Posted inRasifala

ରାଶିଫଳ: ସୋମବାର, ଜାନୁଆରି ୨୭ ତାରିଖ – Daily Horoscope

ମେଷ
ଏକାଦଶସ୍ଥ ଶୁକ୍ର ଏବଂ ଚନ୍ଦ୍ର ପ୍ରଭାବରେ ଶିକ୍ଷା, ସନ୍ତାନ, ପାରିବାରିକ ଶାନ୍ତି, ପରିବହନରେ ଉନ୍ନତି ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କଷ୍ଟରେ ପାଇଥିବା ଜିନିଷ ସୁବିଧାରେ ରଖି ପାରିବେ ନାହିଁ, ଫଳରେ ହାତମୁଠାରୁ କେତେକ ସୁ୍‌ଯୋଗ ଖସିଯାଇପାରେ। ପ୍ରକାଶନ, ପ୍ରଶାସନ, ସଭାସମିତି, ନିର୍ମାଣ, ଆଇନ, ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ରାହୁ ଓ ବୁଧଙ୍କ ସ୍ଥାନସ୍ଥିତିର କୁପ୍ରଭାବରେ ଅର୍ଥସଙ୍କଟ ମଧ୍ୟରେ ମାନସିକ ସ୍ଥିତି ଭଲ ରହି ନ ପାରେ। ଗତକାଲିର ବାକି ପଡିଥିବା କାମକୁ ଆଜି ପୂରାଦମ୍‌ରେ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। ବ୍ୟବସାୟରେ ପ୍ରତିବନ୍ଧକ ଏବଂ ଆକସ୍ମିକ ଭାବରେ ଦୂରଯାତ୍ରା କରିବେ।
ମିଥୁନ
ମିଥୁନ
ବୁଦ୍ଧିବଳ ଖଟାଇ କାର୍ଯ୍ୟ ହାସଲ କଲେ ମଧ୍ୟ ସମସ୍ୟା ପିଛା ଛାଡିବ ନାହିଁ। ଅନ୍ୟ ସହ ସମ୍ପର୍କ ସ୍ଥାପନକୁ ପରିବାରର ଭୁଲ୍‌ ବୁଝାମଣା ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି କରିବ। ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବା ସହ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ ା କୌଣସି ବିଷୟରେ ବାରମ୍ବାର ଚିନ୍ତା କରି ଅନ୍ୟମନସ୍କ ରହିପାରନ୍ତି।
କର୍କଟ
କର୍କଟ
ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ଶାରୀରିକ ଅସୁସ୍ଥତା ଲାଗିରହିବ କିନ୍ତୁ ଆର୍ଥିକ ଉନ୍ନତି ସୁସ୍ଥ ମାନସିକତାରୁ ଆନନ୍ଦ ପ୍ରାପ୍ତି କରାଇବ। କିନ୍ତୁ ସପ୍ତମସ୍ଥ ଗ୍ରହ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ଓଲଟା ଫଳ ଦେବାର ଆଶଙ୍କା ରହିଛି। ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ପରିବହନ ଓ ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତିର ସୂଚନା ରହିଛି।
ସି˚ହ
ସି˚ହ
ରବି ଓ ବୁଧଙ୍କ ସଂସ୍ଥାନରୁ ଆପଣଙ୍କୁ ଭ୍ରମଣସୁଖ ସାଙ୍ଗକୁ ଅପବ୍ୟୟ,ନିଦ୍ରାହୀନତା ଓ ଶତ୍ରୁମାନଙ୍କ ସହ ଲଢୁଆ ମନୋଭାବ ଆସିପାରେ। ପଛକଥା ନ ଭାବି ବର୍ତ୍ତମାନର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟାକଲେ ସବୁ କିଛି ଠିକ୍‌ ହୋଇଯିବ। କଳା, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ତଥା ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
କନ୍ୟା
