Posted inRasifala

ରାଶିଫଳ: ରବିବାର, ମେ ୨୬ ତାରିଖ – Daily Horoscope

ମେଷ

ଆଜିର ଏକାଦଶସ୍ଥ ଚନ୍ଦ୍ର ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। କିନ୍ତୁ ଘାତବାର ଯୋଗୁ ଚୁ ଓ ଲ-ନାମାକ୍ଷର ବ୍ୟକ୍ତିଙ୍କ ବିଚାରଧାରା ବିଗିଡ଼ିଯିବ। ପାରିବାରିକ ସମସ୍ୟା, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। କର୍ମକ୍ଷେତ୍ରସ୍ଥ ବିଶୃଙ୍ଖଳିତ ପରିସ୍ଥିତିରେ ପଡ଼ି ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ।

ବୃଷ
ବୃଷ
ତୃତୀୟାଧିପ କର୍ମସ୍ଥ ହେତୁ ବନ୍ଧୁ ପରିଜନ ଆପଣଙ୍କ କାମରେ ସହଯୋଗ କରିବେ। ସାଧାରଣ କଥାରେ ଅତ୍ୟଧିକ ଉତ୍ତେଜନା ନିଜର ହିଁ କ୍ଷତି ସାଧନ କରିପାରେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ବିତର୍କଜନିତ ମନଟା ବିଗିଡ଼ି ଯାଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ।
ମିଥୁନ
ମିଥୁନ

ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଦିନଟି ଅତିବାହିତ ହେବ। ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ ହେତୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ। ମାଲିମକଦ୍ଦମା, ପ୍ରଶାସନ, ରାଜନୀତି ତଥା ଗଠନମୂଳକ ଓ ରାଜନୈତିକ ପୃଷ୍ଠଭୂମିରେ ଉତ୍ସାହିତ ରହିବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିପାରେ।

କର୍କଟ
କର୍କଟ
ଆଜିର ଶନି କ୍ଷେତ୍ରସ୍ଥ ଅଷ୍ଟମ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ। କ୍ରନିକ୍‌ ରୋଗର ପ୍ରାଦୁର୍ଭାବ ଫଳରେ ସାମୟିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବାର ସୂଚନା ମଧ୍ୟ ରହିଛି। ତଥାପି ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦମୁକ୍ତ ହୋଇପାରନ୍ତି।
ସି˚ହ
ସି˚ହ
ଆଜିର ଦିନଟି ଏକ ସ୍ମରଣୀୟ ଦିବସ ଭଳି ସବୁଦିନ ପାଇଁ ମନେରହିବ। ଯେଉଁ କାମ କରିବେ, ତାହା ପୂର୍ଣ୍ଣତାପ୍ରାପ୍ତ ହେବାରେ କୌଣସି ଅସୁବିଧା ରହିବ ନାହିଁ। ସଭାସମିତି, ପରିବହନ, ପ୍ରଶାସନ, ମାଲିମକଦ୍ଦମା କ୍ଷେତ୍ର ଉନ୍ନତ ରହିବ। ଦ୍ରୁତୋନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇପାରେ।
କନ୍ୟା
ଆଜି ଯାହା କରନ୍ତୁ ନା କାହିଁକି ଅତ୍ୟଧିକ ଖର୍ଚ୍ଚାନ୍ତ ସାଙ୍ଗକୁ ଟେନ୍‌ସନ ଲାଗି ରହିବା ହେତୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ । ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ କିମ୍ବା ଅପରିଣାମଦର୍ଶିତାଜନିତ କାର୍ଯ୍ୟ ସମସ୍ୟାକୁ ବଢ଼ାଇ ଦେଇପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟି ଲକ୍ଷ୍ୟ ସାଧନରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ରହିଛି ।
ତୁଳା
ତୁଳା
ଶୁକ୍ର ଓ ଚନ୍ଦ୍ରଙ୍କ ଶୁଭ ସଂସ୍ଥାନ କାରଣରୁ ସକାଳୁ ସକାଳୁ ଖୁସି ଖବର ପାଇ ମନ ଉଲ୍ଲସିତ ହୋଇ ଉଠିବ। ଖଳଲୋକଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ ବନ୍ଧୁଙ୍କୁ ଭୁଲ୍‌ ବୁଝିପାରନ୍ତି। ଆଲୋଚନା ପରିସରରେ ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅର୍ଥଲାଭରୁ ଖୁସି ରହିବେ। ଘର ସାଜସଜ୍ଜାରେ ସମୟ ଅତିବାହିତ ହୋଇପାରେ।
ବିଛା
ବିଛା
ଭାଗ୍ୟାଧିପ ଶନିଙ୍କ କ୍ଷେତ୍ରରେ କେନ୍ଦ୍ରସ୍ଥ ହେତୁ ପ୍ରତ୍ୟେକ କାର୍ଯ୍ୟରେ ଧିମା ଗତିରେ ସଫଳତା ପାଇବେ ା ସଭାସମିତି, ଆଲୋଚନା, ବନ୍ଧୁସମ୍ପର୍କ, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ମିଳିବ। ପାରିବାରିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟାକୁ ନେଇ ବିଶେଷ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ଅଷ୍ଟମାଧିପତିଙ୍କ ତୃତୀୟଭାବ ସଂସ୍ଥିତି ଯୋଗୁ କଅଁଳ କଥାରେ ମର୍ମଭେଦୀ ବିବାଦୀୟ କଥା କହି ଅପ୍ରିୟତା ଅର୍ଜନ କରିପାରନ୍ତି। ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ପରିମାଣ ବଢିଯିବା କାରଣରୁ ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ଅତି ନିଜର ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସେହି ବ୍ୟକ୍ତି କାମ କରିବେ ନାହିଁ।
ମକର
ମକର
ରାଶିରେ ଶନି କ୍ଷେତ୍ରରେ ଦ୍ୱିତୀୟସ୍ଥ ଚନ୍ଦ୍ର ଅତୀତ ସ୍ମୃତିକୁ ମନରେ ଜାଗ୍ରତ କରି ଭାବୁକ ବନାଇପାରେ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଅଯଥା କଳହରୁ ଦୂରେଇ ରୁହନ୍ତୁ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଆର୍ଥିକ ଅନଟନ ଲାଗି ରହିବା ସହ ଉଚ୍ଚବର୍ଗଙ୍କ ସହାୟତା ପାଇବା ଯୋଗୁ ସ୍ଥିରତା ଫେରିପାଇବେ।
କୁମ୍ଭ
କୁମ୍ଭ
ଧନକର୍ମାଧିପ ବୃହସ୍ପତି ଓ ବିପରୀତ ରାଜଯୋଗ ପ୍ରଭାବରେ ଆଜିର କର୍ମକ୍ଷେତ୍ର, ପରିବାର, ଯାନବାହନ, ବନ୍ଧୁ ସମ୍ପର୍କ ଦୃଢ଼ୀଭୂତ ରହିବ। ବିନା ଆହ୍ବାନରେ ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଶିକ୍ଷା, ଗବେଷଣା, ବିଦେଶ ଯାତ୍ରା, କଳା, ସାହିତ୍ୟ, ସଙ୍ଗୀତ ଓ ଆଲୋଚନା କ୍ଷେତ୍ର ପ୍ରଶସ୍ତ ରହିବାର ସୂଚନା ରହିଛି।
ମୀନମୀନ
ଆଜିର ଅନୁକୂଳ ଗ୍ରହସ୍ଥିତି ଆପଣଙ୍କର ସର୍ବାଙ୍ଗୀନ ଉନ୍ନତିର କାରଣ ହେବ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ଅଫିସ୍‌ରେ ଅଧସ୍ଥନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri