ରାସ୍ତା ପାଇଁ ସଙ୍କୁଚିତ ହେବନି ରୟାଲ ପଡିଆ

ସୋନପୁର,୨୦।୧୧(ନି.ପ୍ର.)-ରାସ୍ତା ପ୍ରଶସ୍ତିକରଣ ନାଁରେ ରୟାଲ ପଡିଆକୁ ସଙ୍କୁଚିତ ପାଇଁ ଷଡଯନ୍ତ୍ର ଚାଲିଥିଲା। ପଡିଆ ସମ୍ମୁଖ ପଟୁ ୧୦.୭ ମିଟର ଓସାରର ପ୍ରାୟ ୨ଏକର ଜମି ପ୍ରଶାସନ ନିଜ ଅକ୍ତିଆରକୁ ନେଉଥିଲା। କିଛି ମାସ ପରେ ଦର୍ଶକ ଗ୍ୟାଲେରି ପାଇଁ ଆଉ ୩୦ ଫୁଟ୍‌ ଓସାରର ଜମି ଅଧିଗ୍ରହଣ ହୋଇଥାନ୍ତା। ପଡିଆ ଭିତରେ ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇ ତାର ଟଣା ଯାଇଥିଲା। ଏ ସମ୍ପର୍କରେ ଗତ ଅକ୍ଟୋବର ୨୫ତାରିଖ ଧରିତ୍ରୀରେ ବଡ ବଡିଆଙ୍କୁ ଫାଇଦା ପାଇଁ ମସୁଧା, ସଙ୍କୁଚିତ ହେବ ରୟାଲ ପଡିଆ ଶୀର୍ଷକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସହରର ବୁଦ୍ଧିଜୀବୀ ଓ କ୍ରୀଡାବିତ୍‌ ପଡିଆର ସୁରକ୍ଷା ପାଇଁ ଦୁଇଟି ପର୍ଯ୍ୟାୟରେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଭେଟି ଦରଖାସ୍ତ ପ୍ରଦାନ କରିଥିଲେ। ମଙ୍ଗଳବାର ଜିଲାପାଳ ବାନାର୍ଜୀ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ମହାନଦୀ ବ୍ରିଜ୍‌ରୁ କୁଞ୍ଜ ଛକ ପର୍ଯ୍ୟନ୍ତ ୩.୨୬୦କିମି. ୪ ଥାକିଆ ରାସ୍ତା ଓ ରୟାଲ ପଡିଆର କ୍ଷେତ୍ରୀୟ ତଦନ୍ତ କରିଥିଲେ। ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅସିତ କୁମାର ବଡପଣ୍ଡା ଓ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଜଗଦୀଶ ଚନ୍ଦ୍ର ମହାନନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଅନୁଧ୍ୟାନ ପରେ ଜିଲାପାଳ କହିଥିଲେ ରୟାଲ ପଡିଆକୁ ସଙ୍କୁଚିତ କରାଯିବନି। ଅପରପାର୍ଶ୍ୱରେ ଥିବା ସରକାରୀ ଜମିରୁ ଜବରଦଖଲ ହଟା ଯାଇ ରାସ୍ତା ନିର୍ମାଣ ହେବ । ଏଥିପାଇଁ ନୂତନ ସର୍ଭେ ହେବ। ରାସ୍ତା ପାଇଁ କ୍ଷତିଗ୍ରସ୍ତ ହେଉଥିବା ବିଦ୍ୟାଳୟ, ମାର୍କେଟ କମ୍ପ୍ଲେକ୍ସ, ଜିଲାପାଳଙ୍କ କାର୍ଯ୍ୟାଳୟ ଓ କୃଷି ବିଭାଗ କାର୍ଯ୍ୟାଳୟର ପ୍ରାଚୀର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଆବଶ୍ୟକ ଅର୍ଥ ପ୍ରଦାନ କରିବ। ନିୟମ ଅନୁଯାୟୀ ସରକାରୀ, ବେସରକାରୀ ଓ ଦେବୋତ୍ତର ଜମି ଅଧିଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ଆବଶ୍ୟକସ୍ଥଳେ ପଡିଆ ଭିତରୁ ବିଦ୍ୟୁତ୍‌ ଖୁଣ୍ଟ ହଟିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri