ରାୟଗଡ଼ା ଷ୍ଟେଶନକୁ ଫେରୁଛନ୍ତି ପ୍ରବାସୀ: ଗଜପତି ଛକରୁ ସାଇ ଇଣ୍ଟରନ୍ୟାସନାଲ ଛକ, ଷ୍ଟେଶନ ଅଞ୍ଚଳରେ ୧୪୪ ଧାରା ଲାଗୁ

ରାୟଗଡ଼ା ଅଫିସ,୧୨।୬: ଦକ୍ଷିଣ ଭାରତରୁ ପ୍ରବାସୀ ଶ୍ରମିକମାନେ ଶୁକ୍ରବାର ସ୍ବତନ୍ତ୍ର ୫ଟି ଟ୍ରେନ୍‌ ଯୋଗେ ଆସୁଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏ ନେଇ ଖବର ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ସହରର ଗଜପତି ଛକରୁ ସାଇ ଇଣ୍ଟରନ୍ୟାସନାଲ ଛକ ଓ ଷ୍ଟେଶନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଆସୁଥିବା ଟ୍ରେନଗୁଡ଼ିକ ହେଲା (୦୭୭୪୭) ଘଟକେଶ୍ୱର-ବଲାଙ୍ଗୀର, (୦୬୪୮୪) ତିରୁଭାଲ-ବଲାଙ୍ଗୀର, (୦୭୭୪୮) ଘଟକେଶ୍ୱର-ନୂଆପଡା, (୦୬୪୬୬) ତିରୁବନନ୍ତପୁରମ-ହଟିଆ ଓ (୦୭୭୪୯) ନାଗାଲପାଳି/ସାଙ୍ଗରେଡି-ନୂଆପଡା। ଏହି ୫ଟି ଟ୍ରେନ ମଧ୍ୟରୁ ପ୍ରଥମ ଦୁଇଟି ଟ୍ରେନ ସକାଳ ୧୧ସମୟ ସୁଦ୍ଧା ରାୟଗଡା ଷ୍ଟେଶନରେ ପହଞ୍ଚିଛନ୍ତି ।
ଟ୍ରେନ୍‌ ନଂ. ୦୭୭୪୭ରେ ନବରଙ୍ଗପୁର ଜିଲାର ୭୮ଜଣ ପ୍ରବାସୀ ଆସିଥିବା ବେଳେ ଦ୍ବିତୀୟ ଟ୍ରେନ୍‌ ନଂ. ୦୬୪୮୪ରେ ନବରଙ୍ଗପୁର ଜିଲାର ୬୪ ଜଣ ଓ କନ୍ଧମାଳାର ୬ଜଣ ପ୍ରବାସୀ ଆସଛନ୍ତି। ଏ ନେଇ ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ ସ୍ବାଗତ ଜଣାଇବା ପାଇଁ ରାୟଗଡ଼ା ଷ୍ଟେଶନରେ ଜିଲା ଅଧିକାରୀମାନେ ଭୋରୁ ସମସ୍ତ ପ୍ରକାର ବ୍ୟବସ୍ଥା କରି ଉପସ୍ଥିତ ଥିଲେ । ରାୟଗଡ଼ା ଷ୍ଟେଶନରେ ସକାଳେ ୩୭୪୮ ଜଣ ପ୍ରବାସୀ ଓହ୍ଲାଇଛନ୍ତି । ତେବେ ଆଉ ୩ଟି ଟ୍ରେନ୍‌ରେ ପ୍ରବାସୀ ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri