Posted inRasifala

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ
ଲାଭଭାବସ୍ଥ ଚନ୍ଦ୍ର ବାଧକାଧିପତି ଶନି ଯୁକ୍ତ କାରଣରୁ ପାରିବାରିକ ଦିଗରୁ କିଛିଟା ଚିନ୍ତା ମନକୁ ଚିନ୍ତାଶୀଳ କରାଇପାରେ । ଅବଶ୍ୟ ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ । ଦୀର୍ଘ ଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି ପାରନ୍ତି।
ବୃଷ
ବୃଷ
ସ୍ବଗୃହରେ ବୁଧ ରାଶ୍ୟାଧିପତିଙ୍କ ସହ କୋଣଭାବ ମଣ୍ଡନ କରିଥିବାରୁ ଆପଣ ଠିକ୍‌ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ ହାସଲ କରିବେ । ନିକଟସ୍ଥ ପାଖ ପଡ଼ୋଶୀମାନେ ସହାୟତା ଆଶା କରି ପାରନ୍ତି। ସଙ୍ଗୀତ କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ ।
ମିଥୁନ
ମିଥୁନ
ନୀଚସ୍ଥ ଶୁକ୍ର ଚତୁର୍ଥାଧିପତିଙ୍କ ସହ ଅବସ୍ଥାନ କରିଥିବାରୁ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିରତା ରହିବ ନାହିଁ। ପୂର୍ବ ଯୋଜନା ଅନୁଯାୟୀ କର୍ମ କରନ୍ତୁ ଅବଶ୍ୟ କେତେକାଂଶରେ ସଫଳତା ପାଇବେ। ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁତ୍ସାହିତ କରିପାରେ। ଆଜି ପରିବହନ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ।
କର୍କଟ
କର୍କଟ
ଚନ୍ଦ୍ର ନିଜ ଭାବରୁ ଶନିି କ୍ଷେତ୍ରରେ ଅଷ୍ଟମସ୍ଥ ଯୋଗୁ ବିଭିନ୍ନ ସମସ୍ୟା ସମାଧାନର କୁଳକିନରା ପାଇବେ ନାହିଁ । ବିଭିନ୍ନ ପାରିବାରିକ ସମସ୍ୟାକୁ ନେଇ ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟୁ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବେ ।ବ୍ୟବସାୟ ଓ ପରିବହନ, ସଭାସମିତି, ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
ମଙ୍ଗଳ ରାଶ୍ୟାଧିପତିଙ୍କ ରହିଥିବାରୁ ସାମାନ୍ୟ କଥାରେ ଉତ୍ତେଜିତ କରାଇ ସମସ୍ୟା ସୃଷ୍ଟି କରିପାରନ୍ତି। ଜମିଜମା କଥା, ସରକାରୀ କାମ, ଆନୁଷ୍ଠାନିକ ଦାୟିତ୍ୱ, ବନ୍ଧୁମିଳନ କ୍ଷେତ୍ରରେ ଆଜି ସତର୍କତାର ସହ କାମ କରିବା ଭଲ । ସକାଳୁ ସକାଳୁ ବନ୍ଧୁଙ୍କ ସାକ୍ଷାତରୁ କିଛି ପରିମାଣରେ ଉପକୃତ ହୋଇପାରନ୍ତି।
କନ୍ୟା
ବୃହସ୍ପତି ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଅଟକି ରହିଥିବା କାମଗୁଡ଼ିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ପାରିବାରିକ ଅଶାନ୍ତିକୁ ଦୂରେଇବାରେ ସମର୍ଥ ହେବେ ଏବଂ ସାମାଜିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସିତ ହୋଇପାରନ୍ତି। ଆଜିର ଯାତ୍ରାରେ ଲକ୍ଷ୍ୟସ୍ଥଳରେ କିଛିଟା ହଇରାଣ ହରକତ ହେବାକୁ ପଡ଼ିପାରେ।
ତୁଳା
ତୁଳା
ଶନିଙ୍କ ସ୍ବଗୃହକୁ ଶୁଭଦୃଷ୍ଟି ଆଇନ ଅଦାଲତ, ସାମୁହିକ କାର୍ଯ୍ୟ,ସଂଗଠନ, ଟେକ୍‌ନିକାଲ ସମ୍ପର୍କିତ କାର୍ଯ୍ୟ, ଲୈାହସମ୍ବନ୍ଧିତ ବ୍ୟବସାୟରେ ସୁଫଳ ପାଇବେ । କିନ୍ତୁ କେତେକ ଦୀର୍ଘ ମିଆଦି ଯାଜନା ଫସର ଫାଟିଯିବା କାରଣରୁ ସାମୟିକ ମନ ଭଲ ରହି ନ ପାରେ। ଆଜି ହଠାତ୍‌ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି ।
ବିଛା
ବିଛା
ଆପଣଙ୍କର ସୁଚିନ୍ତିତ ଯୋଜନା ଓ ସିଦ୍ଧାନ୍ତ ଦିନଚର୍ଯ୍ୟାକୁ ବଦଳାଇ ଦେଇପାରେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର କୈାଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରି ପାରନ୍ତି। ସାହିତ୍ୟ, ସଂଗୀତ ,କଳା, କ୍ରୀଡା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ । ଆଶା ଓ ବିଶ୍ୱାସର ସହ କାମ କରି ଚାଲନ୍ତୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ।
ଧନୁ
ଧନୁ
ମଙ୍ଗଳ ଶୁଭଭାବରେ ରହି ମଙ୍ଗଳଜନକ କାମ,ଗୃହୋପଯାଗୀ ପ୍ଳଟ,ବିଦ୍ୟତ ବ୍ୟବସାୟ,ମୃତିକା ସମ୍ବନ୍ଧିତ କାଯର୍‌ୟପାଇଁ ସୁଫଳ ପ୍ରଦାନ କରିବେ । ସଭାସମିତି କିମ୍ବା ଅଫିସିଆଲି ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବ୍ୟବସାୟ,ପରିବହନ, ଶିଳ୍ପରେ କ୍ଷତିର ଭରଣା କରିବା ସକାଶେ ଚେଷ୍ଟା କରିବେ।
ମକର
ମକର
ନୀଚ୍ଚାଂଶଗତ ଶୁକ୍ର ଓ ମଙ୍ଗଳ ପ୍ରଭାବରେ ବହୁତ ଦିନର ସୁସମ୍ପର୍କ ବାଧାପ୍ରାପ୍ତ ହେବ। କିନ୍ତୁ ଆପଣ ପରିସ୍ଥିତି ଯାହା ହେଉ ନା କାହିଁକି, ଆଜି ଯେ କୈାଣସି ପ୍ରକାରେ ସମସ୍ତ କାମ ଶେଷ କରିବାକୁ ବାଧ୍ୟ ହେବେ। କଳା,ସାହିତ୍ୟ,କ୍ରୀଡା, ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିରେ ଆଣି ଦୋଷାରୋପ କରିପାରନ୍ତି।
କୁମ୍ଭ
କୁମ୍ଭ
ଷଷ୍ଠାଧିପତି ଚନ୍ଦ୍ର ରାଶିରେ ରହୁ ଥିବାରୁ ଋଣ ପରିଶୋଧ କରିବା ସକାଶେ ଦୁଃଶ୍ଚିନ୍ତା ଲାଗିରହିବ । ପାରିବାରିକ ଶୃଙ୍ଖଳା ରକ୍ଷା କରିବବାକୁ ଯାଇ ବହୁିତ କଷ୍ଟ ସ୍ବୀକାର କରିବାକୁ ପଡିବ । ଧୈର୍ଯ୍ୟହରା ପରିସ୍ଥିତିକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇ ପାରନ୍ତି । ଜଣେ ଅଜଣା ବ୍ୟକ୍ତିଙ୍କ ସହୟତାରୁ ଉପକୃତ ହେବେ।
ମୀନମୀନ
ଗୁରୁଦୃଷ୍ଟିରୁ ଯଦିଓ ଆପଣ ଲକ୍ଷ୍ୟହାସଲରେ କୃତକାଯର୍‌ୟ ହେବେ ତଥାପି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ସମସ୍ୟା ସୃଷ୍ଟିକରିବ। ପଦାଧିକାରୀଙ୍କ ଚାପ କିମ୍ବା ଗୁରୁଦାୟିତ୍ୱ ବହନ କରି ଅଫିସ୍‌ କାମର ଜାଳ ବୃଦ୍ଧି ପାଇପାରେ । ଜଣେ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri