ରାସ୍ତାରେ ଯମ, କରୋନା

ଢେଙ୍କାନାଳ ଅଫିସ, ୨୯।୪ – ‘ମୁଁ ହେଉଛି ଯମରାଜ। ଆଜି ମଇଁଷି ଆଣିନି। ମୋ ସାଙ୍ଗରେ କରୋନା ଆଣିଛି। ଟିକେ ଫାଙ୍କା ପାଇଲେ କରୋନା ମାଡ଼ି ବସିବ।’ ମଙ୍ଗଳବାର ଏପରି ସତର୍କବାଣୀ ଶୁଣିବାକୁ ମିଳିଥିଲା ଢେଙ୍କାନାଳ ସହରରେ। ଲକ୍‌ଡାଉନ ନିୟମ ଭଙ୍ଗକରି ରାସ୍ତାରେ ବୁଲୁଥିବା ବଗୁଲିଆଙ୍କୁ ଯମରାଜ ଏବଂ କରୋନା ବେଶଧାରୀ କଳାକାର ଏଭଳି ଅଭିନବ ଢଙ୍ଗରେ ସତର୍କ କରାଇଥିଲେ। ନୋଭେଲ କରୋନା ଭାଇରସ୍‌ କବଳରୁ ସୁରକ୍ଷିତ ରହିବାକୁ ଢେଙ୍କାନାଳ ବିଜୁ ଜନତା ଦଳ ପକ୍ଷରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ଯମରାଜ ବେଶରେ ଦେବାଶିଷ ମିଶ୍ର ଏବଂ କରୋନା ବେଶରେ ବିନୋଦ ମହାନ୍ତି ସ୍ଥାନୀୟ ରଥଗଡ଼ାଠାରୁ ବାଜିଚୌକ ଯାଏ ଚାଲିଚାଲି ଜନସାଧାରଣଙ୍କୁ ସଚେତନ କରାଇଥିଲେ। କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ଜରୁରୀ କାର୍ଯ୍ୟ ନ ଥିଲେ ପଦାକୁ ନ ବାହାରିବା, ସାବୁନରେ ହାତକୁ ଭଲଭାବେ ଧୋଇବା, ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସେମାନେ ନିବେଦନ କରିଥିଲେ। ସାମାନ୍ୟ ଭୁଲ୍‌ ପାଇଁ କରୋନା ସମସ୍ତଙ୍କୁ ଗ୍ରାସ କରିବ ବୋଲି କଳାକାରମାନେ ଚେତାବନୀ ଦେଇଥିଲେ। ବାଜିଚୌକ୍‌ରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା। ଏହି ଅବସରରେ କରୋନା ଯୋଦ୍ଧା ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜେଡି ନେତା ନରୋତ୍ତମ ସାହୁ, ଇନ୍ଦ୍ରମଣି ବେହେରା, ସାଇଶ୍ରୀ ପଟ୍ଟନାୟକ, ସାଗରିକା ମିଶ୍ର, ଦେବୀ ପ୍ରସାଦ ଭୂତିଆ, ସୁରଜ ମହାପାତ୍ର, ଶ୍ରୀକାନ୍ତ ଧଳ, ନିରାକାର ରାଉତ, ଅବିନାଶ ଜେନା, ଶଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଜିଲା କାର୍ଯ୍ୟାଳୟରେ ଦୁଇ କଳାକାର ଅଭିନୟ ମାଧ୍ୟମରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଚେତନ କରାଇଥିଲେ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ ଭବେଶ ନାୟକ, ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri