Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୧୭ ତାରିଖ – Daily Horoscope

ମେଷ
ଆଜି କର୍ମସ୍ଥାନରେ କର୍ମାଧିପ ଅବସ୍ଥାନ କରିଥିବାରୁ କର୍ମମୁଖର ରହିବେ । କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଧନପ୍ରାପ୍ତି ଯୋଗ ରହିଛି, କିନ୍ତୁ ସ୍ବାସ୍ଥ୍ୟ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଗୃହରେ ମଙ୍ଗଳୋତ୍ସବ କାଯର୍‌ୟ ସମ୍ପନ୍ନ ହେବା ସହ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।
ବୃଷ
ବୃଷ
ଧର୍ମଭାବସ୍ଥ ଆଧ୍ୟାମତ୍କ ଗ୍ରହ ଆପଣଙ୍କୁ ଧାର୍ମିକ ମନୋଭାବ ପ୍ରଦାନ କରି ଧର୍ମକାର୍ଯ୍ୟରେ ନିୟୋଜିତ କରିପାରନ୍ତି । ମୁଖଭାବସ୍ଥ ରାହୁଙ୍କ ଯୋଗୁ ଅନିୟମିତ ଆହାର ଗ୍ରହଣରେ ପେଟରେ ଯନ୍ତ୍ରଣା ଅନୁଭବ କରିବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ମିଳିବ କିନ୍ତୁ ଆଲୋଚନା ଅବସରରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ।
ମିଥୁନ
ମିଥୁନ
ବୁଧଙ୍କ ଅବସ୍ଥିତି ପରିବାର ଓ ବନ୍ଧୁବର୍ଗଙ୍କ ସମ୍ବନ୍ଧରେ ସୁଫଳ ଦେଇ ନ ପାରେ । ଶୁକ୍ରଙ୍କ ସୁପ୍ରଭାବରେ କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ଆକସ୍ମିକ ଆବଶ୍ୟକତା ପୂରଣ ଦିଗରେ ସହାୟତା ମିଳିବ । ବାଣିଜ୍ୟ,ବ୍ୟବସାୟ, ଯାତ୍ରା, ଆନୁଷ୍ଠାନିକ କାମ ଓ ଆଇନ ଅଦାଲତ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ।
କର୍କଟ
କର୍କଟ
ମିତ୍ରଗୃହୀ ଚନ୍ଦ୍ର ପ୍ରଭାବରେ ଦୀର୍ଘଦିନରୁ ନ ପାଇଥିବା ଜିନିଷର ନିଶ୍ଚିତତା ଆଶାକରି ଅସ୍ଥିର ରହିବେ । ମନରେ ଗଭୀର ଆଲୋଡନ ସୃଷ୍ଟି କରିବ । କର୍ମକ୍ଷେତ୍ର ମିଥ୍ୟା ଅଭିଯୋଗ ସକାଶେ ସହକର୍ମୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥ ପାଇବାର ଚେଷ୍ଟା ସଫଳ ହୋଇପାରେ ।
ସି˚ହ
ସି˚ହ
ଷଷ୍ଠଭାବସ୍ଥ ବଳବାନ୍‌ ଶନିଙ୍କ ପ୍ରଭାବରେ ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ଦୀର୍ଘଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହୋଇଯିବ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ମାଙ୍ଗଳିକ କାର୍ଯ୍ୟ,ବନ୍ଧୁଙ୍କ ସହାୟତା ମାଧ୍ୟମରେ ସମ୍ପନ୍ନ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
କନ୍ୟା
ଆପଣଙ୍କ ପରିବର୍ତ୍ତିତ ଦୃଷ୍ଟିକୋଣ ପରକ୍ଷଣରେ ଅନୁତାପର କାରଣ ହୋଇପାରେ । ଶିକ୍ଷା ଓ ସନ୍ତାନଙ୍କ ସମସ୍ୟାକୁ ନେଇ ପରିବାରରେ ମତାନ୍ତରର ଆଶଙ୍କା ରହିଛି । ତଥାପି ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହା କି କରୁଥିବା କାମ ପାଇଁ ସାହାଯ୍ୟକାରୀ ହେବ । କର୍ମକ୍ଷେତ୍ରରେ ଈର୍ଷା ଓ ଅସୂୟାଜନିତ ଶତ୍ରୁତା ଯୋଗୁ ସାମୟିକ ବିଚଳିତବୋଧ କରିପାରନ୍ତି।
ତୁଳା
ତୁଳା
ଧନସ୍ଥାନସ୍ଥ ଚନ୍ଦ୍ର ଏବଂ ସ୍ବଗୃହୀ ଚତୁର୍ଥାଧିପ ହେତୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ଏବଂ ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁମିଳନରୁ ଖୁସୀ ରହିବେ। ସହକର୍ମୀଙ୍କ ସମ୍ବନ୍ଧରେ କର୍ମକ୍ଷେତ୍ରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ବିଛା
ବିଛା
ଚନ୍ଦ୍ର ଓ ଶୁକ୍ରଙ୍କ ସ୍ଥାନସ୍ଥିତି ଆପଣଙ୍କ ଚିନ୍ତାଧାରା ଓ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରୀତିପ୍ରଦ ରହିବ । ଆଜିର କାର୍ଯ୍ୟସାଧନ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ । ନିକଟ ସମ୍ପର୍କୀୟ କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ସନ୍ଦେହୀ ହୋଇ ପାରନ୍ତି। ପରିବାରର ଛୋଟ ଛୋଟ କଥାକୁ ନେଇ ତର୍କ କରିବା ଠିକ୍‌ ହେବ ନାହିଁ ।
ଧନୁ
ଧନୁ
ପାରିବାରିକ ସୁଖ, ସୌଭାଗ୍ୟ ଶୁକ୍ରଙ୍କ ଚତୁର୍ଥାବସ୍ଥାନରୁ ନିଶ୍ଚିତ ପ୍ରାପ୍ତ ହେବ । କିନ୍ତୁ ଶନିଙ୍କ କୁଦୃଷ୍ଟି ପ୍ରଭାବରେ ଶେଷପର୍ଯ୍ୟାୟରେ ପୂର୍ବାଷାଢା ନକ୍ଷତ୍ର ସକାଶେ ପରିସ୍ଥିତି ବଦଳି ଯାଇପାରେ । ବିଭିନ୍ନ ପ୍ରକାରର ଅତୀତ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ । ଆଜିର ଯାତ୍ରା,ବ୍ୟବସାୟ,ପୂର୍ଣ୍ଣାଙ୍ଗ କାର୍ଯ୍ୟର ସମୀକ୍ଷା କରି ମାନସିକ ପରିତୃପ୍ତି ଲାଭ କରିବେ ।
ମକର
ମକର
ରାଶ୍ୟାଧିପତିଙ୍କ ସ୍ବଗୃହାରୋହଣ ଶାରୀରିକ ସୁସ୍ଥତା, ବିବାଦରେ ବିଜୟ, କଣ୍ଟ୍ରାକ୍ଟରୀ, ସଙ୍ଗଠନ ପାଇଁ ଅନୁକୂଳ ରହିବ । କର୍ମକ୍ଷେତ୍ର ସମସ୍ୟାମୁକ୍ତ ରହିବା ସହ ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ରାଶିର ଦ୍ୱାଦଶଚନ୍ଦ୍ର ପ୍ରଭାବରେ ଖର୍ଚ୍ଚାନ୍ତ ହେବା ସହ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ ।
କୁମ୍ଭ
କୁମ୍ଭ
ଗ୍ରହମାନଙ୍କ ଅନୁକୂଳତା ହେତୁ ସମସ୍ୟା ନିୟନ୍ତ୍ରଣ କରିବା ସକାଶେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ହ କିମ୍ବା ତ ନାମାକ୍ଷର ବନ୍ଧୁ ମୁହଁରେ ମିଠା କଥା କହି ଅସୁବିଧାରେ ପକାଇପାରନ୍ତି। ପାରିବାରିକ ଅସ୍ଥିରତା ହେତୁ ବୃଦ୍ଧି ପାଇବା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ । ଆଇନ, ଅଦାଲତ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ ।
ମୀନମୀନ
ପାପଗ୍ରହ ଯୁକ୍ତ ରାଶ୍ୟାଧିପତି କାରଣରୁ ମାନସିକ ଅସୁସ୍ଥତା ଲାଗି ରହିବାଜନିତ ବ୍ୟସ୍ତତା ବୃଦ୍ଧିପାଇବ। ଘରେ ପାରସ୍ପରିକ ମତଭେଦ ଓ ଖଳଲୋକଙ୍କ କାନକୁହା କଥା ବିବାଦୀୟ ଘଟଣାକୁ ଜଟିଳ କରିପାରେ। ଯେ କୌଣସି କ୍ଷେତ୍ର ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri