Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୧୫ ତାରିଖ – Daily Horoscope

ମେଷ
ଆଜିର ବିବାଦୀୟ ପରିସ୍ଥିତିରେ ବନ୍ଧୁମାନଙ୍କ ସହାୟତାରେ ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ । ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ପୂର୍ବରୁ ଲାଗିରହିଥିବା ସମସ୍ୟା ସକାଶେ ଚିନ୍ତା କରିବାକୁ ପଡ଼ିପାରେ । ଅତି ଭଲ ପାଉଥିବା ବନ୍ଧୁଟି ପ୍ରତି ନିର୍ଦ୍ଦୟ ହୁଅନ୍ତୁ ନାହିଁ , ବରଂ କିଛି ସାହାଯ୍ୟ କରନ୍ତୁ ଭଲ ହେବ ।
ବୃଷ
ବୃଷ
ସକାଳୁ ସକାଳୁ କିଛି ଘରର କଥା, ମତ ମତାନ୍ତର, ଦୂରଯାତ୍ରା ଓ ବନ୍ଧୁବର୍ଗଙ୍କ ବିଷୟରେ ଚିନ୍ତା କରିବେ । କିନ୍ତୁ କର୍ମକ୍ଷେତ୍ରରେ ସ୍ନେହ,ସହାନୁଭୂତି ଯୋଗୁ ସମସ୍ୟା ଓ ଦୁଃଖକୁ କିଛିକ୍ଷଣ ପାଇଁ ଭୁଲିଯାଇପାରନ୍ତି । ମନ ଭିତରେ ଘାରିହେଉଥିବା ଘଟଣାଗୁଡ଼ିକ ସମାଧାନ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ ।
ମିଥୁନ
ମିଥୁନ
ହାତକୁ ନେଇଥିବା କାମ ସବୁ ଠିକ୍‌ ହୋଇଯିବ ଏବଂ ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବ। ସୁନ୍ଦର କଥା ଓ ସରଳ ବ୍ୟବହାର ହେତୁ ବହୁ ବିପଦରୁ ରକ୍ଷା ପାଇବେ। ବାଣିଜ୍ୟ,ବ୍ୟବସାୟରେ ସାଧାରଣ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ହେତୁ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ।
କର୍କଟ
କର୍କଟ
ପୂର୍ବାପେକ୍ଷା ଆପଣଙ୍କ ପରିସ୍ଥିତି କିଛି ମନ୍ଦହେବ ନାହିଁ ତଥାପି ଅଧିକ ଆଶା କରି ନ ପାଇବା କାରଣରୁ ମନ ଅଶାନ୍ତ ରହିବ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବା ହେତୁ ସାମୟିକ ଚିନ୍ତିତ ରହିପାରନ୍ତି। ସହକର୍ମୀ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି। ଭୁଲ୍‌ ବୁଝାମଣା ହେତୁ ଅଫିସରେ ସମସ୍ୟା ବଢ଼ିପାରେ ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବ ଓ କାମକୁ ମନ୍ଥର କରିପାରେ । ରାଜନୀତି, ଆନୁଷ୍ଠାନିକ କାମ, ସଭାସମିତି, ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କଳା, ସାହିତ୍ୟ, ସାମ୍ବାଦିକତା, ବନ୍ଧୁଙ୍କୁ ଦେଖା କରିବା ପ୍ରଭୃତି ସକାଶେ କୌଣସି ଅସୁବିଧା ହେବନି।
କନ୍ୟା
ପାରିବାରିକ ବିଷମତାକୁ ନେଇ ଆପଣ ଯେତିକି ଯେତିକି ଭାବୁଥିବେ ସେତିକି ମନଟା ବିଷାଦିତ ରହିବ । ଏଣେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ହେତୁ କାମ ଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ । ଆଜି ସକାଳୁ କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିବା ସୂଚନା ରହିଛି । ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।
ତୁଳା
ତୁଳା
ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବା ସହ ଅଭିଳଷିତ କାମ କରିପାରିବେ ନାହିଁ । ଗତକାଲିର ଯୋଜନା ଠିକ୍‌ ଭାବରେ ସମ୍ପନ୍ନ କରିବା ପାଇଁ ବହୁ ପ୍ରକାର ଚେଷ୍ଟା କରିପାରନ୍ତି। ଯେତେ ଭଲ କାମ କଲେ ମଧ୍ୟ ଟିକିଏ ଟିକିଏ କଥାରେ ଚିହ୍ନାପଡ଼ି ସମାଲୋଚିତ ହେବେ ।
ବିଛା
ବିଛା
ସବୁ ସୁବିଧା ଥିଲେ ମଧ୍ୟ କୌଣସି କାମରେ ପୂର୍ଣ୍ଣ ସନ୍ତୋଷ ମିଳିବ ନାହିଁ, ସବୁ କାମ ଦରଖଣ୍ଡିଆ ରହିଯିବ। ଆପଣଙ୍କ ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ପୂର୍ବ ସ୍ଥିରୀକୃତ କାର୍ଯ୍ୟ ସକାଶେ ଘରେ ବନ୍ଧୁମିଳନ ଓ ଖୁସିର ଆସର ଜମିପାରେ । କିଛି ଅଘଟଣ ଆଶଙ୍କାକରି ଅନୁରାଧା ନକ୍ଷତ୍ରର ମନ ବିବ୍ରତ ରହିପାରେ ।
ଧନୁ
ଧନୁ
ଆଜି ସାଧାରଣ କଥାରେ ଆକସ୍ମିକ କଳହ କିମ୍ବା ପକେଟମାର ଅଥବା ଚୋରି ଜନିତ ଧନହାନିର ସୂଚନା ରହିଛି । କିନ୍ତୁ ନିଜର ଦୃଢ଼ତା ହେତୁ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବେ । ପୂର୍ବାଷାଢ଼ା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦୁ ପଯୋଗ କରିପାରିବେନି।
ମକର
ମକର
ଆଜିର ଯାତ୍ରା ଶୁଭପ୍ରଦ ହେବ ଏବଂ କାମଗୁଡ଼ିକ ମଧ୍ୟ ଆଶାନୁରୂପ ହେବା କାରଣରୁ ମନ ଖୁସିହୋଇଯିବ। କିନ୍ତୁ ଆଗନ୍ତୁକ ବନ୍ଧୁଙ୍କ ଆଗମନରେ ଯେତିକି ଖୁସି ହେବେ ତା’ଠାରୁ ତାଙ୍କର ମତିଗତି ଓ କାର୍ଯ୍ୟକଳାପରେ ସେତିକି ଅସନ୍ତୁଷ୍ଟ ହେବେ । ଶିଳ୍ପ, ବାଣିଜ୍ୟ ଓ କଳା କାରିଗରି, ପରିବହନରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ ।
କୁମ୍ଭ
କୁମ୍ଭ
ଆଜିର ଆବଶ୍ୟକତା ପୂରଣ ସକାଶେ ପରିସ୍ଥିତିରେ ପଡ଼ି ଧାରକରଜ କରିବାକୁ ବାଧ୍ୟ ହେବେ। ଅଫିସରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାରେ ବେଶି ରାଗନ୍ତୁ ନାହିଁ। ଧନିଷ୍ଠା ନକ୍ଷତ୍ର ସକାଶେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ ।
ମୀନମୀନ
ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ବନ୍ଧୁଙ୍କ ନିକଟରୁ ପାଇପାରନ୍ତି। ବ୍ୟବସାୟ, ପରିବହନ, ସଭାସମିତି ଓ କଚେରି ମାମଲା କ୍ଷେତ୍ରରୁ ଶୁଭଫଳ ପାଇବେ । ପରିବାର ଭିତରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିହେବା ଆଶଙ୍କା ରହିଛି । ରେବତୀ ନକ୍ଷତ୍ର ସ୍ବାଭାବିକ ଭାବରେ ଦିନଟି କଟାଇବାର ସୌଭାଗ୍ୟ ଲାଭ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri