ରାସ୍ତାରେ ସାରୁଗଛ ପୋତି ପ୍ରତିବାଦ

ଖଇରା, ୨୮।୭(ଡି.ଏନ.ଏ.)-୩ବର୍ଷ ତଳେ ନିର୍ମିତ ହୋଇଥିବା ସୋର-କୁପାରୀ ରାଜ୍ୟ ରାଜପଥର ଅବସ୍ଥା ଶୋଚନୀୟ ହେବାକୁ ବସିଲାଣି। ରାସ୍ତାର ସ୍ଥାନେ ସ୍ଥାନେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ପରେ ପ୍ରତ୍ୟେକ ଦିନ ବାଇକ୍‌ ଓ ସାଇକେଲ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷ କରି ରାସ୍ତାର ବାଙ୍କିତିରାଠାରେ ବଡ଼ଧରଣର ଖାଲ ପ୍ରତ୍ୟେକ ମୁହୂର୍ତ୍ତରେ ବିପଦ ଆଶଙ୍କା ସୃଷ୍ଟି କରୁଛି। ପୂର୍ତ୍ତ ବିଭାଗକୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ମରାମତି ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ନିମ୍ନମାନର କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଥିଲେ ହେଁ ଏହା ଏବେ ପୁରୁଣା ଫାଇଲ୍‌ ଗଦାରେ ଲୁଚିଗଲାଣି। ଏହାର ପ୍ରତିବାଦ କରି ବାଙ୍କିତିରା ଛକରେ ଲୋକଙ୍କୁ ଦୁର୍ଘଟଣାରେ ରକ୍ଷା କରିବା ଲାଗି ସ୍ଥାନୀୟ ଗ୍ରାମବାସୀ ସାରୁଗଛ ପୋତି ଦେଇଛନ୍ତି। ଏହାପରେ ଯଦି ମରାମତି କରା ନ ଯାଏ ତେବେ ଗ୍ରାମବାସୀ ରାଜପଥ ଅବରୋଧ ଲାଗି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri