Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ
ବ୍ୟୟାଧିପ ଧନସ୍ଥାନକୁ ଦୃଷ୍ଟିଦେଉଥିବାରୁ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଅନୁଭବ କରିପାରନ୍ତି। ପାରିବାରିକ ମତଭେଦ କାରଣରୁ ଭ୍ରାତୃବିବାଦ ଦେଖାଦେଇ ପାରେ। ଅଶ୍ୱିନୀ ନକ୍ଷତ୍ର ଅତୀତ ଘଟଣାକୁ ନେଇ ଅସ୍ଥିରତା ପ୍ରକାଶ କରିବେ।
ବୃଷ
ବୃଷ
ଦେବଗୁରୁ ବୃହସ୍ପତିଙ୍କ ଅନୁକମ୍ପାରୁ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। କର୍ମ କ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦିନଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ। କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ।
ମିଥୁନ
ମିଥୁନ
ସ୍ବରାଶିସ୍ଥ ବଳବାନ୍‌ ଚନ୍ଦ୍ରଙ୍କ ପ୍ରଭାବରେ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ଶିଳ୍ପ, ବ୍ୟବସାୟ, ପ୍ରଶାସନ, କଳା ,ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇ ପାରନ୍ତି। ଏକାଧିକ ଗ୍ରହ ରାଶିରେ ଆର୍ଥିକ ଅଭିବୃଦ୍ଧି କରିବା ସହ ମିଥୁନ ରାଶି ପାଇଁ ସମସ୍ୟାର କାରଣ ହୋଇପାରନ୍ତି।
କର୍କଟ
କର୍କଟ
ଗ୍ରହସ୍ଥିତିର ଅନୁକୂଳତା ଯୋଗୁ ନୂତନ କର୍ମାରମ୍ଭ ସହ ଦେବଦର୍ଶନ, ମିଷ୍ଠାନ୍ନଭୋଜନାଦି ପ୍ରାପ୍ତି ହୋଇପାରେ। ଅଶ୍ଳେଷା ନକ୍ଷତ୍ର ସକାଶେ ସାମୟିକ ଭାବରେ ପ୍ରିୟଜନଙ୍କ ଅନୁପସ୍ଥିତି କିମ୍ବା ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ। କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଭୃତିରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ସି˚ହ
ସି˚ହ
ଧନାଧିପ ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ,ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମଘା ନକ୍ଷତ୍ର ସକାଶେ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।
କନ୍ୟା
ଏକାଦଶସ୍ଥ ଏକାଧିକଗ୍ରହଙ୍କ ସୁପ୍ରଭାବରେ ଆଜି ସବୁ କାମ ଗୁଡିକ ଶୃଙ୍ଖଳିତ ରହିବାରେ ନିଜ ସନ୍ତାନବର୍ଗ କିମ୍ବା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଫଳରେ ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବେ। ଚିତ୍ରା ନକ୍ଷତ୍ର ପାଇଁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ଅଫିସରେ ଅଯଥା ବିରକ୍ତି ପ୍ରକାଶ କରିବା କିମ୍ବା ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ବନ୍ଧୁମାନଙ୍କ ସହ ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। କିନ୍ତୁ ସ୍ବାତୀ ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
ବିଛା
ବିଛା
ଅଷ୍ଟମସ୍ଥ ରାହୁଯୁକ୍ତ ଚନ୍ଦ୍ର ଯୋଗୁ ଧନହାନୀ, କଳହ କିମ୍ବା ମାନସିକ ଅଶାନ୍ତିର ସୃଷ୍ଟିର ସୂଚନା ଅନୁଭବ କରିପାରନ୍ତି। ତଥାପି ଜ୍ୟେଷ୍ଠା ନକ୍ଷତ୍ରର ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ପରିବହନ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। କୌଣସି ମହିଳାଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ଧନୁ
ଶନିଙ୍କ ଆଶୀର୍ବାଦରୁ ଆଧ୍ୟାତ୍ମିକ ପରିବେଶରେ ସତ୍‌ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ କଟିବ। ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦମଯର୍‌ୟଦା ବୃଦ୍ଧି ପାଇବ। କୌଣସି ଶୁଭ କାମରେ ଭାଇ, ବନ୍ଧୁ, ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିବେ। ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର
ମକର
ମାନସିକ ଅସ୍ଥିରତା କାରଣରୁ ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। ସବୁ କଥାରେ ଟିକିଏ ପଛକୁ ରହି କାମ କରିବା ଭଲ ହେବ,ଅନ୍ୟଥା ସାଧାରଣ କଥାରୁ କଳହର ସମ୍ଭାବନା ରହିଁଛି। ଧନିଷ୍ଠା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।
କୁମ୍ଭ
କୁମ୍ଭ
କେତେକ କ୍ଷେତ୍ରରେ ମନ ଭଲ ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରେ ସଙ୍ଗୀତ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ମାତ୍ର ଷଷ୍ଠସ୍ଥ ଗ୍ରହ ପ୍ରଭାବରୁ ଡରିବାର କିଛି କାରଣ ନାହିଁ କହିଲେ ଚଳେ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ, ବିଶେଷ ଭାବରେ ଉପକୃତ ହେବେ।
ମୀନମୀନ
ନିକଟ ସମ୍ପର୍କୀୟମାନଙ୍କ ସହାୟତାରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରି ପାରନ୍ତି। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ବରେ ପଡିପାରନ୍ତି। ଆବଶ୍ୟକୀୟ ସହଯୋଗ ଅଭାବରୁ ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri