Posted inRasifala

ରାଶିଫଳ: ସୋମବାର, ଜାନୁଆରି ୧୩ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ନିଜ ଗୃହରେ ଅବସ୍ଥାନ କରି ପାରିବାରିକ ସୁସମ୍ପର୍କ ମଧ୍ୟରେ ସୁଖ, ସମୃଦ୍ଧି ପ୍ରଦାନ କରିବେ। ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି ତାହା ପାଇବେ କିନ୍ତୁ ସାମାନ୍ୟ ଝିନ୍‌ଝଟ୍‌ ମଧ୍ୟରେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ସୁଫଳ ମିଳିବ।
ବୃଷ
ବୃଷ
ଥଣ୍ଡା ଜନିତ ସ୍ବାସ୍ଥ୍ୟ ହାନୀ, ଅର୍ଥ ସଂକଟ, ବାଣିଜ୍ୟ, ବ୍ୟବସାୟରେ ଝଗଡ଼ାଜନିତ ଦୁଃଶ୍ଚିନ୍ତା ଦେଖାଦେବ। ଅନ୍ୟମାନଙ୍କୁ ମନେଇ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କଲେ ନିରାଶ ହେବାକୁ ପଡିବ ନାହିଁ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
ସହକର୍ମୀଙ୍କ ସାହାଯ୍ୟରେ ଆର୍ଥିକ ଦୁଃସ୍ଥିତି ସୁଧୁରି ଯିବା ସହ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବ। ଦୀର୍ଘ ଦିନରୁ କଥାବାର୍ତ୍ତା କରୁ ନ ଥିବା ବନ୍ଧୁଟି ନିକଟେଇ ଆସିବାର ଉପକ୍ରମ କରିପାରେ। ଆଜିର ପ୍ରାତଃ ଭ୍ରମଣ ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ବହୁତ ଭଲ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଶୁଭତ୍ୱରୁ ନୂତନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆଜି ଦିନଟିର ସମୟ ଅତିବାହିତ ହେବ। ସ୍ବାସ୍ଥ୍ୟରେ ଉନ୍ନତି, ପରିବାର ସଦସ୍ୟଙ୍କ ଆନ୍ତରିକତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଶାପୂରଣ ଓ ଯାତ୍ରାରେ ସଫଳତା ପାଇପାରିବେ। କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ରହିଛି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସମସ୍ୟା ସହ ସଂଘର୍ଷ କରି ଲକ୍ଷ୍ୟ ହାସଲ କରିବେ ମାତ୍ର ମାନସିକ ସୁସ୍ଥତା ପାଇ ପାରିବେ ନାହିଁ। ପରୋକ୍ଷ ଶତ୍ରୁତା କରୁଥିବା ନିଜର ଆତ୍ମୀୟ ଓ ପାଖ ପଡୋଶୀଙ୍କ ସହ ସମ୍ପର୍କ ମଧ୍ୟ ଭଲ ରହି ନ ପାରେ। ଗୁରୁଜନମାନଙ୍କ ପ୍ରେରଣାରେ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ଦ୍ୱାରସ୍ଥ ହେବାକୁ ପଡିବ।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଲେ ମଧ୍ୟ ପାରିବାରିକ ସହଯୋଗ ମନକୁ ହାଲୁକା ରଖିବାରେ ସହାୟକ ହେବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସ୍ବାର୍ଥସାଧନ ଆଶାନେଇ ସହଯୋଗର ହାତ ବଢାଇ ପାରନ୍ତି। ସହକର୍ମୀଙ୍କ କଥାରେ ପଡ଼ି ପ୍ରଶାସନିକ ସ୍ତରରେ ସମସ୍ୟାଗ୍ରସ୍ତ ହୋଇପାରନ୍ତି।
ତୁଳା
ତୁଳା
ଅର୍ଥ ସମ୍ପର୍କୀୟ ଆଲୋଚନାକୁ କେନ୍ଦ୍ରକରି ପରିବାର ମୁଖ୍ୟଙ୍କ ସହ ଯୁକ୍ତିତର୍କ ଲାଗିପାରେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣା, ଅର୍ଥସମ୍ପର୍କୀୟ ଆଲୋଚନା, ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ବାଣିଜ୍ୟ,ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ବିବାଦୀୟ ସ୍ଥିତି ଲାଗି ରହିବ।
ବିଛା
ବିଛା
ଭାଙ୍ଗତ୍ୟାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ଏବଂ କର୍ମକ୍ଷେତ୍ରରୁ ଅର୍ଥ ଓ ସାମାଜିକ ସମ୍ମାନ ଲାଭ କରିବେ। ଅଟକି ରହିଥିବା କାମଟି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ସମ୍ପନ୍ନ ହୋଇପାରିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ସାମୟିକ ବିରୋଧ, କାମକୁ ବିଶୃଙ୍ଖଳିତ କରିପାରେ। ପ୍ରଶାସନ, ଯାନବାହନ, ନିର୍ମାଣ , କଳା, ଆନୁଷ୍ଠାନିକ କାମ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିବାଦୀୟ ପରିସ୍ଥିତି ବଦଳି ଯାଇଥିବା କାରଣରୁ ଏକପ୍ରକାର ସୁସ୍ଥ ମାନସିକତା ଅନୁଭବ କରିବେ। କର୍ମକ୍ଷେତ୍ରରୁ ଫେରିବା ରାସ୍ତାରେ ଜଣେ ବନ୍ଧୁଙ୍କୁ ମିଶି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର ସୁଯୋଗ ମିଳିବ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ , ପରିବହନ, ଗୃହସୀମାକୁ କେନ୍ଦ୍ରକରି ନିର୍ମାଣକୁ ନେଇ ଝଗଡ଼ା ଲାଗିପାରେ।
ମକର
ମକର
ଭଲ ସମ୍ପର୍କ ରହିଥିବା ପରିଚିତ ବ୍ୟକ୍ତି ଦ୍ୱାରା ସ୍ଥଗିତ ରହି ଯାଇଥିବା କାମଟିକୁ ସାମାନ୍ୟ ଝିନଝଟ୍‌ ମଧ୍ୟରେ ସମ୍ପୂର୍ଣ୍ଣ କରିବେ। ଅନ୍ୟମାନଙ୍କ ସହଯୋଗ ନେଇ ବ୍ୟବସାୟ,ବାଣିଜ୍ୟ ଓ ପରିବହନ ଆଶାନୁରୂପ ଫଳ ପାଇବେ। ଶିକ୍ଷା, ପରୀକ୍ଷା, ଆଲୋଚନା, ସଭାସମିତି, କଳା ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ସକାଳୁ ସକାଳୁ ଅନୁଷ୍ଠାନିକ କାର୍ଯ୍ୟ, ବନ୍ଧୁ, ସହକର୍ମୀ, ପାଖ ପଡୋଶୀଙ୍କ ସାହାଯ୍ୟରୁ ଉପକୃତ ହେବେ। ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ନିଜ ପରିବାର ଲୋକ ମାନଙ୍କ ଭୁଲ୍‌ ଧାରଣାକୁ ବଦଳାଇ ପାରିବେ ନାହିଁ। ଆଦାୟ ଅପେକ୍ଷା ଖର୍ଚ୍ଚ କ୍ରମଶଃ ବୃଦ୍ଧି ପାଇବା କାରଣରୁ ସାମାନ୍ୟ ଚିନ୍ତା ପ୍ରକଟ କରି ପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସମସ୍ତ ପ୍ରକାରର ସାହାଯ୍ୟ ଲାଭ କରି ସହଜ ଓ ସୁବିଧାରେ କାମ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ପରିଜନଙ୍କ ସାହାଯ୍ୟ ନେଇ ବ୍ୟବସାୟ, ବାଣିଜ୍ୟ, ଜନକଲ୍ୟାଣକର କର୍ମରୁ ପ୍ରଶଂସିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri