Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ
ପ୍ରିୟ କଥା କହିବା କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ନିଜ ପରିବେଶରେ ସହମତି ଭିତ୍ତିରେ କାର୍ଯ୍ୟକଲେ ସଫଳତା ପାଇବେ । ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । କର୍ମକ୍ଷେତ୍ରରେ ସାଧାରଣ ଭୁଲ୍‌ ସକାଶେ ଅନ୍ୟକୁ କୈଫୟିତ ଦେବାକୁ ପଡ଼ିପାରେ ।
ବୃଷ
ବୃଷ
ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ, ସହଯୋଗ ଲାଭ କରିବାରେ ସମର୍ଥ ହେବେ । କିନ୍ତୁ ଦୀର୍ଘଦିନରୁ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବ୍ୟବସାୟ ଭଲରେ ଚାଲିବ ମାତ୍ର ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ । ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ।
ମିଥୁନ
ମିଥୁନ
ଆଜିର ଆଲୋଚନା, ସନ୍ତାନଙ୍କ ସମସ୍ୟା, କଥା ଦେଇଥିବା ବନ୍ଧୁଙ୍କ କ୍ଷେତ୍ରରେ ସୁଫଳ ମିଳି ନ ପାରେ ।  କୌଣସି ବ୍ୟକ୍ତିଙ୍କ ପ୍ରଭାବରେ ପ୍ରଭାବିତ କାମ ସକାଶେ ନିଜକୁ ଅପମାନିତ ହେବାକୁ ପଡ଼ିପାରେ ।  ଯୁକ୍ତିତର୍କ ଜନିତ ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟକରି ପାରନ୍ତି ।  କର୍ମକ୍ଷେତ୍ରରେ ବେଶି ସଫଳତା ପାଇବେ ।
କର୍କଟ
କର୍କଟ
ଆଜି ଏକାଧାରରେ ଦୂରଯାତ୍ରା, ବାଣିଜ୍ୟ,ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବିବାଦ ଓ କିଛି ନୂତନ କାମରେ ସଫଳତା ମିଳିବ ।  ଚେଷ୍ଟା କରୁଥିବା କାମରେ ଟେନ୍‌ସନ କିଛି ମାତ୍ରାରେ କମିଯିବ ।  ମାତ୍ର ସଭାସମିତିରେ ଅଥବା ଆଲୋଚନାରେ କାହା କଥା ସହ ଅନ୍ୟ କାହାର କଥା ମିଶି ନ ପାରେ ।  ସ୍ବାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ପାଲଟିଯାଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତାରୁ ବିରୋଧାଭାସ ସୃଷ୍ଟି ହୋଇପାରେ ।  ସାହିତ୍ୟ,କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।  ପରିବାରରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ମଧ୍ୟ ହଠାତ୍‌ କୌଣସି କ୍ଷେତ୍ରରେ ଭାଙ୍ଗି ପଡ଼ନ୍ତୁ ନାହିଁ ।  ନିଜର ପାରିପାର୍ଶ୍ୱିକ କ୍ଷେତ୍ରରେ ସାମୂହିକ ଜନକଲ୍ୟାଣକାରକ କାମରୁ ସମ୍ମାନିତ ହେବେ ।
କନ୍ୟା
ହଠାତ୍‌ କୌଣସି ମିଥ୍ୟା ଗୁଜବ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରିବାର ଆଶଙ୍କା ରହିଛି ।  ପଦସ୍ଥ ବ୍ୟକ୍ତି ମାନଙ୍କ ସାହଚର୍ଯ୍ୟରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଟଙ୍କାପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ ।  ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ଆଜି ଆପଣଙ୍କର ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ ।  କୌଣସି ଅଭାବ ନ ଥାଇ ମଧ୍ୟ ସ୍ବାତୀ ନକ୍ଷତ୍ରର ଅପୂରଣୀୟ ଆଶା ସକାଶେ ମନଟା ଭଲ ଲାଗିବ ନାହିଁ ।  ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ଅନ୍ୟଥା କୌଣସି ସମସ୍ୟା ଦେଖାଦେଇପାରେ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟାରୁ ପୁନଶ୍ଚ ଅପରାହ୍ନରେ ଟେନ୍‌ସନ ବଢ଼ିବା ସୂଚନା ରହିଛି ।  ପରିସ୍ଥିତିବଶତଃ ମାତ୍ରାଧିକ ଭ୍ରମଣ କାରଣରୁ କ୍ଳାନ୍ତି ଅନୁଭବ କରିବେ ।  ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ ତଥାପି ଆଶାନୁଯାୟୀ ମାନସିକ ପରିତୃପ୍ତି ମିଳି ନ ପାରେ ।  ନୂତନ କର୍ମାରମ୍ଭ, ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ ।
ଧନୁ
ଧନୁ
ପୂର୍ବ ପରିକଳ୍ପିତ ବହୁଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରି ଏକ ପ୍ରକାର ଖୁସି ହେବେ। ଅତୀତର ବିବାଦୀୟ ଘଟଣାର ଫଳାଫଳ ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।  ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ଆର୍ଥିକ ଉନ୍ନତି, ସାମାଜିକ ପ୍ରଗତି, ପାଖ ପଡ଼ୋଶୀଙ୍କ ସହୃଦୟତା ଓ ସହକର୍ମୀଙ୍କ ସୌଜନ୍ୟତାରୁ ମନ ଖୁସି ରହିବ।
ମକର
ମକର
ନିଜ ପରିବାର ସଦସ୍ୟଙ୍କ ସହ ତିକ୍ତ ସମ୍ପର୍କ ଓ ବିଜାତୀୟ ବ୍ୟକ୍ତିଙ୍କ ସହ ମୈତ୍ରକୁ କେନ୍ଦ୍ରକରି ସମସ୍ୟା ଦେଖାଦେଇପାରେ। ଆଲୋଚନା ପରିସରରେ ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ ।  ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିପାରେ। ଆଶା କରିଥିବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ପାରେ।
କୁମ୍ଭ
କୁମ୍ଭ
ପରିବାରର ଆବଶ୍ୟକ ନୂତନ ଜିନିଷ କ୍ରୟକରିବା ସକାଶେ ମନ ବଳାଇପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା କାର୍ଯ୍ୟସାଧିତ ହୋଇପାରିବ। କର୍ମକ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନେବା ବୁଦ୍ଧିମାନର କାମ ହେବ। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ,ଆଶାନୁଯାୟୀ ପ୍ରାପ୍ୟ ପାଇବାରେ ଅସୁବିଧା ରହିବ ନାହିଁ ।
ମୀନମୀନ
ସମସ୍ୟା ସମାଧାନ କରିବା ଦିଗରେ ଅବହେଳା କରିବେ, କିନ୍ତୁ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାକୁ ଆମନ୍ତ୍ରଣ କରିପାରନ୍ତି। ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, ମାତ୍ର ଏଥିସକାଶେ ବହୁ ବାକ୍‌ବିତଣ୍ଡାର ସମ୍ମୁଖୀନ ହେବାକୁ ପଡ଼ିବ। ବୈଷୟିକ ଜିନିଷକୁ କେନ୍ଦ୍ରକରି କୌଣସି ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri