ରାସ୍ତା ପାଇଁ ସଙ୍କୁଚିତ ହେବନି ରୟାଲ ପଡିଆ

ସୋନପୁର,୨୦।୧୧(ନି.ପ୍ର.)-ରାସ୍ତା ପ୍ରଶସ୍ତିକରଣ ନାଁରେ ରୟାଲ ପଡିଆକୁ ସଙ୍କୁଚିତ ପାଇଁ ଷଡଯନ୍ତ୍ର ଚାଲିଥିଲା। ପଡିଆ ସମ୍ମୁଖ ପଟୁ ୧୦.୭ ମିଟର ଓସାରର ପ୍ରାୟ ୨ଏକର ଜମି ପ୍ରଶାସନ ନିଜ ଅକ୍ତିଆରକୁ ନେଉଥିଲା। କିଛି ମାସ ପରେ ଦର୍ଶକ ଗ୍ୟାଲେରି ପାଇଁ ଆଉ ୩୦ ଫୁଟ୍‌ ଓସାରର ଜମି ଅଧିଗ୍ରହଣ ହୋଇଥାନ୍ତା। ପଡିଆ ଭିତରେ ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇ ତାର ଟଣା ଯାଇଥିଲା। ଏ ସମ୍ପର୍କରେ ଗତ ଅକ୍ଟୋବର ୨୫ତାରିଖ ଧରିତ୍ରୀରେ ବଡ ବଡିଆଙ୍କୁ ଫାଇଦା ପାଇଁ ମସୁଧା, ସଙ୍କୁଚିତ ହେବ ରୟାଲ ପଡିଆ ଶୀର୍ଷକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସହରର ବୁଦ୍ଧିଜୀବୀ ଓ କ୍ରୀଡାବିତ୍‌ ପଡିଆର ସୁରକ୍ଷା ପାଇଁ ଦୁଇଟି ପର୍ଯ୍ୟାୟରେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଭେଟି ଦରଖାସ୍ତ ପ୍ରଦାନ କରିଥିଲେ। ମଙ୍ଗଳବାର ଜିଲାପାଳ ବାନାର୍ଜୀ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ମହାନଦୀ ବ୍ରିଜ୍‌ରୁ କୁଞ୍ଜ ଛକ ପର୍ଯ୍ୟନ୍ତ ୩.୨୬୦କିମି. ୪ ଥାକିଆ ରାସ୍ତା ଓ ରୟାଲ ପଡିଆର କ୍ଷେତ୍ରୀୟ ତଦନ୍ତ କରିଥିଲେ। ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅସିତ କୁମାର ବଡପଣ୍ଡା ଓ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଜଗଦୀଶ ଚନ୍ଦ୍ର ମହାନନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଅନୁଧ୍ୟାନ ପରେ ଜିଲାପାଳ କହିଥିଲେ ରୟାଲ ପଡିଆକୁ ସଙ୍କୁଚିତ କରାଯିବନି। ଅପରପାର୍ଶ୍ୱରେ ଥିବା ସରକାରୀ ଜମିରୁ ଜବରଦଖଲ ହଟା ଯାଇ ରାସ୍ତା ନିର୍ମାଣ ହେବ । ଏଥିପାଇଁ ନୂତନ ସର୍ଭେ ହେବ। ରାସ୍ତା ପାଇଁ କ୍ଷତିଗ୍ରସ୍ତ ହେଉଥିବା ବିଦ୍ୟାଳୟ, ମାର୍କେଟ କମ୍ପ୍ଲେକ୍ସ, ଜିଲାପାଳଙ୍କ କାର୍ଯ୍ୟାଳୟ ଓ କୃଷି ବିଭାଗ କାର୍ଯ୍ୟାଳୟର ପ୍ରାଚୀର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଆବଶ୍ୟକ ଅର୍ଥ ପ୍ରଦାନ କରିବ। ନିୟମ ଅନୁଯାୟୀ ସରକାରୀ, ବେସରକାରୀ ଓ ଦେବୋତ୍ତର ଜମି ଅଧିଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ଆବଶ୍ୟକସ୍ଥଳେ ପଡିଆ ଭିତରୁ ବିଦ୍ୟୁତ୍‌ ଖୁଣ୍ଟ ହଟିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri