Posted inRasifala

ରାଶିଫଳ: ଶୁକ୍ରବାର, ଜୁନ ୧୪ ତାରିଖ – Daily Horoscope

ମେଷ
ଆଜି ରାହୁଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ମାନସିକ ଓ ପାରିବାରିକ ସ୍ଥିତି ସମସ୍ୟା ବହୁଳ ହୋଇପାରେ। ତଥାପି ଦ୍ୱିଜା ନକ୍ଷତ୍ର ନିକଟସ୍ଥ ବନ୍ଧୁମାନଙ୍କ ସହଯୋଗ ଲାଭ କରି ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବପ୍ରବଣତା ପରିହାର କରନ୍ତୁ, ନଚେତ୍‌ ଅଯଥା ଦୁଶ୍ଚିନ୍ତାକୁ ଆମନ୍ତ୍ରଣ କରିବାକୁ ପଡ଼ିପାରେ।
ବୃଷ
ବୃଷ
ରବି ନିଜ ରାଶିରେ ନକ୍ଷତ୍ରଭିତ୍ତିରେ ରାହୁଙ୍କ ଦ୍ୱାରା ସମ୍ବନ୍ଧିତ ଯୋଗୁ ସ୍ବାସ୍ଥ୍ୟ, ପରିବାର ଓ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କରେ ସାମାନ୍ୟ ସମସ୍ୟା ଦେଖାଦେବ। ଆଲୋଚନା ପରିସରରେ ଆପଣଙ୍କ ଅପ୍ରିୟ ସତ୍ୟ ଆକସ୍ମିକ କଳହ ସୃଷ୍ଟିର କାରଣ ହୋଇପାରେ। ଅତୀତରୁ ରହିଆସିଥିବା ରୋଗପୀଡ଼ା, ଶତ୍ରୁତା ଓ ଧାର କରଜ ସକାଶେ ଚିନ୍ତାକୁ ବଢ଼ାଇବ।
ମିଥୁନ
ମିଥୁନ
ଧନାଧିପତିଙ୍କ କୋଣଭାବମଣ୍ଡନ ଅର୍ଥଲାଭ, ସୁସ୍ଥ ମାନସିକତା,ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବ। ଆଜିର ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମନକୁ ବିଚଳିତ କରିପାରେ।
କର୍କଟ
କର୍କଟ
ବ୍ୟୟଭାବସ୍ଥ ମଙ୍ଗଳ ଆପଣଙ୍କ ଦୀର୍ଘଦିନର ସମ୍ପର୍କକୁ କ୍ଷୁଣ୍ଣ କରିବାର ଆଶଙ୍କା ରହିଛି। କିନ୍ତୁ ଏକାଦଶସ୍ଥ ଶୁକ୍ର ପ୍ରଭାବରୁ ଭୋଗବିଳାସ ସାଙ୍ଗକୁ ଷ୍ଟେସନାରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାର କିମ୍ବା ଗାଡ଼ିମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇବେ। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ଅଟକି ରହି ଓ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ।
ସି˚ହ
ସି˚ହ
ବୁଧ ଓ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି ବନ୍ଧୁ ଓ ପାରିବାରିକ ସମ୍ପର୍କରେ ବ୍ୟାଘାତ ସୃଷ୍ଟି କରିବ। ଆକସ୍ମିକ ଭାବରେ କୌଣସି କାମ ସକାଶେ ଆପଣଙ୍କ ଖର୍ଚ୍ଚ ପରିମାଣ ବଢ଼ିଯିବା ସାଙ୍ଗକୁ ମନରେ ଆଶଙ୍କା ଲାଗି ରହିପାରେ। ଅବଶ୍ୟ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ।
କନ୍ୟା
ଚତୁର୍ଥାଧିପଙ୍କ ତୃତୀୟ ସ୍ଥିତି ପାରିବାରିକ ଜୀବନ ଓ ଲୋକ ସମ୍ପର୍କରେ ଶିଥିଳତା ଆଣିପାରେ। ସ୍ନାୟବିକ ଦୁର୍ବଳତା କାରଣରୁ ଆଣ୍ଠୁଠାରୁ ଗୋଡ଼ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବେ। ବହୁ ଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ପ୍ରଶାସନ ଓ ପ୍ରକାଶନ, ମାଲିମକଦ୍ଦମାରେ ଶୁଭଫଳ ପାଇବେ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କାର୍ଯ୍ୟସିଦ୍ଧି, ଯାତ୍ରା, ପ୍ରତିଯୋଗିତା, ପାରିବାରିକ ଜୀବନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟାତ୍ମିକ ସଭା ସମିତିରେ ପ୍ରଶଂସିତ ହେବେ। ଆଶା କରିଥିବା ବନ୍ଧୁଙ୍କ ନିକଟରୁ ଧାର ସୂତ୍ରରେ ଅର୍ଥ ପାଇ କାମ ହାସଲ କରିବେ।
ବିଛା
ବିଛା
ରାହୁ ନକ୍ଷତ୍ରସ୍ଥ ଦ୍ୱାଦଶ ଚନ୍ଦ୍ର ଅପବ୍ୟୟ ସାଙ୍ଗକୁ ଦୂରଯାତ୍ରା ପାଇଁ ମାନସିକ ବ୍ୟଗ୍ରତା ସୃଷ୍ଟି କରିବ। ପ୍ରତ୍ୟେକ କ୍ଷେତ୍ରରେ ଦେଖି ଚାହିଁ ବୁଝି ବିଚାରି କାମ ନ କଲେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ତଥାପି ବୈଷୟିକ ସୁଖ, ସମୃଦ୍ଧି, ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ସାମୟିକ ମନ ପ୍ରଫୁଲ୍ଲ ରହିପାରେ।
ଧନୁ
ଧନୁ
ଭାଗ୍ୟାଧିପ ରାଶି ଓ ଚନ୍ଦ୍ରଙ୍କଠାରୁ ଷଷ୍ଠ ଓ ଅଷ୍ଟମସ୍ଥ ଯୋଗୁ କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବନାହିଁ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କଲେ ବିବାଦ ଭିତରକୁ ଠେଲି ହୋଇ ଯାଇପାରନ୍ତି।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ସହଜ ଓ ସୁବିଧାଜନକ ସ୍ଥିତି ଖୋଜିଲେ ପାଇବେ ନାହିଁ। ବସା ବାନ୍ଧି ରହିଥିବା ଦେହର ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ହେତୁ ବ୍ୟସ୍ତ ରହିବେ। ନିର୍ମାଣାଧୀନ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଅର୍ଥ ସମ୍ପର୍କରୁ ଖୁସି ରହିବେ ଏବଂ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ କୋଣଭାବରେ ରାହୁଙ୍କ ସହ ମଙ୍ଗଳ ଓ ବୁଧ ଦିନଚର୍ଯ୍ୟାରେ ମିଶ୍ରିତଫଳ ଅନୁଭବ କରାଇବେ। ବିବଦମାନ ପରିସ୍ଥିତିରୁ ମୁକ୍ତି ମିଳିବ, କିନ୍ତୁ ସନ୍ତୋଷ ପାଇବେ ନାହିଁ। ନିର୍ମାଣାଧୀନ କାର୍ଯ୍ୟ କିମ୍ବା ନୂଆ ଯୋଜନା ପରିକଳ୍ପନା ଉପରେ ଗୁରୁତ୍ୱ ଦେଇପାରନ୍ତି। ଘର କଥା ମନକୁ ବାରମ୍ବାର ଆଲୋଡ଼ିତ କରିବ।
ମୀନମୀନ
କର୍ମଭାବସ୍ଥ ଶନି ଓ କେତୁ କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁତା ସୃଷ୍ଟି କରିବ। କେତେକ କ୍ଷେତ୍ରରେ ଆପଣ ମନକଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ। ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହୋଇ ଅଶାନ୍ତିରେ ରହିବେ। ଅବଶ୍ୟ ସଭା ସମିତିରେ ସଫଳତା ହାସଲ କରିବେ ଏବଂ ଅର୍ଥ ସଂକଟରୁ ରକ୍ଷା ପାଇଯିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri