Posted inRasifala

ରାଶିଫଳ: ରବିବାର , ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମସ୍ଥ ବୁଧ ଓ ମଙ୍ଗଳଜନିତ ଭ୍ରାତୃ ବିରୋଧ, ପାରିବାରିକ ସମସ୍ୟା, ସହକର୍ମୀଙ୍କ ସହ ଝଗଡ଼ା ବିଷୟକୁ ନେଇ ଚିନ୍ତିତ ରହିବେ। ଅନ୍ୟମାନଙ୍କ କଥା ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ।
ବୃଷ
ବୃଷ
ନୀଚସ୍ଥ ରାଶ୍ୟାଧିପ କାରଣରୁ ଘର ସକାଶେ, ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ପ୍ରଶାସନ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ। ରାଜନୀତି, ଆଇନ ଓ ଅଦାଲତ କ୍ଷେତ୍ରରେ ଦୃଢ଼ ସମର୍ଥନ ଅବ୍ୟାହତ ଯୋଗୁ ଆଗେଇ ଯିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇ ପାରନ୍ତି।
ମିଥୁନ
ମିଥୁନ
ପାପଯୁକ୍ତ ଚନ୍ଦ୍ର ହେତୁ ମାନସିକ ବ୍ୟସ୍ତତା କାରଣରୁ କୌଣସି କାମ ଶୃଙ୍ଖଳିତ ହୋଇପାରିବ ନାହିଁ। ଯାହାକିଛି ବିଚାର କରିବେ, ତାହା ଶେଷ ସମୟରେ ଓଲଟପାଲଟ ହୋଇଯିବ। ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମତ ବଦଳାଇ ଅସହଯୋଗ କରିପାରନ୍ତି। କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମମାନଙ୍କରେ ଉପଯୁକ୍ତ ଭାବେ ଫଳ ପାଇପାରନ୍ତି।
କର୍କଟ
କର୍କଟ
ଗୁରୁଚାଣ୍ଡାଳ ଯୋଗ ହେତୁ କର୍ମକ୍ଷେତ୍ରରେ ସତର୍କରେ କାମ କରନ୍ତୁ। ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ରହିଲେ ପରିସ୍ଥିତି ବଦଳିଯିବ। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ବାଣିଜ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି କରିବେ। ବନ୍ଧୁ ମେଳରେ ଅପ୍ରିୟ ସତ କହି ବିରୋଧୀ ହେବେ।
ସି˚ହ
ସି˚ହ
ଆଜି ଚତୁର୍ଥସ୍ଥ ଧନାଧିପ କାରଣରୁ ଅର୍ଥଲାଭର ଯୋଗ ରହିଛି, ଅବଶ୍ୟ ଏହା ଆପଣଙ୍କର ବହୁତ ପୂର୍ବରୁ ହିଁ ପାଇବାର ଥିଲା। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି। କର୍ମକ୍ଷେତ୍ରରେ ଅପରାହ୍ନ ସମୟରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।
କନ୍ୟା
ପାପପ୍ରଭାବ ଯୁକ୍ତ ଗୁରୁ ଯୋଗୁ ଆପଣଙ୍କ ପାରିବାରିକ କ୍ଷେତ୍ରକୁ ପଡ଼ୋଶୀମାନେ ସମସ୍ୟା ବହୁଳ କରିପାରନ୍ତି। ଯାନବାହନରେ ସତର୍କ ରହିବା ଭଲ ନତୁବା କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ପିଲାଙ୍କ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିବେ। ବନ୍ଧୁମାନଙ୍କ ସହ ଦୀର୍ଘ ଦିନରୁ ଭାଙ୍ଗି ଥିବା ଅମେଳ ପୁଣି ଯୋଡ଼ି ହୋଇଯିବ।
ତୁଳା
ତୁଳା
ଦ୍ୱିତୀୟସ୍ଥ ମଙ୍ଗଳ ଓ ବୁଧ ହେତୁ କାହାର ମିଠା କଥାରେ ଭାସିଯାଆନ୍ତୁ ନାହିଁ, ଯାହାକି ସମସ୍ୟାର ହେତୁ ସ୍ବରୂପ ହୋଇପାରେ। ବନ୍ଧୁଙ୍କ ପ୍ରାୟୋଜିତ ଚକ୍ରାନ୍ତ କର୍ମକ୍ଷେତ୍ରରେ ଆତଙ୍କିତ କରିପାରେ। ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟହାନି ଘଟିବାର ସମ୍ଭାବନା ରହିଛି। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।
ବିଛା
ବିଛା
ସ୍ବଗୃହୀ ମଙ୍ଗଳଜନିତ ଆପଣଙ୍କ ପ୍ରତ୍ୟେକ ଅଭାବନୀୟ ପରିସ୍ଥିତି ଆଜିହିଁ ସୁଧୁରିଯିବ। ଲେଖାପଢ଼ାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ରାହୁଯୁକ୍ତ ବୃହସ୍ପତି କାରଣରୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ସ୍ଥିତିକୁ ବିଷାଦିତ କରିପାରେ। ଆପଣଙ୍କ ଲୋକପ୍ରିୟତା ପଡ଼ୋଶୀଙ୍କ ଈର୍ଷାପରାୟଣତାକୁ ବୃଦ୍ଧି କରିବ। କେତେକ ନୂତନ କାମର ପରିକଳ୍ପନା କରିବେ, କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ। ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।
ମକର
ମକର
ଆଜି ଶନିଙ୍କ ଦୃଷ୍ଟି ପ୍ରଭାବରେ ପାରିବାରିକ ସ୍ତରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ଆଶା ରହିଛି। ଅର୍ଥ ସମ୍ପର୍କିତ ଆଲୋଚନାରେ ଟେନସନ୍‌ କିଛି ମାତ୍ରାରେ କମିଯିବ। ହଠାତ୍‌ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ହେତୁ ପ୍ରତ୍ୟେକ ଦିଗରୁ ଆଜି ଦିନଟି ଭଲ। ପ୍ରତି କ୍ଷେତ୍ରରେ ଜୟଯୁକ୍ତ ହେବେ। ପିଲାଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବାର ଆଶଙ୍କା ଦେଖାଦେବ। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ପଡ଼ି କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଭୁଲ୍‌ ବୁଝାମଣାଜନିତ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ।
ମୀନମୀନ

ଆଜି ସକାଳୁ ସକାଳୁ ବନ୍ଧୁ କିମ୍ବା ପରିଜନଙ୍କ ସହିତ ଭ୍ରମଣ କରିପାରନ୍ତି। କିନ୍ତୁ ରେବତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇ ପାରନ୍ତି। କୋର୍ଟ କାମ ସୁରୁଖୁରୁରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri