ରାସ୍ତାରେ ଜମିଲା ପାଣି, ଯାତାୟାତ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୭ା୮-ବ୍ରହ୍ମପୁର ମହନଗର ନିଗମ(ବିଏମସି) ପକ୍ଷରୁ ବର୍ଷାଜଳ ନିଷ୍କାସନ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଗତବର୍ଷ ସହରର ବିିଭିନ୍ନ ଅଞ୍ଚଳରେ ଡ୍ରେନ ଓ କଲଭର୍ଟ ନିର୍ମାଣ କାର୍ଯ୍ୟ ହୋଇଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ବର୍ଷାଜଳ ନିଷ୍କାସନ କ୍ଷେତ୍ରରେ ବିଏମସି ଫେଲ ମାରିଛି ା ମଙ୍ଗଳବାର ଲଘୁଚାପ ବର୍ଷାରେ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳର ମୁଖ୍ୟରାସ୍ତାରେ ଜମି ରହିଥିବା ପାଣିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହେଉଛି। ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବାରମ୍ବାର ସମ୍ପୃକ୍ତ ଅଞ୍ଚଳ ପକ୍ଷରୁ ଦାବି କରାଯାଇଥିଲା ା ମାତ୍ର ଡ୍ରେନ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଓ ନିଗମର ଅବହେଳା ଯୋଗୁ ସହରର ଅଧିକାଂଶ ଅଞ୍ଚଳର ମୁଖ୍ୟରାସ୍ତାରେ ପ୍ରାୟ ୨ ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହିଥିବା ଅଭିଯୋଗ ହୋଇଛି ା
ଗଜପତିନଗର ୬ଷ୍ଠ ଲାଇନ, ଗଜପତିନଗର ୧୧ ଲାଇନ ଠାରୁ ୧୪ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷାଜଳ ଜମାହୋଇ ରହିଥିବା ଦେଖିବାକୁ ମିଳିଥିଲା ା ପ୍ରତିବର୍ଷ ଏହି ଅଞ୍ଚଳରେ ବର୍ଷାଦିନେ ଉକ୍ତ ସାହିର ମୁଖ୍ୟରାସ୍ତାରେ ପ୍ରାୟ ୧ ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚରେ ପାଣି ଜମି ରହୁଥିବା ବେଳେ ଏ ଦିଗରେ ନିଗମ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବା ଅଞ୍ଚଳବାସୀ କହିଛନ୍ତି ା ଏ ନେଇ ବହୁବାର ଅଭିଯୋଗ ସତ୍ତ୍ୱେ ଡ୍ରେନେଜ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଆଇନଜୀବୀ ସତୀଶ ପାଣିଗ୍ରାହୀ କହିଛନ୍ତି। ସେହିପରି ପ୍ରେମନଗର ମୁଖ୍ୟରାସ୍ତା, ଧର୍ମନଗର ମୁଖ୍ୟରାସ୍ତା, ନୀଳକଣ୍ଠନଗର ଶିଶୁ ବିଦ୍ୟାମନ୍ଦିର ରାସ୍ତା, ଲୋଚାପଡା ମୁଖ୍ୟରାସ୍ତା ଆଦି ସହରର ବିଭିନ୍ନ ଅଞ୍ଚଳରେ ଅନୁରୂପ ପରିସ୍ଥିିତି ଦେଖିବାକୁ ମିିଳିଥିଲା ା ଏକ ଫୁଟରୁ ଉର୍ଦ୍ଧ୍ୱ ବର୍ଷା ଜଳ ମୁଖ୍ୟ ରାସ୍ତାଗୁଡିକରେ ଜମି ରହିଥିବା ଯୋଗୁ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ା ଅନ୍ୟପକ୍ଷରେ ବର୍ଷାରେ ଡ୍ରେନ ଜାମ ନେଇ ଅଭିଯୋଗ ଆସିଥିବା ସମସ୍ତ ଅଞ୍ଚଳର ରାସ୍ତାରୁ ବର୍ଷାଜଳ ନିଷ୍କାସନ ଉପରେ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି ା ଜେସିବି ଓ କର୍ମଚାରୀଙ୍କ ଦ୍ୱାରା ଅଭିଯୋଗ ଆସିଥିବା ଅଞ୍ଚଳରେ ଡ୍ରେନ ସଫେଇ କରାଯିବା ସହ ବର୍ଷାଜଳ ନିଷ୍କାସନ କରାଯାଇଥିବା ନିଗମ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା. ରଞ୍ଜିତ ପାତ୍ର କହିଛନ୍ତି ା