Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧ ତାରିଖ – Daily Horoscope

ମେଷ
ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥଲାଭ,ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ବନ୍ଧୁସମ୍ପର୍କ ମାନସିକ ସ୍ଥିତିକୁ ହର୍ଷିତ କରିପାରେ।
ବୃଷ
ବୃଷ
ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି କାର୍ଯ୍ୟ ହାସଲରେ ବିଜାତୀୟ ବ୍ୟକ୍ତିଙ୍କ ପ୍ରତିବାଦର ସ୍ବରକୁ ତୀବ୍ର କରିପାରେ। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହୋଇପାରନ୍ତି। ଜମିଜମା କାରବାର, ନୂତନ ଘର ତିଆରି, ଯାନବାହନ ମରାମତି, ଦୋକାନର ଉନ୍ନତୀକରଣ ଦିଗରେ ମନୋନିବେଶ କରିପାରନ୍ତି।
ମିଥୁନ
ମିଥୁନ
ଧନ ସ୍ଥାନରେ ବୁଧଯୁକ୍ତ ମଙ୍ଗଳ ବନ୍ଧୁଙ୍କ ସହ କଳହର ସୂତ୍ରପାତ କରାଇପାରନ୍ତି। ଆଶା କରିଥିବା ସ୍ଥାନରୁ ଅର୍ଥ ପାଇବାରେ କୌଣସି ଅସୁବିଧା ହେବନାହିଁ। ଘର କିମ୍ବା ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କ୍ରୟବିକ୍ରୟ କ୍ଷେତ୍ରରେ ଦ୍ୱନ୍ଦ୍ୱଯକ୍ତ ହୋଇପାରନ୍ତି। ଆଜିର ଯାତ୍ରା, କଚେରି ମାମଲା, ମନୋରଞ୍ଜନ କାର୍ଯ୍ୟକ୍ରମ ଦିଗରୁ ଉପକୃତ ହେବେ।
କର୍କଟ
କର୍କଟ
ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ନେଇ କୌଣସି କଥାକୁ ଖାତିର ନ କରି ଆଗକୁ ମାଡ଼ିଚାଲିବେ। ପରୋକ୍ଷ ଶତ୍ରୁତାଜନିତ ଟେନ୍‌ସନ ଲାଗି ରହିବା ଯୋଗୁ ସାମୟିକ ଆନମନା ରହିପାରନ୍ତି। ସହକର୍ମୀ, ପାଖପଡ଼ୋଶୀ କିମ୍ବା ନବାଗତ ବନ୍ଧୁଙ୍କ ସହ ଆଳାପ ଆଲୋଚନା ବେଶ୍‌ ଜମିପାରେ।
ସି˚ହ
ସି˚ହ
ଲାଭ ଭାବରେ ଏକାଧିକ ଗ୍ରହଙ୍କ ସ୍ଥିତି ଆପଣଙ୍କ ଆଶା ପୂରଣ କରିବାରେ ସମର୍ଥ ହେବ। ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବା ହେତୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପର ଉପରେ ନିର୍ଭର କରିବା କାରଣରୁ କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇପାରେ।
କନ୍ୟା
ଶନି ଓ ବୃହସ୍ପତିଙ୍କ ସ୍ଥିତି ପରିବାର, ଲୋକସମ୍ପର୍କ, ଯାନବାହନ, ସଭାସମିତି ତଥା ସାମୂହିକ କାମରେ ସମସ୍ୟା ସୃଷ୍ଟି କରିପାରେ।  କର୍ମାଧିପତି ଏକାଦଶସ୍ଥ ହୋଇ ଅଷ୍ଟମାଧିପତି ସହ ମିଳିତ ହୋଇଥିବାରୁ ଅଭିଳଷିତ ଜିନିଷର ପ୍ରାପ୍ତି ଆଶା ନିରର୍ଥକ ହୋଇପାରେ। ପ୍ରଶାସନ, କଳା, ସାହିତ୍ୟ, ପ୍ରକାଶନ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
କର୍ମ ସ୍ଥାନରେ ବୁଧ ଓ ମଙ୍ଗଳଙ୍କ ସ୍ଥିତି କାରଣରୁ ଆପଣଙ୍କ ଯାତ୍ରା ପ୍ରୀତିପ୍ରଦ ରହିବ। ଆନୁଷଙ୍ଗିକ ଆର୍ଥିକ ସାହାଯ୍ୟ ଓ ବ୍ୟକ୍ତିଗତ ସହଯୋଗ ଲାଭକରି କାମ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ବନ୍ଧୁ ତଥା ସହକର୍ମୀମାନଙ୍କ ପ୍ରିୟପାତ୍ର ହେବେ।
ବିଛା
ବିଛା
ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ନୂତନ କର୍ମାରମ୍ଭ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ଓ ବନ୍ଧୁମିଳନ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିବ।କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଆନୁଷ୍ଠାନିକ କାମ, ସାମୂହିକ ଆଲୋଚନା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ।
ଧନୁ
ଧନୁ
ଅଷ୍ଟମାଧିପତି ଚନ୍ଦ୍ର ଧନାଧିପତିଙ୍କ ସହ ଷଷ୍ଟାଷ୍ଟମ ସ୍ଥିତିରେ ରହିଥିବାରୁ ଆପଣଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁ ଅପ୍ରିୟତା ଅର୍ଜନ କରିପାରନ୍ତି। ପାରିବାରିକ ଅଶାନ୍ତି କେତେକାଂଶରେ ଥମିଯିବା କାରଣରୁ ପୂର୍ବାଷାଢ଼ ନକ୍ଷତ୍ର ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବା ଫଳରେ ସମାଧାନ ବିଳମ୍ବିତ ହୋଇପାରେ।
ମକର
ମକର
ଗ୍ରହମାନଙ୍କ ଅନୁକୂଳତା କାରଣରୁ ଯିଏ ଯାହା କହୁନା କାହିଁକି, ଆପଣ ଯେମିତି ଭାବୁଛନ୍ତି ସେମିତି କରିବା ମନ୍ଦ ହେବନି। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ର, ରାଜନୀତି, ସାଂସ୍କୃତିକ କାମରେ ପ୍ରଶଂସିତ ହେବେ। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ।
କୁମ୍ଭ
କୁମ୍ଭ
କର୍ମାଧିପଙ୍କ ବଳହୀନ ହେଲେ ମଧ୍ୟ ଶନିଙ୍କ ଧୈର୍ଯ୍ୟ ଓ ସହନଶୀଳତା ଦ୍ୱାରା ଆପଣଙ୍କ ସମସ୍ତ ଚେଷ୍ଟା ଓ ପରିଶ୍ରମ ମୂଲ୍ୟହୀନ ହୋଇ ନ ପାରେ। କେତେକ ଆକସ୍ମିକ ସମସ୍ୟାକୁ ନେଇ ଯାତ୍ରା, କର୍ମାରମ୍ଭ କିମ୍ବା ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପୂର୍ବ ପରିକଳ୍ପିତ ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିବେ।
ମୀନମୀନ
ଚନ୍ଦ୍ରଙ୍କ କେନ୍ଦ୍ରସ୍ଥାନରେ ବୃହସ୍ପତି ଅପୂର୍ବ ଯୋଗ ସୃଷ୍ଟିକରି ଆପଣଙ୍କ ଶ୍ରମ ସାର୍ଥକ କରାଇବେ। କିନ୍ତୁ ପାପଗ୍ରହ ମଧ୍ୟସ୍ଥ ଗୁରୁ ଓ ଚନ୍ଦ୍ର ଯୋଗୁ ମନର ଅସ୍ଥିରତା ସାଙ୍ଗକୁ ଶାରୀରିକ ସୁସ୍ଥତା ନ ରହିବା ହେତୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ। କର୍ମକ୍ଷେତ୍ର, ସଭାସମିତି, ରାଜନୈତିକ ତଥା ବ୍ୟବସାୟ କ୍ଷେତ୍ରରେ ସ୍ଥିରତା ଫେରିଆସିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?