୃତ ହୋଇଥିଲେ। ମ୍ୟାଚ୍‌କୁ କୁନା ନାୟକ ଓ ଶ୍ୟାମସୁନ୍ଦର ପଣ୍ଡା ପରିଚାଳନା କରିଥିଲେ। ରାଜେଶ କୁମାର ପାଣ୍ଡେ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ଟୁନା ନନ୍ଦ ଓ ମନୋଜ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ। ଜିଲାପାଳ ମଧୁସୂଦନ ମିଶ୍ର ଓ ଏସ୍‌ପି ଦେବୀପ୍ରସାଦ ଦାଶ ଅତିଥି ଭାବେ ଯୋଗ ଦେଇ ଏହି କ୍ରିକେଟ୍‌ ଲିଗ୍‌ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି କରିବାର ମାଧ୍ୟମ ପାଲିଟିଛି ବୋଲି କହିଥିଲେ। ରିଜର୍ଭ ଇନ୍ସପେକ୍ଟର ଅମରେନ୍ଦ୍ର ପାଣିଗ୍ରାହୀ, ସର୍ଜେଣ୍ଟ ବିଶ୍ୱନାଥ ଜେନା, ସୋନପୁର ଥାନା ଅଧିକାରୀ ଲୋକେଶ ସାହୁ, ଜିଲା ସରପଞ୍ଚ ସଂଘର ସମ୍ପାଦକ ତଥା ଜନମୁରା ସରପଞ୍ଚ ଅରବିନ୍ଦ ବାରିକ୍‌, ସାମାଜିକକର୍ମୀ ପୁରୁଷୋତ୍ତମ ପାଣିଗ୍ରାହୀ, ହାବିଲଦାର-କନଷ୍ଟେବଳ ସଂଘର ସୁବର୍ଣ୍ଣପୁର ଜିଲା ଶାଖା ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ଦୀନେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?