ପରିବାର ଓ କର୍ମକ୍ଷେତ୍ରର ଅସଜଡ଼ା କାମକୁ ଆଜି ହିଁ ସଜାଡି ନେବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ସଭାସମିତିରେ, ଆନୁଷ୍ଠାନିକ କାମରେ, ଅଫିସିଆଲି ଆଲୋଚନାରେ ସମୟ କଟାଇବାକୁ ପଡିପାରେ। ରାଜନୀତି, କଳା, ସାହିତ୍ୟ, ଉଚ୍ଚଶିକ୍ଷା, ବିଦେଶ ଯାତ୍ରା କିମ୍ବା ଗବେଷଣା କ୍ଷେତ୍ରରେ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ।
ତୁଳା
ତୁଳା
କୋଣଭାବସ୍ଥ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ନୂଆ ଆଶା ଓ ପୁରୁଣା ସମସ୍ୟାର ସମାଧାନ କରି କୌଣସି କର୍ମାରମ୍ଭ ସକାଶେ ମନ ବଳାଇବେ। ପାରିବାରିକ ଜୀବନରେ ବୁଝାମଣା ନେଇ ସମସ୍ୟା ଦେଖାଦେଇପାରେ। ସଭାସମିତି, ଫାଇଲ୍‌ କାମ, ସଙ୍ଗଠନ, ରାଜନୀତି ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ଅର୍ଜନ କରିବେ।
ବିଛା
ବିଛା
ପାପଗ୍ରହ ଯୁକ୍ତ ବୃହସ୍ପତିଙ୍କ ପ୍ରଭାବରେ ଆପଣଙ୍କ ଯୋଜନା ଫସର ଫାଟିଯାଇପାରେ। ବନ୍ଧୁମାନଙ୍କ ସହାୟତାରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ ଦେବାକୁ ବାଧ୍ୟ ହୋଇପାରନ୍ତି। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ଆଶଙ୍କା ରହିଛି।
ଧନୁ
ଧନୁ
ସାଧାରଣ ବ୍ୟତିକ୍ରମକୁ ବାଦ୍‌ଦେଲେ ସ୍ବାସ୍ଥ୍ୟରେ ଉନ୍ନତି ଓ ସାଙ୍ଗଠନିକ କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ପ୍ରକାର ଯୋଜନାର ପରିକଳ୍ପନା ଧିମା ଗତିରେ ଆଗକୁ ବଢ଼ିବ। ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ନ ରହିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ କିନ୍ତୁ ଯୋଜନା ବିଗିଡି ଯାଇପାରେ।
ମକର
ମକର
ଧନାଧିପ ଅଷ୍ଟମାଧିପତି ଯୁକ୍ତ ହୋଇ ରାଶିରେ ଥିବାରୁ ଆଜି ଦିନଟିରେ ଖର୍ଚ୍ଚ ପରିମାଣ ବୃଦ୍ଧିକୁ ଚାହିଁଲେ ମଧ୍ୟ ତାହାକୁ ରୋକି ପାରିବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ସଭା ସମିତିରେ ସମ୍ମାନ ଲାଭ କରିବେ। ବ୍ୟବସାୟ, ନିର୍ମାଣ, କଚେରି ମାମଲା ପ୍ରଭୃତି ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ।
କୁମ୍ଭ
କୁମ୍ଭ
ପ୍ରାଥମିକ ଅବସ୍ଥାରେ ସମସ୍ୟା ଦେଖାଦେଲେ ମଧ୍ୟ ବହୁତ ଦିନର ଅଭିଳାଷ ପୂରଣ ହୋଇଯିବ। ଅଫିସ୍‌ରେ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତତାର ଆଶଙ୍କା ରହିଛି ା କଳା, କ୍ରୀଡା, ପ୍ରତିଯୋଗିତା,ବନ୍ଧୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ବିଶେଷ ସଫଳତା ପାଇବେ।
ମୀନମୀନ
କେତୁଯୁକ୍ତ ରାଶ୍ୟାଧିପତି କାରଣରୁ ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ, ଯାହାକି ସାମୟିକ ମନକୁ ଭାରାକ୍ରାନ୍ତ କରିରଖିବ। ଗୁପ୍ତ ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି,ଏଥିପ୍ରତି ସତର୍କ ରହି କାମ କରିବା ଭଲ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri