Posted inRasifala

ରାଶିଫଳ: ରବିବାର, ଜୁଲାଇ ୭ ତାରିଖ – Daily Horoscope

ମେଷ
ଆଜି ପାପଗ୍ରହ ପ୍ରଭାବରୁ ମୁକ୍ତଚନ୍ଦ୍ର ଆପଣଙ୍କ ପାରିବାରିକ ଜୀବନକୁ ସରସ ସୁନ୍ଦର କରି ରଖିବ। ଯାହା ଆଶା କରୁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ। ବନ୍ଧୁମାନଙ୍କ ସହ ଆକସ୍ମିକ ଯାତ୍ରା କରିବାର ସୁବିଧା ପାଇପାରନ୍ତି । ସକାଳୁ ସକାଳୁ ଅର୍ଥ ସମ୍ପର୍କିତ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କଲେ ସଫଳତା ପାଇବେ।
ବୃଷ
ବୃଷ
ଚତୁର୍ଥସ୍ଥ ତୃତୀୟାଧିପ ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ କରାଇବ। ସାମାନ୍ୟ ସମସ୍ୟା ଆସିଲେ ମଧ୍ୟ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଆଜିର ଆନୁଷ୍ଠାନିକ କାମ ଲାଗି ବିଶେଷ ଭାବେ ଧାଁ ଦଉଡ଼ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ଏକାଧିକ ପାପଗ୍ରହ ରାଶିରେ ଅବସ୍ଥାନ କରି ଆପଣଙ୍କ ମନକୁ ବିକ୍ଷିପ୍ତ କରିପାରନ୍ତି। କିନ୍ତୁ ଯେକୌଣସି ପ୍ରତିଯୋଗିତା, ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ବିଜୟପ୍ରାପ୍ତିର ଆଶା କରାଯାଇପାରେ। ପରିବାର ସଦସ୍ୟଙ୍କୁ ସନ୍ଦେହ କରିବା ଦ୍ୱାରା ନିଜେ ହିଁ କ୍ଷତିଗ୍ରସ୍ତ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକ ବାଧାପ୍ରାପ୍ତ ହୋଇପାରେ।
କର୍କଟ
କର୍କଟ
ମାନସିକ ସ୍ଥିତି ଉତ୍ତେଜନାପ୍ରବଣ ରହିଲେ ମଧ୍ୟ ପରିସ୍ଥିତି ଅନୁସାରେ ଆପଣଙ୍କ ବ୍ୟବହାର ମନକୁ ସୁହାଇଲା ଭଳି ରହିବ। ବନ୍ଧୁ କିମ୍ବା ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଅନୁଚିନ୍ତା ଦୂର ହୋଇଯିବ। ଦୀର୍ଘଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି।
ସି˚ହ
ସି˚ହ
ଏକାଦଶ ସ୍ଥାନରେ ଗ୍ରହଙ୍କ ଉପବେଶନ ଆପଣଙ୍କ ସମସ୍ତ କାର୍ଯ୍ୟ ସିଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ଆଜି ମନ କଥାକୁ ମନଭିତରେ ରଖି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟହେବେ। ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ଲାଗି ବିଭିନ୍ନ ପ୍ରକାର ଫନ୍ଦିଫିକର କରିବାକୁ ପଡ଼ିପାରେ।
କନ୍ୟା
ଆଜି ଦ୍ୱାଦଶସ୍ଥ ଚନ୍ଦ୍ର ଯୋଗୁ ଆକସ୍ମିକ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାକୁ ପଡିପାରେ। ଆଜିର କାମ ହାସଲ ସକାଶେ କିଛି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ତୁଳା
ତୁଳା
ଏକାଧାରରେ ଭାଗ୍ୟ, କର୍ମ ଓ ଲାଭସ୍ଥ ଗ୍ରହ ପ୍ରଭାବରେ ଦିନଟି ଏକ ସ୍ମରଣୀୟ ଦିବସ ପରି ପ୍ରତୀୟମାନ ହେବ। ଆତ୍ମୀୟସ୍ବଜନଙ୍କ ସୌହାର୍ଦ୍ଦ୍ୟ ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି। କୌଣସି ଜିନିଷ କ୍ରୟ କରିବା ସକାଶେ ମୋଟା ଅଙ୍କର ଅର୍ଥ ବ୍ୟୟ କରିପାରନ୍ତି। କର୍ମକ୍ଷେତ୍ର, ସଭା ସମିତି, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
ଚତୁର୍ଥଭାବକୁ ଚନ୍ଦ୍ରର ଦୃଷ୍ଟି ସାଙ୍ଗକୁ ବୃହସ୍ପତିଙ୍କ ପ୍ରଭାବରେ ଯାତ୍ରା ଓ କର୍ମାରମ୍ଭ କରିବେ। ଅନୁରାଧା ନକ୍ଷତ୍ରର ପାରିବାରିକ ପ୍ରତିରୋଧ ସାମୟିକ ଭାବେ କାମକୁ ବିଶୃଙ୍ଖଳିତ କରିପାରେ। ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ, ଯଦ୍ଦ୍ବାରା ଜାଣିଶୁଣି ସବୁ କଥାରେ ନୀରବ ରହିବାକୁ ପଡ଼ିପାରେ
ଧନୁ
ଧନୁ
ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ଗୁରୁ ସ୍ବାସ୍ଥ୍ୟ ଓ ପରିବାର ତଥା କର୍ମକ୍ଷେତ୍ରକୁ ସମସ୍ୟାମୁକ୍ତ ରଖିବ। ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେଶନ ସମ୍ପର୍କିତ ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ସମସ୍ୟା ସମାଧାନପୂର୍ବକ ସାମାନ୍ୟ ଅଗ୍ରଗତି ଘଟିବ।
ମକର
ମକର
ଭାଗ୍ୟାଧିପଙ୍କ ସହ ଦୁର୍ବଳ ଚତୁର୍ଥାଧିପ ବିଶିଷ୍ଟ ବ୍ୟକ୍ତିଙ୍କ ସହୃଦୟତା ଲାଭକରି ଆଶା ପୂରଣ କରିପାରିବ। ଯାତ୍ରା କାଳରେ କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ଆଜି ସକାଳ ସମୟରେ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍‌ସନ ରହିପାରେ।
କୁମ୍ଭ
କୁମ୍ଭ
ମଙ୍ଗଳଙ୍କ କୁପ୍ରଭାବରୁ ବିରୋଧ ଓ ଶତ୍ରୁତା ରହିଲେ ସୁଦ୍ଧା କାର୍ଯ୍ୟ ସାଧନ ପାଇଁ କିଛି ଫରକ ପଡିବ ନାହିଁ। ପ୍ରତ୍ୟେକ ସ୍ତରରେ ସମସ୍ୟା ପ୍ରତିହତ କରି କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, ପ୍ରଶାସନିକ କ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
ମୀନମୀନ
ସମସ୍ୟା ଆସିବ କିନ୍ତୁ କାମ ଅଟକିବ ନାହିଁ ଏବଂ ହାତରେ କିଛି ନ ଥିଲେ ମଧ୍ୟ ଠିକଣା ସମୟରେ ବନ୍ଧୁଙ୍କ ଦ୍ୱାରା ଆବଶ୍ୟକତା ପୂରଣ ହୋଇଯିବ। ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ଆନୁଷ୍ଠାନିକ କାମ, ଧାର୍ମିକ କାର୍ଯ୍ୟର ସଫଳତାରେ ଆନନ୍ଦ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri