Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ ୧୧ ତାରିଖ – Daily Horoscope

ମେଷ
ଆଜିର ଷଷ୍ଠସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରା, ନୂତନ କର୍ମାରମ୍ଭ ପାଇଁ ପ୍ରୀତିପ୍ରଦ ରହିବ। ଶୁକ୍ରଙ୍କ ସୁପ୍ରଭାବରେ ଆବଶ୍ୟକତା ପୂରଣ ହେବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ନିଜ ନିଜର ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
ବୃଷ
ବୃଷ
ଧନସ୍ଥାନରେ ପାପଗ୍ରହ ଆପଣଙ୍କୁ ଅନୁଚିତ ବେହିସାବୀ ଖର୍ଚ୍ଚାନ୍ତ କରାଇ ପରିଜନଙ୍କ ଦ୍ୱାରା ଭର୍ତ୍ସିତ କରାଇପାରନ୍ତି। କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଯାନବାହନ, ବସ୍ତ୍ର, ଅଳଙ୍କାର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅତୀତ ଘଟଣାର ଆଲୋଚନା ଅସନ୍ତୋଷଜନକ ହେତୁ ଦୁଶ୍ଚିନ୍ତା ଆସିପାରେ।
ମିଥୁନ
ମିଥୁନ
ତୃତୀୟାଧିପ କେନ୍ଦ୍ରସ୍ଥ ବନ୍ଧୁ, ଆତ୍ମୀୟସ୍ବଜନଙ୍କ ମାଧ୍ୟମରେ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବାରେ ସହାୟକ ହେବେ। ରାହୁ ସଂସ୍ପର୍ଶରେ ମଙ୍ଗଳଙ୍କ ପ୍ରଭାବ ଦ୍ୱାରା ଧୈର୍ଯ୍ୟର ସହ ସମସ୍ୟାଗୁଡ଼ିକର ମୁକାବିଲା କରି ଆଶ୍ୱସ୍ତି ଲାଭ କରିପାରନ୍ତି। ବୃତ୍ତିଗତ ଧନ୍ଦା, ହୋଟେଲ, ରେସ୍ତୋରାଁ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ।
କର୍କଟ
କର୍କଟ
ଚତୁର୍ଥାଧିପ ଏକାଦଶରେ ଧନାଧିପ ସଂଯୋଗରୁ ନୂତନ ଗୃହ, ଯାନବାହନ କ୍ରୟ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକ କେହି ଜଣେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ନୂତନ କମ୍ପାନୀରେ ମୋଟା ଦରମାର ଚାକିରି ଅଫର କିମ୍ବା ପଦୋନ୍ନତି ଘଟିବାର ସମ୍ଭାବନା ରହିଛି। ଜମିଜମା, କଳକାରଖାନା, ପ୍ଲଟିଂ ବ୍ୟବସାୟରୁ ସୁଫଳ ପାଇବେ।
ସି˚ହ
ସି˚ହ
କୋଣାଧିପ କେନ୍ଦ୍ରସ୍ଥ ଯୋଗୁ ଅଭିଳଷିତ ଜିନିଷ ହାସଲ କରାଇବାରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତା ପ୍ରାପ୍ତ ହେବେ ା ନିଜ ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ, ଅଧ୍ୟାପନା ଓ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ।
କନ୍ୟା
ରୋଗାଧିପ କେତୁଙ୍କ ସହ ପରିବାରରେ ରୋଗପୀଡ଼ା କିମ୍ବା ଅଶାନ୍ତ ପରିସ୍ଥିତି ସୃଷ୍ଟି କରାଇପାରନ୍ତି। ଆଜି ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଳିଯିବ, ଫଳରେ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ। ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ। ଅବଶ୍ୟ ବନ୍ଧୁଙ୍କ ସହାୟତାରେ ଈପ୍‌ସିତ ଅର୍ଥ ପାଇବେ।
ତୁଳା
ତୁଳା
ସପ୍ତମାଧିପତି ଭାଗ୍ୟସ୍ଥାନରେ ମିତ୍ରମାନଙ୍କ ସହାୟତା ଲାଭକରି ବାଣିଜ୍ୟ, ବ୍ୟବସାୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପ୍ରଦାନ କରିପାରନ୍ତି। ଗ୍ରହମାନଙ୍କ ସୁପ୍ରଭାବରେ ଯେକୌଣସି ପ୍ରତିରୋଧକୁ ଏଡ଼େଇ ଯାଇ କାମ ହାସଲରେ ସମର୍ଥ ହେବେ। କିନ୍ତୁ ଶନିଙ୍କ ତୃତୀୟଭାବ ସ୍ଥିତି କାରଣରୁ ପାରିବାରିକ ସ୍ଥିତି ଭଲ ରହି ନ ପାରେ।
ବିଛା
ବିଛା
ଅଷ୍ଟମାଧିପ ରାଶ୍ୟାଧିପ ସହ ସ୍ବାସ୍ଥ୍ୟହାନି କିମ୍ବା ସମସ୍ୟା ସୃଷ୍ଟି କରିପାରନ୍ତି। କୌଣସି କାମରେ ମନର ସ୍ଥିରତା ନ ରହିବା ହେତୁ କାମଗୁଡିକ ଅସମ୍ପୂର୍ଣ୍ଣ ରହିଯିବ। କେତେକ କାମକୁ ଅବହେଳା କରି ସମାଲୋଚିତ ହେବାକୁ ପଡ଼ିବ। ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ, କିନ୍ତୁ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ନବମାଧିପତି ରବି ଷଷ୍ଠଭାବରେ ଥିବା ଯୋଗୁ ସବୁ ଦିଗରୁ ସମର୍ଥନ ଥାଇ ମଧ୍ୟ ନିରାଶ ହେବାକୁ ପଡ଼ିବ। ତଥାପି ବୃହସ୍ପତି ପ୍ରଭାବରୁ ପାରିବାରିକ କ୍ଷେତ୍ରରେ ଉନ୍ନତ ମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ। କୌଣସି ପ୍ରକାରର ଅଭାବ ନ ଥିଲେ ମଧ୍ୟ ଆଜି ବନ୍ଧୁଙ୍କ ସଦ୍ଭାବ କିମ୍ବା ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ।
ମକର
ମକର
ଦଶମାଧିପ ଶୁକ୍ର କୋଣ ଭାବରେ ବିଳାସବ୍ୟସନ ଦିଗକୁ ଟାଣି ନେଇପାରନ୍ତି। କିନ୍ତୁ କର୍ମଭାବରୁ ଅଷ୍ଟମସ୍ଥ ଓ ରବି ସଙ୍ଗତ୍ୱ କାରଣରୁ କର୍ମହାନି ଓ ସମସ୍ୟା ବିଜଡ଼ିତ ରହିବେ। ଆଜିର ପ୍ରତ୍ୟୁଷ ଯାତ୍ରା ଆନନ୍ଦଦାୟକ ରହିବ ଓ ନୂତନ ମିତ୍ରତା ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ଲାଭାଧିପ ମଙ୍ଗଳ ବଳହୀନ ହେଲେ ମଧ୍ୟ ରାହୁଙ୍କ ସଙ୍ଗରେ ଲକ୍ଷୀଯୋଗ ସୃଷ୍ଟିକରି ବିଭିନ୍ନ ସୂତ୍ରରୁ ଅର୍ଥଲାଭ କରାଇବେ। ଜମିଜମା, ନୂତନ ଗୃହ, କଚେରି ମାମଲା ପ୍ରଭୃତିରେ ଆଶାନୁରୂପ ସଫଳତା ପ୍ରଦାନ କରିବେ। ନିଜର ଦୂରଦୃଷ୍ଟି ଓ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ହେତୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
ମୀନମୀନ
ବ୍ୟୟାଧିପ ଶନି କର୍ମସ୍ଥାନରେ ସ୍ବଗୃହାଭିମୁଖୀ ହୋଇ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିବାରେ ସହାୟକ ହେବେ। ଅବଶ୍ୟ ବୁଧ ପ୍ରଭାବରେ ବନ୍ଧୁଙ୍କ ପ୍ରରୋଚନାରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟିବ। ଆନୁଷ୍ଠାନିକ କାମରେ ସଫଳତା ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri