Posted inRasifala

ରାଶିଫଳ: ଶନିବାର, ମେ ୨ ତାରିଖ – Daily Horoscope

ମେଷ
ସ୍ବାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ । ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ । ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ରକରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।
ବୃଷ
ବୃଷ
ବୁଧଜନିତ କେବଳ ଠିକ୍‌ ନିଷ୍ପତ୍ତିର ଅଭାବରେ ପରିସ୍ଥିତି ବିଗିଡିଯିବାର ଆଶଙ୍କା ରହିଛି । ନତୁବା ପ୍ରତ୍ୟେକ ଦିଗରୁ ଆଜି କୌଣସି ଦିନର କାମ ସମାପନ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ ।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ଗ୍ରହ ଜନିତ ପାରିବାରିକ ଦୁଶ୍ଚିନ୍ତାରେ ଶଢୁଥିଲେ ମଧ୍ୟ ମନ କଥାକୁ ମନ ଭିତରେ ରହି ଦିନଚର୍ଯ୍ୟା କରିବେ । ସାମାନ୍ୟ ଡେରିରେ କାମଗୁଡ଼ିକ ସମ୍ପନ୍ନ ହେବ, ମାତ୍ର ଏଥିସକାଶେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଅନୁକୂଳ ରହିବା ହେତୁ ଟେନ୍‌ସନ ରହିଲେ ମଧ୍ୟ କାମ ଅଟକିବ ନାହିଁ । ପରିବାରରେ ସୌହାର୍ଦ୍ଦ୍ୟ ମନୋଭାବ ନେଇ କାମ କରିବେ ଓ ଭ୍ରମଣ ସାଙ୍ଗକୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇବେ । ନିଜର ସାଧ୍ୟାନୁସାରେ ସାହାଯ୍ୟ କରି ମଧ୍ୟ ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ ।
ସି˚ହ
ସି˚ହ
ବ୍ୟବହାରିକ ବ୍ୟତିକ୍ରମରୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଭାଇ,ଭଉଣୀ କିମ୍ବା ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ମଘା ନକ୍ଷତ୍ର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ, ଫଳରେ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।
କନ୍ୟା
ଆଜି ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ଅନାଦର ପାଇପାରନ୍ତି । ଅଯଥା କଳହରୁ ଦୂରେଇ ରହିବା ଭଲ ହେବ । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ କିନ୍ତୁ ସତର୍କ ରହିବା ଭଲ । ତଥାପି ଅବହେଳା ଓ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି ।
ତୁଳା
ତୁଳା
ଯାହା ଆଜି ପର୍ଯ୍ୟନ୍ତ ଖୋଜି ଖୋଜି ପାଉ ନଥିଲେ ଆଜି ତାହା ଆକସ୍ମିକ ଭାବରେ ପାଇ ମନ ଏକବାର ଖୁସି ହୋଇଯିବ । ଅତୀତରେ ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମନ୍ତବ୍ୟ ଦେବା ଭଲ ହେବ ।
ବିଛା
ବିଛା
ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । ସମସ୍ୟା ଆସି ମନଟାକୁ ଗୋଳମାଳିଆ କରିଦେଇପାରେ । ପରୋକ୍ଷ ଭାବେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିବେ । ପରିବହନ କ୍ଷେତ୍ରରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ ।
ଧନୁ
ଧନୁ
ବନ୍ଧୁମାନଙ୍କ ସହ ଭ୍ରମଣ,କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ମଜ୍ଜାଇ ରଖିବେ । ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ଅନୁକମ୍ପା ମଧ୍ୟ ପାଇବେ । କୌଣସି ଶୁଭ କାମରେ ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିବେ । ଆର୍ଥିକ ସ୍ଥତି ପୂର୍ବପରି ରହିବ ।
ମକର
ମକର
ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ସବୁ କଥାରେ ପଛକୁ ରହି କାମ କରିବା ଭଲ ହେବ, ଅନ୍ୟଥା ସାଧାରଣ କଥାରୁ କଳହର ସମ୍ଭାବନା ରହିଛି । କୌଣସି ଘଟଣା ମନକୁ ବିବ୍ରତ କରିପାରେ । କିଛି କାମ କରାଇନେବା ସକାଶେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ ।
କୁମ୍ଭ
କୁମ୍ଭ
ଆଜି ଆପଣ ସାମାଜିକ ସ୍ତରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ । ମାତ୍ର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହିବ ନାହିଁ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ । ଅଳଙ୍କାର ଦୋକାନୀ ବିଶେଷ ଭାବରେ ଉପକୃତ ହେବେ ।
ମୀନମୀନ

ଆଜି ପାଇଁ ସମସ୍ୟା ଥିଲେ ବି ବିଶେଷ କ୍ଷତିକାରକ ହୋଇ ନପାରେ । ବିଭିନ୍ନ ପ୍ରକାର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି। ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଧାର ସୂତ୍ରରେ ଅର୍ଥ ପାଇବେ ଏବଂ ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri