Posted inRasifala

ରାଶିଫଳ: ସୋମବାର ଏପ୍ରିଲ ୧୩ ତାରିଖ – Daily Horoscope

ମେଷ
ଆଜି ରବି ରେବତୀ ନକ୍ଷତ୍ରରେ ରହିଥିବାରୁ ଦ୍ୱିଜା ଓ କୃତ୍ତିକା ନକ୍ଷତ୍ରଙ୍କ ମିତ୍ରତା ବୃଦ୍ଧି ଘଟିବ । କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।
ବୃଷ
ବୃଷ
ଶୁକ୍ରଙ୍କ ସ୍ବଗୃହସ୍ଥିତି ପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବ ଏବଂ ଭୋଗବିଳାସରେ ସମୟ କାଟିବେ । କର୍ମକ୍ଷେତ୍ରରେ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ଶତ୍ରୁତା ଯୋଗୁ ସାମାନ୍ୟ ବିଚଳିତବୋଧ କରିପାରନ୍ତି ।ନିଜ କାମ ଛାଡି ପରକଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକି ଆଣିବା ଠିକ୍‌ ନ ହୋଇପାରେ ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ । ଦୀର୍ଘଦିନରୁ ଦେଖି ନ ଥିବା ସାଙ୍ଗଟି ନିଜ ତରଫରୁ ସହଯୋଗର ହାତ ବଢାଇବ ଓ ହସି ହସି କଥା ଆରମ୍ଭ କରିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ ଏବଂ ଲାଭ ମଧ୍ୟ କିଛି କମ୍‌ ହେବନାହିଁ । ଆମତ୍ୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି ।
କର୍କଟ
କର୍କଟ
ଯେତେ ପ୍ରକାରର ବନେଇ ଚୁନେଇ କହିଲେ ମଧ୍ୟ ଆପଣଙ୍କ କଥା ଓ ଉଦ୍ଦେଶ୍ୟକୁ ଠିକ୍‌ ଭାବେ ଅନ୍ୟମାନେ ବୁଝିପାରିବେ ନାହିଁ । ନିରାଡମ୍ବର ଭାବରେ ଆଜିର ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ସମାହିତ ହେବ । ପରିବାରରେ ସଫଳତା ପାଇବା ସକାଶେ ଛୋଟମାନଙ୍କ ମତାମତକୁ ଅସମ୍ମାନ କରନ୍ତୁ ନାହିଁ ।
ସି˚ହ
ସି˚ହ
ଶନି ସହ ମଙ୍ଗଳଙ୍କ ସଂଯୋଗ କାରଣରୁ ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିବା କାରଣରୁ ମନ ଭାରାକ୍ରାନ୍ତ ରହିବ ।ତଥାପି ପରକ୍ଷଣରେ ପୂର୍ବାବସ୍ଥା ଫେରିପାଇବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରି ସମସ୍ୟାକୁ ସୁଧାରିନେବେ । ବେଖାତିର ମନୋଭାବ ଓ କଟୁକ୍ତି ମନରେ ଦୁଃଖଦେଇପାରେ।
କନ୍ୟା
ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇବେ ,କିଛି ଅସୁବିଧା ହେବନି । ମନ ବୁଝିଲା ଭଳି କଥା କହି କର୍ମଚାରୀଟିର ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ପାରିବାରିକ ସ୍ତରରେ କେତେକ ସମସ୍ୟା ମାତ୍ର ବିଶେଷ କିଛି ଅସୁବିଧା ହେବ ନାହିଁ ।
ତୁଳା
ତୁଳା
ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ଆଶା କରୁଥିବା କାମଗୁଡିକ ନ ହେବା କାରଣରୁ ମନରେ ସରସତା ରହିବ ନାହିଁ । ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବେ, ଯାହା କି ଆପଣଙ୍କୁ ଧର୍ମସଙ୍କଟରେ ପକାଇପାରେ । ବାରମ୍ବାର ଚେଷ୍ଟା କରି ମଧ୍ୟ ପିଲା ମାନଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢିଯାଇପାରେ ।
ବିଛା
ବିଛା
ପରିସ୍ଥିତିବଶତଃ ମନ କଥାକୁ ମନ ଭିତରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟ ହେବେ । ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ,କିନ୍ତୁ ବେଶି ତକଲିପି ହେବାକୁ ପଡିବ । ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି ।
ଧନୁ
ଧନୁ
ଆଜି ପରିବାର ଭିତରେ ଛୋଟକଥାକୁ ନେଇ ମତପାର୍ଥକ୍ୟ ଦେଖାଦେଇପାରେ । କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ସାମାଜିକ କ୍ଷେତ୍ରରେ ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ମାଧ୍ୟମରେ ସମସ୍ୟା ଗୁଡିକର ସରଳ ସମାଧାନ କରିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଅଫିସରେ କଥା କଟା କଟି ହେତୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି । ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ । ଅଟକି ରହିଥିବା କାମଗୁଡିକୁ ଆଜି କରିପାରିବେ।
କୁମ୍ଭ
କୁମ୍ଭ
ଆର୍ଥିକ ଅଭାବ ହିଁ ସମସ୍ତ ସମସ୍ୟାର ମୂଳ କାରଣ ହେବାର ସୂଚନା ରହିଛି । ଋଣ ଆଣିଥିବା ବ୍ୟକ୍ତି ବିଭିନ୍ନ ପ୍ରକାରର କଟୁକ୍ତି ପ୍ରକାଶ କରିପାରେ । ତଥାପି ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସମସ୍ୟା ଆସିଲେ ମଧ୍ୟ ଆପଣ ଦୃଢ ମନୋବଳ ଯୋଗଁ ବହୁ ବିପଦରୁ ରକ୍ଷା ପାଇବେ । ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି ।
ମୀନମୀନ
ପରିବାରରେ ଭୁଲ୍‌ ବୁଝାମଣାରୁ ଆପଣ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଅବ୍ୟାହତ ରହିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ବିତଣ୍ଡା ସୃଷ୍ଟି ହୋଇପାରେ । କଳା ସାହିତ୍ୟ ଓ ଚଳଚ୍ଚିତ୍ର ଦର୍ଶନ କ୍ଷେତ୍ରରେ ସମସ୍ୟାଗୁଡିକର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri