Posted inRasifala

ରାଶିଫଳ: ଶନିବାର , ଫେବୃୟାରୀ ୨୯ ତାରିଖ – Daily Horoscope

ମେଷ
କର୍ମାଦରପ ସ୍ବଗୃହୀ ଯୋଗୁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ ହୋଇପାରିବା ଯୋଗୁ ମନ ପ୍ରଫୁଲ୍ଲିତ ରହିବ । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ପ୍ରବୃତ୍ତ ହୁଅନ୍ତୁ ଅବଶ୍ୟ ସଫଳତା ପାଇବେ । ପାଖ ପଡ଼ୋଶୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି । ଶାରୀରିକ କ୍ଳାନ୍ତି ଓ ଅବସନ୍ନତା ଅନୁଭବ କରିପାରନ୍ତି।
ବୃଷ
ବୃଷ
ଧନାଧିପଙ୍କ ଶୁଭତ୍ୱରୁ ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ କାମକୁ ଆସିବ । ଉପରିସ୍ଥ କର୍ମଚାରୀମାନଙ୍କ ଅନୁକମ୍ପାରୁ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ପିଲାମାନଙ୍କ ପଢ଼ା ସମସ୍ୟା, ପରିବହନରେ ଝଗଡ଼ା, ସଭାସମିତିରେ ବିତର୍କ ଜନିତ ସାମୟିକ ଅସ୍ଥିରତାର ସୂଚନା ମଧ୍ୟ ରହିଛି ।
ମିଥୁନ
ମିଥୁନ
ଏକାଦଶସ୍ଥ ଗ୍ରହ ପ୍ରଭାବରୁ ଆଜିର ପ୍ରତ୍ୟୁଷ ଯାତ୍ରା ଦୀର୍ଘ ଦିନର ଆଶା ଓ ଅଭିଳାଷକୁ ସାକାର କରାଇବ। ସ୍ବାସ୍ଥ୍ୟରେ ଉନ୍ନତି, ଗୃହ, ଜମିଜମା, ବ୍ୟବସାୟ, ପରିବହନରୁ ସୁଫଳ ପାଇବେ । ସଭାସମିତି ଓ ପାରିବାରିକ ଦିଗରୁ ଦିନଟି ମନ୍ଦ ହେବନି । କିନ୍ତୁ ମାଲିମକଦ୍ଦମା ଆଲୋଚନା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ ।
କର୍କଟ
କର୍କଟ
କର୍ମଭାବସ୍ଥ ଶୁକ୍ର ଓ ଚନ୍ଦ୍ର ପ୍ରଭାବରେ କୌଣସି ଏକ ନୂତନ ପରିବେଶରେ ଭିନ୍ନ ପ୍ରକାର ସ୍ବାଦର ଅନୁଭୂତି ଲାଭ କରିବେ । ଭ୍ରମଣ ସୁଯୋଗ, ଦୂରଯାତ୍ରା ଓ ବନ୍ଧୁମିଳନ ଜନିତ ମନ ଏକପ୍ରକାର ଖୁସି ରହିବ । ପୁଷ୍ୟା ନକ୍ଷତ୍ରର ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ କେତେକ ମାନସିକ ଦ୍ୱନ୍ଦ୍ୱ ଭିତରେ ଅପରାହ୍ନଟି କଟାଇବେ ।
ସି˚ହ
ସି˚ହ
ପକ୍ଷପାତିତା ଓ ଦାୟିତ୍ୱହୀନତାକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ବୃଦ୍ଧିପାଇବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା ସହ ସଦାବେଳେ ହାତ ଖାଲି ରହିବା କାରଣରୁ ମନରେ ସରସତା ରହିବ ନାହିଁ । ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ ।
କନ୍ୟା
ପାରସ୍ପରିକ ସହଯୋଗର ଅଭାବ ଏବଂ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇ ଦେଇପାରେ । ହଠାତ୍‌ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ। ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ ତଥାପି ମନରେ ଶାନ୍ତି ଆସିବ ନାହିଁ । ଶିଳ୍ପ, ବ୍ୟବସାୟ ଓ ଯାତ୍ରା କ୍ଷେତ୍ରରେ ଆଂଶିକ ସଫଳତାର ଆଶା ରହିଛି ।
ତୁଳା
ତୁଳା
ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବା ସହ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ମନୋବଳ ସମସ୍ୟା ସମାଧାନରେ ସହାୟକ ହେବ ।
ବିଛା
ବିଛା
ପରିବାର କିମ୍ବା ବନ୍ଧୁବର୍ଗରେ କଥାଭାଷାର କଠୋରତା ସମ୍ପର୍କକୁ ହ୍ରାସ କରାଇବ। ଏହିଭଳି ପରିସ୍ଥିତିର ସମ୍ମୁଖୀନ ହେବେ ଯେପରିକି କେତେକ କ୍ଷେତ୍ରରେ କିଛି କହିପାରିବେ ନାହିଁ । ବ୍ୟବସାୟ, ପରିବହନାଦିରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ନିର୍ମାଣ, ପ୍ଲଟିଂ ବ୍ୟବସାୟ କ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ଶୁଭଙ୍କରୀ ରହିବ ଏବଂ ହାତକୁ ନେଇଥିବା କାମରେ ଅଗ୍ରଗତି ଘଟିବ । ବ୍ୟବସାୟ, ଆଲୋଚନା, ଯାତ୍ରା କ୍ଷେତ୍ରରେ ଠିକ୍‌ ବିଚାର ବିନା ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ପାରିବାରିକ କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟାଶୀଳ ହେଲେ ସମସ୍ୟାକୁ ନିମନ୍ତ୍ରଣ କରିବା ପରି ହୋଇପାରେ ।
ମକର
ମକର
ସତର୍କତା ଅଭାବରୁ ଧନହାନି, କଳହ କିମ୍ବା ଆକସ୍ମିକ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନର ଆଶା ରହିଛି । ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଶୁଭ ପ୍ରଭାବରୁ ବିଭିନ୍ନ ପ୍ରକାର ସୁଖ ସମ୍ଭୋଗ ଓ ବିଳାସବ୍ୟସନ ଦିଗକୁ ମନ ଚାହିଁବ। ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ। ଶତଭିଷା ନକ୍ଷତ୍ରର ଆର୍ଥିକ ସମସ୍ୟା, ମାମଲା, ଜମିଜମା ପିଲାମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିପାରେ।
ମୀନମୀନ
କୌଣସି କ୍ଷେତ୍ରରୁ ଅର୍ଥ, ସମ୍ମାନ, ଉପଢୌକନ, ବସ୍ତ୍ର ଭୂଷଣାଦି ପ୍ରାପ୍ତି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ସାମୟିକ ସ୍ବାସ୍ଥ୍ୟହାନି ଓ ପ୍ରିୟଜନଙ୍କ ବିଚ୍ଛେଦାତ୍ମକ ଖବର ମନକୁ ଶୋକାକୁଳ କରାଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri