ରାସ୍ତାକଡ଼ରେ ଜଙ୍ଗଲୀ ଛତୁର ପସରା

କେନ୍ଦୁଝର, ୨ା୭(ସ୍ବ.ପ୍ର.)-ଛତୁ ଖାଇବାକୁ କିଏ ନ ଭଲ ପାଏ। ବର୍ଷା ଆରମ୍ଭ ହେଲେ ସକାଳୁ ବଣଜଙ୍ଗଲରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ତାହାର ସ୍ବାଦ ମଧ୍ୟ ସେତିକି ଭଲ। ପିଲା ଠାରୁ ବୃଦ୍ଧ ସମସ୍ତେ ଛତୁ ଖାଇବାକୁ ଭଲ ପଆନ୍ତି। କେନ୍ଦୁଝର ଜିଲା ପାହାଡ଼ି ଇଲାକା ହୋଇଥିବାରୁ ବନବାସୀଙ୍କ ଅର୍ଥନୀତିରେ ଛତୁ ଗୁରୁତ୍ୱ ବହନ କରିଥାଏ ା ବର୍ଷା ଆସିଲେ ବଣ ଜଙ୍ଗଲରେ ଫୁଟିଥିବା ରଙ୍ଗବେରଙ୍ଗ ଛତୁକୁ ବନବାସୀ ସଂଗ୍ରହ କରି ହାଟବଜାରରେ ବିକି ଦୁଇ ପଇସା ରୋଜଗାର କରିଥାନ୍ତି। ସେହିପରି ରାସ୍ତାକଡ଼ରେ ସେମାନେ ଛତୁର ପସରା ମେଲାଇ ଗ୍ରାହକ ଅପେକ୍ଷାରେ ବସିଥାନ୍ତି। ବିଭିନ୍ନ ପ୍ରକାରର ଛତୁ ମଧ୍ୟରୁ ଏବେ ପିଚ, ବାନୁ, ମଣ୍ଡା, ପତୁରିଆ ଆଦି ଛତୁ ମିଳିଥାଏ ା
ଝିପି ଝିପି ବର୍ଷାରେ ସେମାନେ ସକାଳୁ ଜଙ୍ଗଲ ଓ ପାହାଡକୁ ଟୋକିଲି, ବୋଝ, ବ୍ୟାଗ ଆଦି ଧରି ବାହାରିଯାଆନ୍ତି। ଛତୁ ସଂଗ୍ରହ କରି ବଜାରକୁ ଯାଇ ବିକିଥାନ୍ତି। ବର୍ଷା ଦିନ ଅଧିକ ହେଲେ ରୁଟୁକା, ବିହୁଡୁଣୀ ଆଦି ଛତୁ ଫୁଟିଥାଏ। ଏହାର ଚାହିଦା ସବୁଠି ଅଧିକ ରହିଛି। ଏହି ଛତୁର ସ୍ବାଦ ନିଆରା। ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସବୁ ବର୍ଗର ଲୋକେ ବିଭିନ୍ନ ଛତୁ ତରକାରୀ କରି ବା ଏହାକୁ ତେଲରେ ଭାଜି କରିଖାଇଥାନ୍ତି। ଏଠାରୁ ଛତୁ ବେପାରୀ ମାନେ କିଣି ନେଇ କଟକ, ଭୁବନେଶ୍ୱର, ପାରଦୀପ ଆଦି ସହରକୁ ନେଇ ବିକି ବେଶ ଲାଭବାନ ହୋଇଥାନ୍ତି। ଛତୁ ତରକାରୀ ବଡ ବଡ ହୋଟେଲରେ ମଧ୍ୟ ପ୍ରସ୍ତୁତ ହୋଇଥାଏ ା ଗ୍ରାହକ ମାନେ ଏହି ଛତୁ ଖାଇବାକୁ ବେଶ ଭଲ ପାଇଥାନ୍ତି। ବର୍ଷ ତମାମ ପାଳ ଛତୁ ଓ ବଟମ ଛତୁ ଖାଉଥିଲେ ହେଁ ବର୍ଷା ଦିନରେ ଏହି ସବୁ ଛତୁର ସ୍ବାଦ ଅତ୍ୟନ୍ତ ନିଆରା। ପ୍ରାକୃତିକ ପରିବେଶରୁ ହିଁ ଛତୁର ଜନ୍ମ। ଜଙ୍ଗଲରୁ ପତ୍ର ଝଡା ଦେବା ପରେ ଶୁଖିଲା ପତ୍ର ମାଟିରେ ପଡି ମିଶିଯାଏ ା ବର୍ଷା ହେଲେ ମାଟିରୁ ଏହି ଛତୁ ବାହାରିଥାଏ ା ଏହାକୁ ବନବାସୀ ମାନେ ସଂଗ୍ରହ କରି ବିକିଥାନ୍ତି। ଛତୁ ଭାଗ ବଜାରରେ ୨୦ରୁ ୫୦ ଟଙ୍କାରେ ବିକ୍ରି ହୋଇଥାଏ। ସେହିପରି କିଲୋ ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ା ତେବେ ଛତୁ ସଂଗ୍ରହ କାରୀ ଅନେକ ସମୟରେ ଉପଯୁକ୍ତ ବଜାର ଅଭାବରୁ ବେପାରିଙ୍କ ଠକାମୀର ଶୀକାର ହୋଇଥାନ୍ତି। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ା ତେବେ ବର୍ଷା ଦିନରେ ଅନେକ ସମୟରେ ବିଷାକ୍ତ ଛତୁ ଖାଇ ଲୋକେ ଅସୁସ୍ଥ ହୋଇଥାନ୍ତି। ଏପରିକି ମୃତ୍ୟୁମୁଖରେ ପଡନ୍ତି। ଏଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ ବୋଲି ଜଡିବୁଟି ବିଶାରଦ ହରେକୃଷ୍ଣ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri