Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୧୦ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ବୁଧ ଯୋଗୁ ସନ୍ତାନଙ୍କ ସମସ୍ୟା ବିଷୟରେ ଚିନ୍ତିତ ରହିବେ। ସ୍ବାସ୍ଥ୍ୟହାନୀ,ଶତ୍ରୁତା କିମ୍ବା ଋଣ ପରିଶୋଧର ଚିନ୍ତା ବୃଦ୍ଧି ପାଇବ। ଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରି ପାରନ୍ତି। ପାଖ ପଡୋଶୀଙ୍କ ସହ ବିଭିନ୍ନ ପ୍ରକାରର ଆଲୋଚନାରେ ସମୟ କଟାଇବାର ସୁଯୋଗ ଜୁଟିବ।
ବୃଷ
ବୃଷ
ନବମସ୍ଥ ରବିଙ୍କ ଯୋଗୁ ପରିବାରର ବିଭିନ୍ନ ପ୍ରକାରର ବ୍ୟୟ ବରାଦର ଭରଣା କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଗୁରୁବର୍ଗଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ ମାତ୍ର ଗଠନମୂଳକ କାର୍ଯ୍ୟ ଗତି ମନ୍ଥର ହେବ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ।
ମିଥୁନ
ମିଥୁନ
କର୍ମସ୍ଥ ଶୁକ୍ର କନ୍ୟା ସନ୍ତାନଙ୍କ ବୈବାହିକ ସମସ୍ୟା ପ୍ରତି ଚିନ୍ତିତ କରାଇବ। ଏହା ସଙ୍ଗକୁ ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ। ପୁନର୍ବସୁ ନକ୍ଷତ୍ର ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଯାନବାହନ ଚାଳାନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ।
କର୍କଟ
କର୍କଟ
ଧନଭାବରେ ଚନ୍ଦ୍ର ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା ସହ ଶାରିରୀକ ସୁସ୍ଥତା ପ୍ରଦାନରେ ସହାୟକ ହେବେ। କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହିପାରେ। ଅଶ୍ଳେଷା ନକ୍ଷତ୍ର ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହି ପାରନ୍ତି। ମନ ବୁଝତ୍ଲା ଭଳି କଥା କହି ଅନ୍ୟକୁ ଆପଣାର କରିବା ସହ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ରବି ଓ ଶନିଙ୍କ ସ୍ଥାନ ପ୍ରଭାବରେ ସମସ୍ୟା ମଧ୍ୟଦେଇ କାର୍ଯ୍ୟହାସଲ କରିବେ ଏବଂ ନିକଟ ସମ୍ପର୍କୀୟ ମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। କୈାଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ, ତଥାପି କର୍ମାରମ୍ଭରେ ପ୍ରଥମେ ପ୍ରଥମେ ସଂକଟର ସମ୍ମୁଖୀନ ହେବେ। ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
କର୍ମସ୍ଥ ରାହୁ ପରିବାର ଓ କାର୍ଯ୍ୟହାସଲ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ଆଜି ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହାତ ହେବାର ସୂଚନା ରହିଛି। ଗୃହ ସଜ୍ଜାରେ ମନୋନିବେଶ କରିପାରନ୍ତି। ଅଫିସ୍‌ କାମରେ ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହେବାର ପରିସ୍ଥିତି ସୃଷ୍ଟି ହେବ।
ତୁଳା
ତୁଳା
ଉଚ୍ଚସ୍ଥାନରେ ଶୁକ୍ର ମନୋରଞ୍ଜନ ସମ୍ବନ୍ଧିତ ଜିନିଷ କ୍ରୟ କରିବା ଦିଗରେ ଖର୍ଚ୍ଚାନ୍ତ କରାଇପାରେ। ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟରେ ଅଭୁତପୂର୍ବ ସଫଳତା ହାସଲ କରିବେ। ଚିତ୍ରାର ପୂର୍ବରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ।
ବିଛା
ବିଛା
କର୍ମଭାବର ଶୁଭପ୍ରଭାବରୁ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ କିନ୍ତୁ ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।  ଶିଳ୍ପ, ବାଣିଜ୍ୟ, ପରିବହନ ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ। ନିଜର ପାଖ ଲୋକ ମାନେ ଅପପ୍ରଚାର କରି ପାରନ୍ତି। କଳା,ସାହିତ୍ୟ, ସାମ୍ବାଦିକତା ତଥା କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
କେତୁ ଯୁକ୍ତ ମଙ୍ଗଳ ପ୍ରଭାବରୁ ଯେ କୈାଣସି କ୍ଷେତ୍ରରେ ହେଉନା କାହିଁକି, ଠିକ୍‌ ନିଷ୍ପତି ନେବାରେ ସମସ୍ୟା ଦେଖାଦେଇପାରେ। ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିପାରେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ କିନ୍ତୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ସୃଷ୍ଟି କରି ପାରନ୍ତି।
ମକର
ମକର
ଶନି ଓ ରାହୁଙ୍କ ଷଡାଷ୍ଟକ ସ୍ଥିତି ଜନିତ ସତର୍କତାର ସହ କାମ କରନ୍ତୁ , ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ପୂର୍ବ ସ୍ଥିତିରୀକୃତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି। ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ଶୁକ୍ରଙ୍କ ପ୍ରଭାବରୁ ବହୁତ ହସ ଖୁସୀରେ ଦିନଟି ଅତିବାହିତ ହେବ। ପାଖ ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାର ମଧ୍ୟରେ ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ। ଏହା ସଙ୍ଗକୁ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନମୀନ
ଆଜିର ଅନୁକୂଳ ଗ୍ରହ ପ୍ରଭାବରୁ ଅନ୍ୟମାନଙ୍କୁ ଆପଣାର କରିବା ସକାଶେ କୈାଶଳ ପ୍ରୟୋଗ କରି ପାରନ୍ତି। ରଚନାମତ୍କ କାର୍ଯ୍ୟ,କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଆଇନ, ଅଦାଲତ, ପ୍ରଶାସନ, ଯାନବାହନ, ନିର୍ମାଣରେ ସୁଫଳ ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ରକ୍ଷା କରନ୍ତୁ, ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri