ରାଷ୍ଟ୍ରପତି ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

ବେତନଟୀ,୩ା୮(ଡି.ଏନ୍‌.ଏ.)- ସଂସଦ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୨୦୧୯ ସୂଚନା ଅଧିକାର ଆଇନ୍‌ ସଂଶୋଧନ ଚିଠା ବିଲ୍‌କୁ ରାଷ୍ଟ୍ରପତି ଅନୁମୋଦନ ନ କରିବାକୁ ଅନୁରୋଧ କରାଯାଇଛି। ବେତନଟୀ ସିଭିଲ୍‌ ସୋସାଇଟି ପକ୍ଷରୁ ଏହି ମର୍ମରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ବେତନଟୀ ବିଡିଓଙ୍କୁ ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସୋସାଇଟିର ସଭାପତି ଚୂଡାମଣି ମହାପାତ୍ର, ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି, ଭବାନୀ ଶଙ୍କର ପରିଡା, ହରିଶ୍‌ ଚନ୍ଦ୍ର ନନ୍ଦଗୋସ୍ବାମୀ, ବିଜୟ କୁମାର ଦ୍ୱିବେଦୀ, ହରେନ୍ଦ୍ରନାଥ ବାରିକ, ରବିନ୍ଦ୍ର ଖଟୁଆ, ସହଦେବ ଗିରି, ବିରଞ୍ଚି ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଲ୍‌ ସଂଶୋଧନ ଦ୍ୱାରା କେନ୍ଦ୍ର ଓ ରାଜ୍ୟ କିମିଶନର୍‌ଙ୍କ କାର୍ଯ୍ୟକାଳ, ଦରମା ଆଦିକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେଇ ନିଜ ଇଚ୍ଛାରେ ପରିଚାଳିତ କରିପାରିବେ। ୨୦୦୫ ମସିହାରୁ ପ୍ରଚଳିତ ଥିବା ସୂଚନା ଅଧିକାର ଆଇନ୍‌ ବଳରେ ସାଧାରଣ ନାଗରିକ ସ୍ବାଧୀନ ଭାବେ ତଥ୍ୟ ପାଇ ପାରୁଥିଲେ। ମାତ୍ର ସଂଶୋଧିତ ଚିଠା ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହି ବିଭାଗକୁ ସରକାର ନିୟନ୍ତ୍ରଣରେ ରଖୁଥିବାରୁ ସାଧାରଣ ନାଗରିକମାନଙ୍କୁ ତଥ୍ୟ ଦେବାରେ କଟକଣା କରାଯିବ। ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରା ନ ଯାଇ ଏଭଳି ସଂଶୋଧନ କେବଳ ସରକାର ଓ ସରକାରୀକଳର ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ସିଭିଲ୍‌ ସୋସାଇଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...

ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ

ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ...

ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…

ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା...

ବାରିପଦାରେ ଚାଞ୍ଚଲ୍ୟ: ପୋଖରୀରୁ ମିଳିଲା ନିଖୋଜ ଓକିଲଙ୍କ କାର, ପଚା ଗନ୍ଧରେ …

ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା...

ଜିନତ୍‌ ଶାବକଙ୍କ ଅପେକ୍ଷାରେ ଶିମିଳିପାଳ

ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ୨୦୨୪ରେ ଅଣାଯାଇଥିବା ମହାବଳ ବାଘୁଣୀ ଜିନତ୍‌ ଉପରେ ରହିଛି ସମସ୍ତଙ୍କ ନଜର। କାରଣ କିଛିଦିନ ତଳେ ପିସିସିଏଫ୍‌ ପ୍ରେମ କୁମାର...

ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ପ୍ରସବ କଲେ ଗର୍ଭବତୀ

ଉଦଳା,୨୨ା୧୧(ସନ୍ତୋଷ କୁମାର ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ପଦ୍ମପୋଖରୀ ଗ୍ରାମରୁ ପୁଣି ଜନନୀ ଯନ୍ତ୍ରଣା ଖବର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା...

କଳାବାଘ ‘କାଳିଆ’କୁ ନେଇ ଚର୍ଚ୍ଚା: ଶିମିଳିପାଳ ପାଇଁ ଆଣିଲେ ଗୌରବ

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମହାବଳ ବାଘ କାଳିଆକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବତନ ପିସିସିଏଫ୍‌ ସୁଶାନ୍ତ ନନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri