Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ଉଚ୍ଚସ୍ଥ ଚନ୍ଦ୍ର ହେତୁ ସୁସ୍ଥ ମାନସିକତା ସହ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହୋଇପାରେ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ବୃଷ
ବୃଷ
ଚନ୍ଦ୍ର ପ୍ରଭାବରେ ଆପଣ ଦୃଢ଼ ପଦକ୍ଷେପ ନେବା ପାଇଁ କାମ କରିଚାଲିଲେ ଗତକାଲିର ରହିଯାଇଥିବା କାମଗୁଡିକ ଆଜି କିନ୍ତୁ ଅଟକିବ ନାହିଁ। ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। ଆର୍ଥିକ ସ୍ଥିତିରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ ଏବଂ କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ। ବ୍ୟବସାୟ, ପରିବହନ ଓ ଚେଷ୍ଟା କରୁଥିବା କାମରେ ଲାଭବାନ ହେବେ। ବନ୍ଧୁମାନଙ୍କ ଦ୍ୱାରା ଉତ୍ସାହିତ ହୋଇ ଦୂର ଯାତ୍ରା ସହ ଦେବଦର୍ଶନର ସୁଯୋଗ ପାଇପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
କର୍କଟ
କର୍କଟ
ଆଜି ବିଶେଷ ଭ୍ରମଣଜନିତ ମନ ଏକ ପ୍ରକାର ମାନ୍ଦା ରହିବା ଫଳରେ କୌଣସି କାମରେ ଉତ୍ସାହ ଲାଗି ନ ପାରେ। ବିଚାର ନ କରି କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପରିସ୍ଥିତିକୁ ସାମନା କରିବାକୁ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ୟାର ମୁକାବିଲା କରିବେ। ଗତକାଲିର ଯୋଜନାକୁ ଠିକ୍‌ ଭାବରେ ବଦଳାଇବା କଷ୍ଟକର ହୋଇପାରେ।
ସି˚ହ
ସି˚ହ
ଯେତେ ପ୍ରକାରେ ସମସ୍ୟା ସୁଧାରିବାକୁ ଚେଷ୍ଟା କଲେ ମଧ୍ୟ ଆକସ୍ମିକ ଅନ୍ୟାନ୍ୟ କେତେକ ସମସ୍ୟା କାମକୁ ବିଗାଡିଦେବାର ଆଶଙ୍କା ରହିଛି। ବିଭିନ୍ନ କ୍ଷେତ୍ରରୁ ମିଥ୍ୟା ଅଭିଯୋଗ ଆସିପାରେ,ଏଣୁ ସତର୍କତାର ସହ କାମ କରିବା ଭଲ ହେବ। ଆନୁଷ୍ଠାନିକ କ୍ଷେତ୍ରରେ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।
କନ୍ୟା
ସବୁ ସୁବିଧା ଥିଲେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ମନ ଭଲ ରହିବ ନାହିଁ। ପୁନଶ୍ଚ ବିଭିନ୍ନ ପ୍ରକାରର ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଆକସ୍ମିକ ଭାବରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବିତ କରିପାରେ। ସାହିତ୍ୟାଲୋଚନା, ବକ୍ତୃତା କ୍ଷେତ୍ରରେ ପ୍ରଶଂସିତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ନିଜର ସଚ୍ଚୋଟତା ଓ ନିର୍ଭୀକତା ହେତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ। ନିଜ ନିଜର ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।
ବିଛା
ବିଛା
ଆଜି ଆକସ୍ମିକ ଭାବରେ ଗସ୍ତ କାର୍ଯ୍ୟକ୍ରମ ବୃଦ୍ଧି ପାଇବ ଏବଂ ଏକ ନୂତନ କାମରେ ନିଜକୁ ନିୟୋଜିତ କରି ଅଧିକାଂଶ ସମୟ ବ୍ୟସ୍ତ ରହିବେ। ଆଲୋଚନା କ୍ଷେତ୍ରରେ, ପ୍ରଶାସନିକ କାମରେ, ରାଜନୀତିର ଚର୍ଚ୍ଚାରେ, ଯାତ୍ରା କ୍ଷେତ୍ରରେ ତଥା ସଭା ସମିତିରେ ଆଶାଜନକ ଫଳ ପାଇବେ। ତଥାପି ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସତର୍କ ରୁହନ୍ତୁ।
ଧନୁ
ଧନୁ
ପରିବାରର ସଦସ୍ୟମାନେ ଆପଣଙ୍କୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି। ଅତି ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କଥା କହିପାରେ। କର୍ମକ୍ଷେତ୍ରରେ ଉଚ୍ଚ ଚିନ୍ତା କରିଲେ କ’ଣ ହେବ, କାମଗୁଡିକ ଠିକ୍‌ ଭାବେ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେବ। ଘରର ମରମ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାର ପ୍ରୟାସ କରିବେ।
ମକର
ମକର
ମନ ପ୍ରାୟତଃ ଏକ ପ୍ରକାର ଭଲ ରହିବ ଏବଂ ଅର୍ଥ ପ୍ରାପ୍ତିର ଆଶାକୁ ଚରିତାର୍ଥ କରିବାର ଚେଷ୍ଟା କରିପାରନ୍ତି। ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ସହ ବୁଝାମଣା ଠିକ୍‌ ରହି ନ ପାରେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ଓ ବ୍ୟବସାୟିକ କ୍ଷେତ୍ର, ପରିବହନ, ଏଜେନ୍ସିପ୍‌, କଚେରି ମାମଲା, ସଭାସମିତିରେ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ସବୁ କଥାରେ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହେବ ନତୁବା କେଉଁ ମୁହୂର୍ତ୍ତରେ ସମସ୍ୟା ମାଡି ଆସିବ ତାହା ଚିନ୍ତା କିମ୍ବା କଳ୍ପନା କରିପାରିବେ ନାହିଁ। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ ମଧ୍ୟ କାମଟିକୁ ଛାଡି ପାରିବେ ନାହିଁ ଅବଶ୍ୟ କେତେକାଂଶରେ ଉପକୃତ ହେବେ। ଗୋପନରେ ଶତ୍ରୁତା କରୁଥିବା କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି।
ମୀନମୀନ
ସବୁ ପ୍ରକାରର ସୁବିଧା ସୁଯୋଗ ପାଇ ଖୁସୀ ହେବେ। ପାଖ ପଡୋଶୀ କିମ୍ବା ଆତ୍ମୀୟମାନଙ୍କଠାରୁ ଅଯାଚିତ ଭାବେ ସହାୟତା ପାଇବେ। ପରିସ୍ଥିତି ବଶତଃ ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କୁ କଟୁକଥା ପ୍ରୟୋଗ କରି ସୁସମ୍ପର୍କ ହରାଇବେ। ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବାକୁ ପଡିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri